Advertisment

ରାଜ୍ୟପାଳଙ୍କୁ ଦୁର୍ନୀତି ଗ୍ରସ୍ତ କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟପାଳ ଜଗଦୀପ ଧାନକରଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ସେ ତାଙ୍କୁ ଜଣେ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ବୋଲି କହିବା ସହ ତାଙ୍କ ନାଁ ଜୈନ ହାୱାଲା ମାମଲାର ଚାର୍ଜଶିଟ୍‌ରେ ରହିଥିଲା ବୋଲି ଅଭିଯୋଗ କରିଛନ୍ତି। ଏଥିସହ ରାଜ୍ୟପାଳ ପଦରୁ ଜଗଦୀପଙ୍କୁ ହଟାଇବା ପାଇଁ ମମତା ୩ ଥର ଚିଠି ଲେଖିଥିବା ମଧ୍ୟ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, “ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ […]

କଳାକୋର୍ଟ ପିନ୍ଧିବେ, ହାଇକୋର୍ଟରେ ଓକିଲାତି କରିବେ ମମତା

Mamata

Advertisment

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟପାଳ ଜଗଦୀପ ଧାନକରଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ସେ ତାଙ୍କୁ ଜଣେ ଦୁର୍ନୀତି ଗ୍ରସ୍ତ ବ୍ୟକ୍ତି ବୋଲି କହିବା ସହ ତାଙ୍କ ନାଁ ଜୈନ ହାୱାଲା ମାମଲାର ଚାର୍ଜଶିଟ୍‌ରେ ରହିଥିଲା ବୋଲି ଅଭିଯୋଗ କରିଛନ୍ତି। ଏଥିସହ ରାଜ୍ୟପାଳ ପଦରୁ ଜଗଦୀପଙ୍କୁ ହଟାଇବା ପାଇଁ ମମତା ୩ ଥର ଚିଠି ଲେଖିଥିବା ମଧ୍ୟ କହିଛନ୍ତି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି, “ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ପଦରୁ ହଟାଇବା ପାଇଁ ମୁଁ ୩ଥର ଚିଠି ଲେଖିଛି। ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ୧୯୯୬ ମସିହା ହାୱାଲା ଜୈନ ମାମଲା ଚାର୍ଜଶିଟ୍‌ରେ ତାଙ୍କ ନାଁ ରହିଥିଲା। ଆମ ସରକାର ପୂର୍ଣ୍ଣ ଓ ବିଶାଳ ଜନମତ ପାଇଁ କ୍ଷମତାକୁ ଆସିବା ପରେ ମଧ୍ୟ ସେ କାହିଁକି ନିଜର ହୁକୁମାତି ଚଳାଉଛନ୍ତି?”

ଜୁଲାଇ ୨ରେ ବେଙ୍ଗଲ ବିଧାନସଭାର ଅଧିବେଶନ ବସିବ। ଏହି ସମୟରେ ରାଜ୍ୟପାଳ ପଦରୁ ଜଗଦୀପଙ୍କୁ ହଟାଇବା ପାଇଁ ଗୃହରେ କ୍ଷମତାସୀନ ଟିଏମସି ଗୋଟିଏ ସଂକଳ୍ପ ପାରିତ କରିବ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ମମତା କରିଥିବା ଅଭିଯୋଗର ଜବାବ ରାଜ୍ୟପାଳ ଜଗଦୀପ ଧାନକର ଦେବାର ରହିଛି। ଏଥିପାଇଁ ସେ ସନ୍ଧ୍ୟା ୬.୩୦ରେ ରାଜଭବନରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ସୂଚନାଯୋଗ୍ୟ, ୯୦ ଦଶକରେ ଜୈନ ଡାଏରୀ ମାମଲା ସାମ୍ନାକୁ ଆସିଥିଲା। ଜୈନ ଭ୍ରାତାଙ୍କ ଦ୍ୱାରା ରାଜନେତାମାନଙ୍କ ପାଖକୁ ବ୍ୟାପକ ଅର୍ଥ ପଠା ଯାଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୧୮ ମିଲିୟନ ଡଲାରର ଲାଞ୍ଚ କାରବାର ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe