Advertisment

ହନୁମାନ ଚାଳିଶା ବିବାଦକୁ ନେଇ ଶିବସେନା କର୍ମୀଙ୍କ ହଙ୍ଗାମା

ମୁମ୍ବାଇ: ହନୁମାନ ଚାଳିଶା ବିବାଦକୁ ନେଇ ତାତି ଉଠିଛି ଶିବସେନା। ଆଜି ଶିବସେନାର ଶତାଧିକ କର୍ମୀ ଅମରାବତୀ ସାଂସଦ ନବନୀତ ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ଘର ବାହାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି। ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି ଧମକ ଦେଇଥିଲେ। ଏପରି ଧମକୁ ବିରୋଧ କରି ଆଜି ଶିବସେନା କର୍ମୀମାନେ କାଉଣ୍ଟର ଆଟାକ କରିଛନ୍ତି। ଆଜି ସକାଳୁ ରାଣା ଦମ୍ପତିଙ୍କ […]

ହନୁମାନ ଚାଳିଶା ବିବାଦକୁ ନେଇ ଶିବସେନା କର୍ମୀଙ୍କ ହଙ୍ଗାମା

Rana

Advertisment

ମୁମ୍ବାଇ: ହନୁମାନ ଚାଳିଶା ବିବାଦକୁ ନେଇ ତାତି ଉଠିଛି ଶିବସେନା। ଆଜି ଶିବସେନାର ଶତାଧିକ କର୍ମୀ ଅମରାବତୀ ସାଂସଦ ନବନୀତ ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ଘର ବାହାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି। ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି ଧମକ ଦେଇଥିଲେ। ଏପରି ଧମକୁ ବିରୋଧ କରି ଆଜି ଶିବସେନା କର୍ମୀମାନେ କାଉଣ୍ଟର ଆଟାକ କରିଛନ୍ତି।

Advertisment

ଆଜି ସକାଳୁ ରାଣା ଦମ୍ପତିଙ୍କ ଘର ଆଗରେ ଥିବା ବ୍ୟାରିକେଡ ଭାଙ୍ଗି ଶତାଧିକ କର୍ମୀ ଆପାର୍ଟମେଣ୍ଟ ଭିତରେ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍ ସେମାନଙ୍କୁ ଅଟକାଇବା ସହ ସ୍ଥିତି ନିୟନ୍ତ୍ରଣ କରଥିଲା। ତଥାପି ପୁଲିସ୍ ପକ୍ଷରୁ ରାଣା ଦମ୍ପତିଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ସାଂସଦ ଓ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଉଭୟ ବିଜେପି କଥାରେ ପରିଚାଳିତ ହୋଇ ହନୁମାନ ଚାଳିଶା ବିବାଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ରାଣା ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି କହିବା ପରେ ଶୁକ୍ରବାର ପୁଲିସର ଗୋଟିଏ ଟିମ୍ ସେମାନଙ୍କ ଘରେ ପହଞ୍ଚିଥିଲା। ଏହି ସମୟରେ ଦମ୍ପତିଙ୍କୁ ଶାନ୍ତିଶୃଙ୍ଖଳା ବଜାୟୀ ରଖିବାକୁ ପରାମର୍ଶ ଦିଆଯାଇଥିଲା। ନୋଟିସ ବି ଦିଆଯାଇଥିଲା। ଧମକ ପରେ  ପୁଲିସ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ବ୍ୟାରେକଡ୍ ଲଗାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

Advertisment

ସେହିପରି ରାଣା ଦମ୍ପତିଙ୍କ ଘର ଆଗରେ ମଧ୍ୟ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସର ନୋଟିସ ଓ ଶିବସେନା କର୍ମୀଙ୍କ ଧମକ ସତ୍ତ୍ୱେ ନବନୀତ ରାଣା ନିଜ ଜିଦରେ ଅଟଳ ରହିଛନ୍ତି। ସେ ଉଦ୍ଧବ ଠାକରେଙ୍କ ବାସଭବନ ଆଗକୁ ଯିବେ ଓ ହନୁମାନ ଚାଳିଶା ପଢ଼ିବେ ବୋଲି କହିଛନ୍ତି।

ସେ କହିଛନ୍ତି, “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନା କର୍ମୀଙ୍କୁ ଲଗାଇ ଆମକୁ ହଇରାଣ କରିଛନ୍ତି। ସେମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ଘର ଭିତରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ତଥାପି ମୁଁ ଉଦ୍ଧବ ଠାକରେଙ୍କ ବାସଭବନ ‘‘ମାତ୍ରୋଶ୍ରୀ” ସାମ୍ନାକୁ ଯିବି ଓ ହନୁମାନ ଚାଳିଶା ପଢ଼ିବି।”

ତେବେ ରାଣା ଦମ୍ପତିଙ୍କ ଯୋଜନାକୁ ପଣ୍ଡ କରିବା ପାଇଁ ଶିବସେନା କର୍ମୀମାନେ ଲାଗି ପଡ଼ିଛନ୍ତି। ଦମ୍ପତିଙ୍କ ଘର ସାମ୍ନାରେ ଶତାଧିକ ଶିବସେନା କର୍ମୀ କ୍ୟାମ୍ପ କରି ରହିଛନ୍ତି। ଦମ୍ପତିଙ୍କୁ ସେମାନେ ଘରୁ ନ ବାହାରିବାକୁ ଧମକ ମଧ୍ୟ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe