Advertisment

ଚୀନ୍‌ ଉପରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍‌, ୫୪ଟି ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ: ଚୀନ୍‌ ଉପରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍‌ କଲେ କେନ୍ଦ୍ର ସରକାର। ଦେଶରେ ପୁଣି ବ୍ୟାନ ହେଲା ୫୪ଟି ଚାଇନିଜ୍ ଆପ୍‌। ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ରହିଛି ସୁଇଟ ସେଲ୍ଫି HD, ବ୍ୟୁ ଟି କ୍ୟାମେରା-ସେଲ୍ଫି କ୍ୟାମେରା ଆପ୍‌, ଆପ୍ଲକ୍, ଇକ୍ୟୁଲାଇଜର, ବାସ୍ ବୁଷ୍ଟର ଆପ୍, ଡୁଆଲ ସ୍ପେସ୍ ଲାଇଟ୍, କ୍ୟାମ୍ କାର୍ଡ, ଭାଇଭା ଭିଡିଓ ଏଡିଟର। ଏହି ଆପ୍ ଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ କେନ୍ଦ୍ର ସରକାର ଏହି ୫୪ଟି […]

author-image
Tapas Behera
ଅଦ୍ୟତନ ହୋଇଛି
ଚୀନ୍‌ ଉପରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍‌, ୫୪ଟି ଆପ୍‌ ବ୍ୟାନ୍‌

China

ନୂଆଦିଲ୍ଲୀ: ଚୀନ୍‌ ଉପରେ ପୁଣି ଡିଜିଟାଲ ଷ୍ଟ୍ରାଇକ୍‌ କଲେ କେନ୍ଦ୍ର ସରକାର। ଦେଶରେ ପୁଣି ବ୍ୟାନ ହେଲା ୫୪ଟି ଚାଇନିଜ୍ ଆପ୍‌। ବ୍ୟାନ ହୋଇଥିବା ଆପ୍ ମଧ୍ୟରେ ରହିଛି ସୁଇଟ ସେଲ୍ଫି HD, ବ୍ୟୁ ଟି କ୍ୟାମେରା-ସେଲ୍ଫି କ୍ୟାମେରା ଆପ୍‌, ଆପ୍ଲକ୍, ଇକ୍ୟୁଲାଇଜର, ବାସ୍ ବୁଷ୍ଟର ଆପ୍, ଡୁଆଲ ସ୍ପେସ୍ ଲାଇଟ୍, କ୍ୟାମ୍ କାର୍ଡ, ଭାଇଭା ଭିଡିଓ ଏଡିଟର। ଏହି ଆପ୍ ଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ କେନ୍ଦ୍ର ସରକାର ଏହି ୫୪ଟି ଆପ୍ ବ୍ୟାନ କରିଛନ୍ତି।

Advertisment

ଇଲୋକଟ୍ରୋନିକ୍ସ ଏବଂ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ୍‌ ଗ୍ରହଣ କରାଯାଇଛି। ୨୦୨୦ ଜୁନ୍‌  ମାସଠାରୁ କେନ୍ଦ୍ର ସରକାର ୨୨୪ଟି ଚାଇନିଜ୍‌ ସୋଶାଲ ମିଡିଆକୁ ନିଷିଦ୍ଧ କରିସାରିଲେଣି। ଏହି ଆପ୍‌ ମଧ୍ୟରେ ଟିକ୍‌ଟକ୍‌, ସେୟାରଇଟ୍‌, ଉଇ ଚାର୍ଟ, ହେଲୋ, ଲାଇକି, ୟୁସି ନ୍ୟୁଜ୍‌, ବିଗୋ ଲାଇମଭ୍, ୟୁସି ବ୍ରାଉଜ୍, ଇଏସ୍‌ ଏକ୍ସପ୍ଲୋରର ଏବଂ ଏମଆଇ କମ୍ୟୁନିଟି ଭଳି ଲୋକପ୍ରିୟ ଡିଜିଟାଲ ମଡିଆ ରହିଛି। ମିଳିଥିବା ସଳୂଚନା ଅନୁଯାୟୀ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟିକରିଥବା

୫୨ ରଟି ଆପ୍‌ ଗୁଡ଼ିକୁ ପୂର୍ବରୁ ବ୍ୟାନ୍‌ ରାଯାଇଥିଲା। କିନ୍ତୁ ଉକ୍ତ କମ୍ପାନୀ ଗୁଡ଼ିକୁ ଚାଲାକି କରି ନୂଆ ନାମରେ ବାଜାରକୁ ଆସିଥିଲେ। ପରେ ସେହି ଆପ୍‌ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଧିକାଂଶ ଆପ ଗୁଡ଼ିକ ମାଧ୍ୟମରେ ୟୁଜରଙ୍କ  ତଥ୍ୟ ଚୀନ ହାତକୁ ଯାଉଥିଲା। ଏହି ଆପ୍ ଗୁଡ଼ିକୁ ପ୍ଲେ-ଷ୍ଟୋରରୁ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisment
Chinese App Ban