Advertisment

ସୋମବାର ଠାରୁ ଖୋଲିବ ସ୍କୁଲ ଓ ଜିମ, ରାତି ୧୧ଟାରୁ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ହ୍ରାସ କରିବା ଆରମ୍ଭ କରିଛନ୍ତି। ବିଶେଷ କରି ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଦେଖି ନଥିବା ଛୋଟ ପିଲାମାନଙ୍କ ପାଇଁ ରାଜ୍ୟ ସରକାରମାନେ କଟକଣା ହଟାଉଛନ୍ତି। ଓଡ଼ିଶା ଭଳି ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନାଇଟ କର୍ଫ୍ୟୁ ସମୟକୁ ଆଉ ଏକ ଘଣ୍ଟା କୋହଳ କରିଛନ୍ତି। ଏଣିକି ଦିଲ୍ଲୀରେ ରାତି […]

author-image
Hemant Lenka
ଅଦ୍ୟତନ ହୋଇଛି
ସୋମବାର ଠାରୁ ଖୋଲିବ ସ୍କୁଲ ଓ ଜିମ, ରାତି ୧୧ଟାରୁ ନାଇଟ କର୍ଫ୍ୟୁ

delhi

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ହ୍ରାସ କରିବା ଆରମ୍ଭ କରିଛନ୍ତି। ବିଶେଷ କରି ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଦେଖି ନଥିବା ଛୋଟ ପିଲାମାନଙ୍କ ପାଇଁ ରାଜ୍ୟ ସରକାରମାନେ କଟକଣା ହଟାଉଛନ୍ତି।

Advertisment

ଓଡ଼ିଶା ଭଳି ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନାଇଟ କର୍ଫ୍ୟୁ ସମୟକୁ ଆଉ ଏକ ଘଣ୍ଟା କୋହଳ କରିଛନ୍ତି। ଏଣିକି ଦିଲ୍ଲୀରେ ରାତି ୧୧ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗିବ। ପୂର୍ବରୁ ରାତି ୧୦ରୁ କର୍ଫ୍ୟୁ ଲାଗୁ ଥିଲା

ସଂକ୍ରମଣ ହ୍ରାସ ପାଉଥିବାରୁ ଆଜି ଦିଲ୍ଲୀ ସରକାର ବୈଠକ କରିଥିଲେ। ଏହାପରେ ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ସୋମବାର ଠାରୁ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି ୧୪ ଫେବୃଆରୀ ଠାରୁ ନର୍ସରୀ ଓ ୮ମ ଶ୍ରେଣୀର ପିଲାମାନଙ୍କ ସ୍କୁଲ କ୍ଲାସ ଆରମ୍ଭ ହେବ। ୭ ତାରିଖରୁ ସମସ୍ତ କଲେଜ ଖୋଲିବ। କଲେଜ କର୍ତ୍ତୃପକ୍ଷଙ୍କୁ ଅନଲାଇନ ବଦଳରେ ଅଧିକ ଅଫଲାଇନ କ୍ଲାସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ତେବେ ସବୁ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ।

Advertisment

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।”


ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରି କରିଥିବା ଗାଇଡଲାଇନରେ କହିଛି ଯେ ସ୍କୁଲ ଖୋଲିବାକୁ ଥିଲେ ମଧ୍ୟ ଟିକା ନେଇ ନଥିବା ଶିକ୍ଷକଙ୍କୁ କ୍ଲାସ କରିବାର ଅନୁମତି ମିଳିବ ନାହିଁ। ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ। ସେହିପରି କାରରେ ଏକାକୀ ଯାଉଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିବ ନାହିଁ। ଜିମ ଓ ସୁଇମିଂ ପୁଲ କରୋନା କଟକଣା ମଧ୍ୟରେ ଚାଲିବ।

COVID Guideline Night Curfew