ରାଜ୍ୟସଭା ସଦସ୍ୟ ନିଲମ୍ବିତ ପ୍ରସଙ୍ଗ: ନରମିଲା କେନ୍ଦ୍ର

ନୂଆଦିଲ୍ଲୀ: ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ବାବଦରେ ଆଲୋଚନା ପାଇଁ ରାଜି ହୋଇଛି କେନ୍ଦ୍ର। ଏଥିପାଇଁ ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ଦଳର ନେତାଙ୍କୁ ନିମନ୍ତ୍ରଣ କରିଛି କେନ୍ଦ୍ର। ସମ୍ପୃକ୍ତ ବିରୋଧୀ ଦଳର ନେତାମାନେ ସୋମବାର ଅର୍ଥାତ ଆସନ୍ତାକାଲି ସଂସଦରେ ଉପସ୍ଥିତ ହେବେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କଂଗ୍ରେସ, ଟିଏମସି, ସିପିଆଇ (ଏମ), ସିପିଆଇ ଏବଂ ଶିବସେନା ନେତାଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଉକ୍ତ ଦଳର ସଦସ୍ୟମାନଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ […]

parliament

Tapas Behera
  • Published: Sunday, 19 December 2021
  • , Updated: 19 December 2021, 10:23 PM IST

ନୂଆଦିଲ୍ଲୀ: ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ବାବଦରେ ଆଲୋଚନା ପାଇଁ ରାଜି ହୋଇଛି କେନ୍ଦ୍ର। ଏଥିପାଇଁ ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ଦଳର ନେତାଙ୍କୁ ନିମନ୍ତ୍ରଣ କରିଛି କେନ୍ଦ୍ର। ସମ୍ପୃକ୍ତ ବିରୋଧୀ ଦଳର ନେତାମାନେ ସୋମବାର ଅର୍ଥାତ ଆସନ୍ତାକାଲି ସଂସଦରେ ଉପସ୍ଥିତ ହେବେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କଂଗ୍ରେସ, ଟିଏମସି, ସିପିଆଇ (ଏମ), ସିପିଆଇ ଏବଂ ଶିବସେନା ନେତାଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ଉକ୍ତ ଦଳର ସଦସ୍ୟମାନଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରହଲ୍ଲାଦ ଯୋଶୀଙ୍କଠାରୁ ଏକ ଫୋନ୍ କଲ ପାଇଥିବା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ପ୍ରହଲ୍ଲାଦ ଯୋଶୀ ମୋତେ ଓ ୪ଟି ରାଜନୈତିକ ଦଳର କଂଗ୍ରେସ, ଟିଏମସି, ସିପିଆଇ (ଏମ୍) ଏବଂ ସିପିଆଇର ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି।  ବିରୋଧୀ ଦଳର ସୂତ୍ର ଅନୁଯାୟୀ, ସେମାନେ ସରକାରଙ୍କ ଆଲୋଚନା ବୈଠକକୁ ଯିବା  ପର୍ବରୁ ଏ ପ୍ରସଙ୍ଗରେ ସଂସଦରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ପ୍ରକୋଷ୍ଠରେରେ ଏକାଠି ହେବେ। ତେବେ ୧୨ ଜଣ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହର ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ବିରୋଧୀଦଳ କହିଛନ୍ତି। ନିଲମ୍ବିତ ହୋଇଥିବା ସଦସ୍ୟଙ୍କର ସମସ୍ତ ନେତାଙ୍କୁ ଡାକିନଥିଲେ ଆସନ୍ତାକାଲି ସରକାରଙ୍କ ସହ ବୈଠକରେ ଉପସ୍ଥିତ ରହିବେ ନାହିଁ ବୋଲି ସେମାନେ କହିଛନ୍ତି। ମୌସୁମୀ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ମୌସୁମୀ ଅଧିବେଶନର ଶେଷ ଦିନରେ ଏହି ରାଜ୍ୟସଭା ସାଂସଦମାନେ ବିଶୃଙ୍ଖଳିତ ଆଚରଣ କରିଥିଲେ ।

ଏହି ଆଚରଣ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବାଧ୍ୟ ହେଲେ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ । ତେବେ ଯଦି ଏହି ସାଂସଦମାନେ ନିଜର ଆଚରଣ ପାଇଁ କ୍ଷମା ମାଗନ୍ତି ତେବେ ନିଲମ୍ବନ ଉଠାଯାଇପାରେ ବୋଲି ସେ କହିଥିଲେ । ତେବେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ବିରୋଧୀ ଦଳନେତାମାନେ ସ୍ପଷ୍ଟ କରିଦେଇଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ କହିଥିଲେ ଯେ ଏହି ୧୨ ରାଜ୍ୟ ସଭା ସାଂସଦଙ୍କ ନିଲମ୍ବନ ବେଆଇନ । ଏଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ।

Related story