Advertisment

ବୋନସ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କିଏ ପାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବୋନସ ମଞ୍ଜୁର କଲେ କେନ୍ଦ୍ର ସରକାର।  ମୁଖ୍ୟତଃ ଏହା ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ । 2020-21 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଣ ଉତ୍ପାଦକତା ଲିଙ୍କ୍ କିମ୍ବା ଆଡ୍ ହକ୍ ବୋନସ୍ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଏହି ବୋନସ ପାଇଁ ଅର୍ଦ୍ଧସାମରିବଳ ଏବଂ ସେନା କର୍ମଚାରୀ ଯୋଗ୍ୟ ବୋଲି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କହିଛି। ଯେଉଁ […]

author-image
Tapas Behera
ଅଦ୍ୟତନ ହୋଇଛି
ବୋନସ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କିଏ ପାଇବେ  

Money

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବୋନସ ମଞ୍ଜୁର କଲେ କେନ୍ଦ୍ର ସରକାର।  ମୁଖ୍ୟତଃ ଏହା ଅଣଗେଜେଟେଡ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରାଯିବ । 2020-21 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଣ ଉତ୍ପାଦକତା ଲିଙ୍କ୍ କିମ୍ବା ଆଡ୍ ହକ୍ ବୋନସ୍ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର। ଏହି ବୋନସ ପାଇଁ ଅର୍ଦ୍ଧସାମରିବଳ ଏବଂ ସେନା କର୍ମଚାରୀ ଯୋଗ୍ୟ ବୋଲି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ କହିଛି।

Advertisment

ଯେଉଁ କର୍ମଚାରୀମାନେ ୨୦୨୧ ମାର୍ଚ୍ଚ ୩୧ରୁ କାମ ଆରମ୍ଭ କରିଥିବେ ଏବଂ 2020-21 ଆର୍ଥିକ ବର୍ଷରେ ଅତି କମରେ ଛଅ ମାସ ନିରନ୍ତର ସେବା ପ୍ରଦାନ କରିଥିବେ ସେମାନେ ଏହି ଆଡ୍ ହକ୍ ବୋନସ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଅଣ-ଉତ୍ପାଦକତା ସଂଯୁକ୍ତ ବୋନସ୍ (ଆଡ୍ ହକ୍ ବୋନସ୍) ଗ୍ରୁପ୍ ସିରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଗ୍ରୁପ୍ ବିରେ ଥିବା ସମସ୍ତ ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ପ୍ରଦାନ କରାଯିବ।

ଯେଉଁମାନେ ଉତ୍ପାଦନ-ଲିଙ୍କ୍ ଅନ୍ତର୍ଭୃକ୍ତ ନୁହନ୍ତି ସେମାନେ ଏହି ସୁବିଧା ପାଇବେ। ଯେଁମାନଙ୍କ ମାସିକ ଦରମା ବା ପାରିଶ୍ରମିକ 7,000 ଟଙ୍କା ଥିବ ସେମାନେ ଏହି ବୋନସ ପାଇବେ। ସେହିପରି  ଯେଉଁ କର୍ମଚାରୀମାନେ ଇସ୍ତଫା ଦେଇଛନ୍ତି, ସେବାରୁ ଅବସର ନେଇଛନ୍ତି କିମ୍ବା ମାର୍ଚ୍ଚ 31, 2021 ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ସେମାନେ ମଧ୍ୟ ଏହି ଆଡ୍ ହକ୍ ବୋନସ୍ ପାଇବେ।

Advertisment
Salary Hike Updates For Govt. Officials