Advertisment

୧୦ ୟୁ-ଟ୍ୟୁବ ଚାନେଲରେ ୪୫ ଭିଡିଓକୁ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: ପୁଣି ଡିଜିଟାଲ ମିଡିଆ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କଲେ କେନ୍ଦ୍ର ସରକାର। ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ ଭିଡିଓକୁ ବ୍ଲକ୍ କରିଛନ୍ତି ସରକାର। ଗୁଇନ୍ଦା ଏଜେନ୍ସି ଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା।  ସାମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ଭିଡିଓ ଗୁଡ଼ିକୁ ପ୍ରାୟ ୧ କୋଟି […]

୭ ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁ-ଟ୍ୟୁବ୍‌ ଚାନେଲ ବ୍ଲକ କଲେ ସରକାର

Youtube

Advertisment

ନୂଆଦିଲ୍ଲୀ: ପୁଣି ଡିଜିଟାଲ ମିଡିଆ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କଲେ କେନ୍ଦ୍ର ସରକାର। ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ ଭିଡିଓକୁ ବ୍ଲକ୍ କରିଛନ୍ତି ସରକାର। ଗୁଇନ୍ଦା ଏଜେନ୍ସି ଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା।  ସାମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ଭିଡିଓ ଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ।  ଏହି ଭିଡିଓଗୁଡ଼ିକ ମଧ୍ୟରେ ଧ୍ରୁବ୍‌ ରାଠୀଙ୍କର ଭିଡିଓ ମଧ୍ୟ ରହିଛି।

Advertisment

ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ପ୍ରସାରିତ କରାଯାଉଥିଲା। ଏ ନେଇ କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ସବୁ ଭିଡିଓରେ ଦେଶ ବିରୋଧୀ ତତ୍ତ୍ୱ ରହିଛି। ଆଇଟି ନିୟମ ୨୦୨୧ ଅନୁସାରେ, ଭିଡିଓ ବ୍ଲକ୍‌ କରିବାକୁ ଗତ ସେପ୍ଟେମ୍ବର ୨୩ ତାରିଖରେ  ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଏହି ଭିଡିଓଗୁଡ଼ିକରେ ଧାର୍ମିକ ସଦ୍‌ଭାବନା ବିଗାଡ଼ିଲା ପରି ଅନେକ ବିଡିଓ ଥିଲା। ସରକାର କିଛି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେଇଯିବା, ଧାର୍ମିକ ସଂଗଠନ ବିରୋଧରେ ହିଂସା ଧମକ, ଭାରତରେ ଗୃହ ଯୁଦ୍ଧ ଘୋଷଣା ଭଳି ଅନେକ ମିଥ୍ୟା ଭିଡିଓ ଥିଲା। ବ୍ଲକ୍ ହୋଇଥିବା ଭିଡିଓଗୁଡ଼ିକରେ କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନା, ଭାରତୀୟ ସଶସ୍ତ୍ର ବାହିନୀ, କଶ୍ମୀର ଓ ଅନ୍ୟ ସମସ୍ୟା ବିଷୟରେ ଭୁଲ ସୂଚନା ଦିଆଯାଇଥିଲା। ଏସବୁ ଭିଡିଓରେ ପ୍ରସାରିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏହା ଭାରତର ଜାତୀୟ ସୁରକ୍ଷା ବିପଦ ସୃଷ୍ଟି କରିଥିଲା। ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe