Advertisment

ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟକା, ବିଜେପିରେ ମିଶିଲେ ଆଶାୟୀ ପ୍ରାର୍ଥୀ

ଗାନ୍ଧୀନଗର: ଗୁଜରାଟରେ ସରକାର ଗଢିବାକୁ ଦାବି କରୁଥିବା ଆମ୍ ଆଦମୀ ପାର୍ଟିକୁ ନିର୍ବାଚନ ପୂର୍ବରୁ ଲାଗିଛି ଜୋରଦାର ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ। ଖାଲି ଇସ୍ତଫା ଦେଇନାହାନ୍ତି ବରଂ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି। ଫଳରେ ଅକଳରେ ପଡିଯାଇଛି ଆମ୍ ଆଦମୀ ପାର୍ଟି। #AAP को झटका : गुजरात की अबदासा सीट से 'आप' उम्मीदवार वसंत खेतानी #BJP में […]

ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟକା, ବିଜେପିରେ ମିଶିଲେ ଆଶାୟୀ ପ୍ରାର୍ଥୀ

BJP

Advertisment

ଗାନ୍ଧୀନଗର: ଗୁଜରାଟରେ ସରକାର ଗଢିବାକୁ ଦାବି କରୁଥିବା ଆମ୍ ଆଦମୀ ପାର୍ଟିକୁ ନିର୍ବାଚନ ପୂର୍ବରୁ ଲାଗିଛି ଜୋରଦାର ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ। ଖାଲି ଇସ୍ତଫା ଦେଇନାହାନ୍ତି ବରଂ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି। ଫଳରେ ଅକଳରେ ପଡିଯାଇଛି ଆମ୍ ଆଦମୀ ପାର୍ଟି।

Advertisment

https://twitter.com/ndtvindia/status/1597086585149091841?s=20&t=BZutHhQvofRrggjXHlpznA

ଗୁଜରାଟ କଚ୍ଛ ଜିଲ୍ଲା ଅବଡାସା ଆସନରୁ ଆପ୍ ଟିକେଟରେ ଲଢିଥାନ୍ତେ ବସନ୍ତ ବଲଜୀଭାଇ ଖେତାନୀ। ପ୍ରସ୍ତୁତି ସରିଥିଲା। ଟିକେଟ୍ ବି ଦେଇଥିଲା ଦଳ। ହେଲେ ହଠାତ୍ ଖେତାନୀ ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ରାତାରାତି ବିରୋଧୀ ବିଜେପିରେ ସାମିଲ ବି ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂ ଜାଡେଡାଙ୍କୁ ସମର୍ଥନ କରିବା ସହ ଜନତାଙ୍କୁ ଅପିଲ କରିଛନ୍ତି ତାଙ୍କୁ ଜିତାଇବାକୁ।

Advertisment

ଗୁଜରାଟର ୧୮୨ଟି ଆସନ ପାଇଁ ଆସନ୍ତା ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। କଚ୍ଛରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ରହିଛି। ଏହି ଜିଲ୍ଲାରେ 6ଟି ବିଧାନସଭା ଆସନ ରହିଛି। ପାକିସ୍ତାନ ସୀମା ସହ ଜଡିତ ଅବଡାସା, ଭୁଜ, ରାପର, ମାଣ୍ଡବୀ, ଅଞ୍ଜାର ଏବଂ ଗାନ୍ଧୀଧାମରେ ୧ ତାରିଖରେ ମତଦାନ ନିଆଯିବ।

୨୦୧୭ରେ ବିଜେପି ୪ଟି ଆସନରେ ବିଜୟୀ ହୋଇଥିବା ବେଳେ ରାପର ଏବଂ ଅବଡାସାରେ କଂଗ୍ରେସ ଜିତିଥିଲା। ତେବେ ୨୦୨୦ରେ ଅବଡାସା ବିଧାୟକ ଦଳ ଛାଡି ବିଜେପିରୁ ପୁଣି ନିର୍ବାଚନ ଲଢି ଜିତିଥିଲେ। ସେପଟେ ଆମ୍ ଆଦମୀ ପାର୍ଟି ପକ୍ଷରୁ କଚ୍ଛ ଜିଲ୍ଲାର ସମସ୍ତ ୬ ଆସନରେ ପ୍ରାର୍ଥୀ ଦିଆଯାଇଛି। ଏହାରି ଭିତରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି ଯେ, ଗୁଜରାଟରେ ସରକାର ଗଢିବ ଆମ୍ ଆଦମୀ ପାର୍ଟି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe