Advertisment

ମୋଦିଙ୍କ ପାଇଁ ଗୁଜରାଟ ଦଙ୍ଗା ମୁକ୍ତ ହୋଇପାରିଛି: ଅନୁରାଗ ଠାକୁର

ସୁରଟ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶାସିତ ଗୁଜରାଟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଶଂସା କରିଛନ୍ତି। ଏଥିସହ ପୁଣି ଥରେ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଅନୁରାଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗୁଜରାଟ ଅରଜି ଦଙ୍ଗାମୁକ୍ତ ଅଞ୍ଚଳ ହୋଇପାରିଛି।  ସେ କହିଛନ୍ତି ଯେ ଯଦି ଗୁଜରାଟ ଆଜି ଦଙ୍ଗା ମୁକ୍ତ ତେବେ ଏହା ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରଣରୁ ସମ୍ଭବ ହୋଇପାରିଛି। ଶୁକ୍ରବାର ଗୁଜରାଟର ମଙ୍ଗ୍ରୋଲରେ […]

ମୋଦିଙ୍କ ପାଇଁ ଗୁଜରାଟ ଦଙ୍ଗା ମୁକ୍ତ ହୋଇପାରିଛି: ଅନୁରାଗ ଠାକୁର

anurag

Advertisment

ସୁରଟ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶାସିତ ଗୁଜରାଟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଶଂସା କରିଛନ୍ତି। ଏଥିସହ ପୁଣି ଥରେ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଅନୁରାଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗୁଜରାଟ ଅରଜି ଦଙ୍ଗାମୁକ୍ତ ଅଞ୍ଚଳ ହୋଇପାରିଛି।  ସେ କହିଛନ୍ତି ଯେ ଯଦି ଗୁଜରାଟ ଆଜି ଦଙ୍ଗା ମୁକ୍ତ ତେବେ ଏହା ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ କାରଣରୁ ସମ୍ଭବ ହୋଇପାରିଛି। ଶୁକ୍ରବାର ଗୁଜରାଟର ମଙ୍ଗ୍ରୋଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଥିଲେ ଅନୁରାଗ । ସେ କହିଛନ୍ତି ଯେ ଗୁଜରାଟ ଯେତେ ଆଗକୁ ଯିବ ଭାରତ ସେତେ ଅଧିକ ଅଗ୍ରଗତି କରିବ। ଯଦି ଗୁଜରାଟରେ ବିଜେପି ଜିତେ ତେବେ ଏହା ଦେଶ ପାଇଁ ବିଜୟ ହେବ। କଂଗ୍ରେସକୁ ଟାର୍ଗେଟ କରି ଅନୁରାଗ କହିଛନ୍ତି ଯେ, ଦଳ ଦେଶର ଲୋକଙ୍କୁ  ବିଭାଜିତ କରି ଶାସନ କରି ଆସୁଥିଲା। ଜାତି, ଧର୍ମ ଏବଂ ଅଞ୍ଚଳ ଆଧାରରେ ଦେଶକୁ ବିଭାଜନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।  ୬୦ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ବିଭାଜନ ଆଧାରରେ ଶାସନ କରିଆସୁଥିଲା ।

Advertisment

ସେହିପରି କଂଗ୍ରେସ ହେଉଛି  ଆଦିବାସୀ ବିରୋଧୀ। ପୂର୍ବରୁ ସରକାର ଆଦିବାସୀମାନଙ୍କ ପ୍ରତି ଧ୍ୟାନ ଦେଇନଥିଲେ। ୨୦୧୩-୧୪ରେ  କେନ୍ଦ୍ର ବଜେଟରେ ଆଦିବାସୀମାନଙ୍କ କେବଳ, ୪୨୦୦କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ମୋଦିଙ୍କ ନେତୃତ୍ୱରେ ସରକାର ଆଦିବାସୀ ସମ୍ପ୍ରଦାୟ ପାଇଁ, ୮,୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ଉନ୍ନତି ହେଉଛି  କରୁଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।

ବିଜେପିର ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେବାକୁ ସେ ଅନୁରୋଧ ସେ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର କେନ୍ଦ୍ରରେ ଦେଶ ଚଳାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ଏଠାରେ ଅଛନ୍ତି। ଏହା ଏକ ଡବଲ୍ ଇଞ୍ଜିନ ସରକାର ଏବଂ ଏହାକୁ କାଏମ ରୋବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଠାକୁର କହିଛନ୍ତି ଯେ,  ସେ ଦେଶର ଟୁକଡେ ଟୁକେ ଗ୍ୟାଙ୍ଗ ସହିତ ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ସେ ଜେଏନୟୁରେ ଭାରତକୁ ବିଭାଜନ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ସହ ଛିଡା ହୋଇଛନ୍ତି ଏବଂ ବର୍ତ୍ତମାନ ବୀର ସାବରକରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା କଂଗ୍ରେସର ମାନସିକତା। ସେମାନେ ଗୋଟିଏ ପରିବାର ବାହାରେ କିଛି ଦେଖନ୍ତି ନାହିଁ ବୋଲି ଶ୍ରୀ ଠାକୁର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe