Advertisment

ଲେମ୍ବୁର ଅମୂଲ ମୂଲ, ବରକୁ ଗିଫ୍ଟ କଲେ ସାଙ୍ଗ

ଅହମ୍ମଦାବାଦ: ଦିନକୁ ଦିନ ଆକାଶଛୁଆଁ ହେଉଛି ଦରଦାମ। ପେଟ୍ରୋଲ ଦର ସହ ତାଳ ଦେଇ ବଢ଼ି ଚାଲିଛି ଏବେ ଲେମ୍ବୁ ଦାମ୍‌। ସାଧାରଣ ଲୋକଙ୍କ ସ୍ୱାଦକୁ ଏହା ଏବେ ଖଟା କରି ଦେଇଛି। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି। ଆଉ କେଉଁଠି ତ ଲେମ୍ବୁ ଗୋଟାକ ୧୦ ରୁ ୧୫ ଟଙ୍କାରେ ଟଙ୍କାରେ ବିକ୍ରି ହେଇଛି। ଯାହା ଆଗରୁ କେବେ ହୋଇନଥିଲା। ଏଭଳି ସ୍ଥିତିରେ ଲେମ୍ବୁକୁ ନେଇ ଏକ ରୋଚକ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲେମ୍ବୁର ଅମୂଲ ମୂଲ, ବରକୁ ଗିଫ୍ଟ କଲେ ସାଙ୍ଗ

lemon-gift to groom

ଅହମ୍ମଦାବାଦ: ଦିନକୁ ଦିନ ଆକାଶଛୁଆଁ ହେଉଛି ଦରଦାମ। ପେଟ୍ରୋଲ ଦର ସହ ତାଳ ଦେଇ ବଢ଼ି ଚାଲିଛି ଏବେ ଲେମ୍ବୁ ଦାମ୍‌। ସାଧାରଣ ଲୋକଙ୍କ ସ୍ୱାଦକୁ ଏହା ଏବେ ଖଟା କରି ଦେଇଛି। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପିଛା ୪୦୦ ଟଙ୍କାରେ ପହଞ୍ଚିଛି। ଆଉ କେଉଁଠି ତ ଲେମ୍ବୁ ଗୋଟାକ ୧୦ ରୁ ୧୫ ଟଙ୍କାରେ ଟଙ୍କାରେ ବିକ୍ରି ହେଇଛି। ଯାହା ଆଗରୁ କେବେ ହୋଇନଥିଲା। ଏଭଳି ସ୍ଥିତିରେ ଲେମ୍ବୁକୁ ନେଇ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବିବାହ ବେଳେ ଏବେ ଉପହାର ସାଜିଛି ଏହି ଲେମ୍ବୁ।

Advertisment

Lemon's dominance, friends gave gifts at the wedding | NewsTrack English 1

ଗୁଜରାଟ ରାଜକୋଟର ଧୋରାଜି ସହର। ଏଠାରେ ଏକ ବିବାହ ଉତ୍ସବ ବେଳେ ବରକୁ ତାଙ୍କ ସାଙ୍ଗ ସାଥୀମାନେ ମିଠା ବାକ୍ସରେ ଲେମ୍ବୁ ଗିଫ୍ଟ କରିଛନ୍ତି। ବର କନଆଁଙ୍କୁ ଏହି ଦାମୀ ଉପହାର ଦେଇଥିବା ବ୍ୟକ୍ତି ଜଣକ ହେଲେ ଦିନେଶ।  ତାଙ୍କ କହିବା ମୁତାବକ, ବର୍ତ୍ତମାନ ସମୟରେ ଲେମ୍ବୁର ଦାମ୍‌ ଢ଼େର ବଢ଼ି ଯାଇଛି। ଖରା ଦିନେ ଲେମ୍ବୁର ଚାହିଦା ମଧ୍ୟ ଅଧିକ ରହିଥାଏ। ସେଥିପାଇଁ ବହୁ ଚିନ୍ତା କରିବା ପରେ ଏଭଳି ଲେମ୍ବୁ ଉପହାର ଦେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ।

https://twitter.com/AHindinews/status/1515499717417115649?s=20&t=rpVUj0uLfiIQybbb2zU7NQ

Advertisment

ଧୋରାଜି ସହରର ମୋନପାରା ପରିବାରର ପୁଅର ବିବାହ ଉତ୍ସବରେ ତାଙ୍କ ସାଙ୍ଗସାଥୀମାନେ ମିଠା ବାକ୍ସରେ ଟଙ୍କା କିମ୍ବା ଅଳଙ୍କାର ବଦଳରେ ମହଙ୍ଗା ଲେମ୍ବୁ ଉପହାର ଦେଇଥିଲେ। ଲେମ୍ବୁର ମୂଲ୍ୟ ଏତେ ଅଧିକ ହୋଇଛି ଯେ ଏହାକୁ ବର୍ତ୍ତମାନ ଏକ ମହଙ୍ଗା ଉପହାର ଭାବରେ ଦିଆଯାଇପାରିବ ବୋଲି ସେମାନେ ଭାବିଥିଲେ। ଏହି ବିଶେଷ ଉପହାରକୁ ଦେଖିବା ପରେ ସେଠାରେ ଥିବା ସମସ୍ତ ଅତିଥିଙ୍କ ମୁହଁରେ ହସ ଫୁଟି ଯାଇଥିଲା।

ଲେମ୍ବୁକୁ ନେଇ ଏବେ ବଜାରରେ ହାହାକାର ସ୍ଥିତି ରହିଛି। ମହଙ୍ଗା ମାଡ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି। ପରିବା ବଜାରର ଦୋକାନୀଙ୍କ ଠାରୁ ଆରମ୍ଭ କରି ଗଳି କନ୍ଦି ତଥା ରାସ୍ତାକଡରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଚିନ୍ତାର କାରଣ ପାଲଟିଛି ଲେମ୍ବୁର ବର୍ଦ୍ଧିତ ଦାମ୍‌। ଏପରିକି କାନପୁର ଓ ୟୁପିରୁ ଲେମ୍ବୁ ଚୋରି ହୋଇଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ମୂଲ୍ୟବାନ ଲେମ୍ବୁର ସୁରକ୍ଷା ପାଇଁ ପୁଲିସ ସେଠାରେ ପାଟ୍ରୋଲିଂ ମଧ୍ୟ କରୁଛି।