Advertisment

କାଲି ଗଳି ପଡ଼ିଥିଲେ, ଆଜି କରୋନା ପଜିଟିଭ

ଅହମ୍ମଦାବାଦ: ଗତକାଲି ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଚେତାଶୂନ୍ୟ ହୋଇପଡିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମଞ୍ଚ ଉପରେ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ୟୁଏନ୍ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚକିତ୍ସା କରାଯିବା ସହ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟଲ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କାଲି ଗଳି ପଡ଼ିଥିଲେ, ଆଜି କରୋନା ପଜିଟିଭ

Gujrat-CM-Vijay-Rupani

ଅହମ୍ମଦାବାଦ: ଗତକାଲି ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ଚେତାଶୂନ୍ୟ ହୋଇପଡିଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମଞ୍ଚ ଉପରେ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ୟୁଏନ୍ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Advertisment

ସେଠାରେ ତାଙ୍କର ଚକିତ୍ସା କରାଯିବା ସହ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ପାଇଁ ତାଙ୍କୁ ଅବଜରଭେସନରେ ରଖାଯାଇଛି।

ସୂଚନା ଅନୁସାରେ, ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭଦୋଦରାର ନିଜାମପୁରରେ ନଗରପାଳିକା ନିର୍ବଚନ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କ ସୁରକ୍ଷାକର୍ମୀ ଏବଂ କିଛି ନେତାମାନେ ତାଙ୍କୁ କାବୁ କରିଥିଲେ। ପରେ ମଞ୍ଚ ଉପରେ ଡାକ୍ତର ଅସି ତାଙ୍କ ଚିକିତ୍ସା କରିଥିଲେ। ଏହାପରେ ତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା।

Advertisment

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ଲଗାତାର ଭାବେ ଚାପରେ ରହୁଥିବାରୁ ତାଙ୍କର ରକ୍ତଚାପ କମିଯାଇଥିଲା । ସେଥିପାଇଁ ଏଭଳି ସମସ୍ୟା ଦେଖାଦେଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ।

Vijaya Rupani