Advertisment

ହନୁମାନ ଚାଳିଶା ବିବାଦ: ମହାରାଷ୍ଟ୍ରର ନେତା ଦମ୍ପତି ଗିରଫ

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ବିବାଦ ଘନଉଥିବା ବେଳେ  ମହରାଷ୍ଟ୍ରର ଏମପି ନଭନୀତି ରାଣା ଏବଂ ତାଙ୍କ ବିଧାୟିକ ସ୍ୱାମୀ ରଭି ରାଣାଙ୍କୁ ମୁମ୍ବାଇର ଖାର ପୁଲିସ ଗିରଫ କରିଛି।  ଉଭୟଙ୍କ ନାମରେ ୧୫୩ ଏରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେଇଥିଲେ ମହରାଷ୍ଟ୍ରର ଏମପି ନଭନୀତି ରାଣା। ଅନ୍ୟପଟେ ଶିବସେନାର ଶତାଧିକ କର୍ମୀ ଅମରାବତୀ ସାଂସଦ ନବନୀତ ଓ ତାଙ୍କ ବିଧାୟକ ସ୍ୱାମୀ ରବି […]

ହନୁମାନ ଚାଳିଶା ବିବାଦ: ମହାରାଷ୍ଟ୍ରର ନେତା ଦମ୍ପତି ଗିରଫ

hanuman

Advertisment

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ବିବାଦ ଘନଉଥିବା ବେଳେ  ମହରାଷ୍ଟ୍ରର ଏମପି ନଭନୀତି ରାଣା ଏବଂ ତାଙ୍କ ବିଧାୟିକ ସ୍ୱାମୀ ରଭି ରାଣାଙ୍କୁ ମୁମ୍ବାଇର ଖାର ପୁଲିସ ଗିରଫ କରିଛି।  ଉଭୟଙ୍କ ନାମରେ ୧୫୩ ଏରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବାକୁ ଧମକ ଦେଇଥିଲେ ମହରାଷ୍ଟ୍ରର ଏମପି ନଭନୀତି ରାଣା। ଅନ୍ୟପଟେ ଶିବସେନାର ଶତାଧିକ କର୍ମୀ ଅମରାବତୀ ସାଂସଦ ନବନୀତ ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ଘର ବାହାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି। ରାଣା ଦମ୍ପତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି ଧମକ ଦେଇଥିଲେ।

Advertisment

ଏପରି ଧମକୁ ବିରୋଧ କରି ଶିବସେନା କର୍ମୀମାନେ କାଉଣ୍ଟର ଆଟାକ କରିଛନ୍ତି। ରାଣା ଦମ୍ପତିଙ୍କ ଘର ଆଗରେ ଥିବା ବ୍ୟାରିକେଡ ଭାଙ୍ଗି ଶତାଧିକ କର୍ମୀ ଆପାର୍ଟମେଣ୍ଟ ଭିତରେ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍ ସେମାନଙ୍କୁ ଅଟକାଇବା ସହ ସ୍ଥିତି ନିୟନ୍ତ୍ରଣ କରଥିଲା। ତଥାପି ପୁଲିସ୍ ପକ୍ଷରୁ ରାଣା ଦମ୍ପତିଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ସାଂସଦ ଓ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଉଭୟ ବିଜେପି କଥାରେ ପରିଚାଳିତ ହୋଇ ହନୁମାନ ଚାଳିଶା ବିବାଦ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ରାଣା ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବେ ବୋଲି କହିବା ପରେ ଶୁକ୍ରବାର ପୁଲିସର ଗୋଟିଏ ଟିମ୍ ସେମାନଙ୍କ ଘରେ ପହଞ୍ଚିଥିଲା।

ଏହି ସମୟରେ ଦମ୍ପତିଙ୍କୁ ଶାନ୍ତିଶୃଙ୍ଖଳା ବଜାୟୀ ରଖିବାକୁ ପରାମର୍ଶ ଦିଆଯାଇଥିଲା। ନୋଟିସ ବି ଦିଆଯାଇଥିଲା। ଧମକ ପରେ  ପୁଲିସ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ବ୍ୟାରେକଡ୍ ଲଗାଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ସେହିପରି ରାଣା ଦମ୍ପତିଙ୍କ ଘର ଆଗରେ ମଧ୍ୟ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସର ନୋଟିସ ଓ ଶିବସେନା କର୍ମୀଙ୍କ ଧମକ ସତ୍ତ୍ୱେ ନବନୀତ ରାଣା ନିଜ ଜିଦରେ ଅଟଳ ରହିଥିଲେ। ସେ ଉଦ୍ଧବ ଠାକରେଙ୍କ ବାସଭବନ ଆଗକୁ ଯିବେ ଓ ହନୁମାନ ଚାଳିଶା ପଢ଼ିବେ ବୋଲି କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe