Advertisment

ଭାରତକୁ ଆସିପାରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: ଏମ୍ସ ନିର୍ଦ୍ଦେଶକଙ୍କ ପରେ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ମଧ୍ୟ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଭାରତକୁ କରୋନାର ତୃତୀୟ ଲହରକୁ ସାମ୍ନା କରିବାକୁ ପଡ଼ିପାରେ। କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ  ବୋଲି ସରକାରଙ୍କ ବିଜ୍ଞାନ ପରାମର୍ଶଦାତା ଡା ବିଜୟ ରାଘବନ ସତର୍କ କରାଇଛନ୍ତି। ଏହି ସୂଚନା ପରେ ଦ୍ୱିତୀୟ ଲହର ସହ ଲଢ଼େଇ କରୁଥିବା ଭାରତୀୟମାନେ ତୃତୀୟ ଲହର ଆସିଲେ କ’ଣ ହେବ, ତା’କୁ ନେଇ ଭୟଭୀତ ହୋଇ ଉଠିଛନ୍ତି। […]

ଅଦ୍ୟତନ ହୋଇଛି
ଭାରତକୁ ଆସିପାରେ କରୋନାର ତୃତୀୟ ଲହର

Third-wave

Advertisment

ନୂଆଦିଲ୍ଲୀ: ଏମ୍ସ ନିର୍ଦ୍ଦେଶକଙ୍କ ପରେ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ମଧ୍ୟ କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଭାରତକୁ କରୋନାର ତୃତୀୟ ଲହରକୁ ସାମ୍ନା କରିବାକୁ ପଡ଼ିପାରେ। କରୋନାର ତୃତୀୟ ଲହର ଅବଶ୍ୟମ୍ଭାବୀ  ବୋଲି ସରକାରଙ୍କ ବିଜ୍ଞାନ ପରାମର୍ଶଦାତା ଡା ବିଜୟ ରାଘବନ ସତର୍କ କରାଇଛନ୍ତି।

Advertisment

ଏହି ସୂଚନା ପରେ ଦ୍ୱିତୀୟ ଲହର ସହ ଲଢ଼େଇ କରୁଥିବା ଭାରତୀୟମାନେ ତୃତୀୟ ଲହର ଆସିଲେ କ’ଣ ହେବ, ତା’କୁ ନେଇ ଭୟଭୀତ ହୋଇ ଉଠିଛନ୍ତି। ବୁଧବାର ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ ପରାମର୍ଶଦାତା ଡା ବିଜୟ ରାଘବନ କହିଛନ୍ତି, ଭାରତରେ କରୋନାର ତୃତୀୟ ଲହରର ଆଶଙ୍କାକୁ ସଂପୂର୍ଣ୍ଣ ଭାବେ ଟାଳି ହେବନି। ଏହା ଅବଶ୍ୟମ୍ଭାବୀ। ଏବେ ଯେଉଁଭଳି ସଂକ୍ରମଣ ବଢ଼ୁଛି, ତା’କୁ ଦେଖିଲେ ଲାଗୁଛି କରୋନାର ତୃତୀୟ ଲହର ମଧ୍ୟ ଭାରତକୁ ଆସିପାରେ।

କରୋନାର ନୂଆ ଷ୍ଟ୍ରେନ ସହ ଲଢ଼େଇ କରିବାକୁ ହେଲେ ଆମକୁ ଟିକାକୁ ସେହି ଅନୁସାରେ ଅପଡେଟ୍‌ କରିବାକୁ ହେବ। ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପଡ଼ିବ। ଭାରତକୁ କେତେବେଳେ ତୃତୀୟ ଲହର ଆସିବ, ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ନପାରେ। କିନ୍ତୁ ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

Advertisment

ଟିକାକୁ ଅଧିକ କ୍ଷମତାଶାଳୀ କରିବା ଉପରେ ଆମକୁ ନଜର ଦେବାକୁ ପଡ଼ିବ। ନୂଆ ଷ୍ଟ୍ରେନକୁ ମାତ୍‌ ଦେବା ଭଳି ଟିକା ଯଦି ଆମ ପାଖରେ ମହଜୁଦ ରହିବ, ତା’ହେଲେ ଆମେ ତୃତୀୟ ୱେଭକୁ ଏଡ଼ାଇ ଯାଇ ପାରିବା। ଏବେ ଥିବା ଟିକା ସବୁ ପ୍ରକାରର ଷ୍ଟ୍ରେନକୁ ମାତ ଦେଉଛି। ହେଲେ କରୋନା ଯେଉଁଭଳି ରୂପ ବଦଳାଉଛି, ଆଗକୁ କ’ଣ ହେବ ସେକଥା ଏବେଠାରୁ ଆକଳନ କାରାଯାଇ ପାରିବ ନାହିଁ। ତେଣୁ ଯଥାଶୀଘ୍ର ଆମକୁ ଟିକାକରଣ କାର୍ଯ୍ୟକୁ ବ୍ୟାପକ କରିବାକୁ ପଡ଼ିବ ବୋଲି ଡା ବିଜୟ ସରକାରଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

ଗତକାଲି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ସମାନ କଥା କହିଥିଲେ। ତୃତୀୟ ୱେଭର ସଂକ୍ରମଣକୁ ରୋକିବାକୁ ହେଲେ, ଆମକୁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ଭାରତରେ କରୋନାର ଦ୍ୱିତୀୟ ୱେଭ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ଦୈନିକ ରେକର୍ଡ ପରେ ରେକର୍ଡ କରି ଚାଲିଛି। ୨୪ ଘଣ୍ଟାରେ ୩୭୮୦ ଜଣ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe