Advertisment

ହନୁମାନ ଚାଳିଶା ପାଠ ବିବାଦ: ହାଇକୋର୍ଟ ଗଲେ ଗିରଫ ରାଣା ଦମ୍ପତି

ମୁମ୍ବାଇ: ହନୁମାନ ଚାଳିଶା ପାଠ ବିବାଦ ମାମଲାରେ ହାଇକୋର୍ଟ ଗଲେ ରାଣା ଦମ୍ପତି। ସେମାନଙ୍କ ବିରୋଧରେ ଏତଲା ରଦ୍ଦ ପାଇଁ ଉଭୟ ହାଇକୋର୍ଟରେ ଆବେଦନ କରିଛନ୍ତି। ହନୁମାନ ଚାଳିଶା ପାଠ ବିବାଦରେ ଅମରାବତୀ ଏମପି  ନଭନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା  ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ଦିନ ୨ଟା ୩୦ରେ ବମ୍ବେ ହାଇକୋର୍ଟରେ ମାମଲାର ଶୁଣାଣି ରହିଛି। ଉଭୟ ଦମ୍ପତିଙ୍କ ବିରୋଧରେ ୧୫୩ ଏ(ଧାର୍ମିକ ଦୃଷ୍ଟିକୋଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ […]

ଅଦ୍ୟତନ ହୋଇଛି
ହନୁମାନ ଚାଳିଶା ପାଠ ବିବାଦ: ହାଇକୋର୍ଟ ଗଲେ ଗିରଫ ରାଣା ଦମ୍ପତି

rana-parter

Advertisment

ମୁମ୍ବାଇ: ହନୁମାନ ଚାଳିଶା ପାଠ ବିବାଦ ମାମଲାରେ ହାଇକୋର୍ଟ ଗଲେ ରାଣା ଦମ୍ପତି। ସେମାନଙ୍କ ବିରୋଧରେ ଏତଲା ରଦ୍ଦ ପାଇଁ ଉଭୟ ହାଇକୋର୍ଟରେ ଆବେଦନ କରିଛନ୍ତି। ହନୁମାନ ଚାଳିଶା ପାଠ ବିବାଦରେ ଅମରାବତୀ ଏମପି  ନଭନୀତି ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା  ଗିରଫ ହୋଇ ଜେଲରେ ଅଛନ୍ତି। ଆଜି ଦିନ ୨ଟା ୩୦ରେ ବମ୍ବେ ହାଇକୋର୍ଟରେ ମାମଲାର ଶୁଣାଣି ରହିଛି। ଉଭୟ ଦମ୍ପତିଙ୍କ ବିରୋଧରେ ୧୫୩ ଏ(ଧାର୍ମିକ ଦୃଷ୍ଟିକୋଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି) ଏବଂ ସେକ୍ସନ୍‌ ୧୩୫ରେ ମାମଲା ରୁଜୁ ହୋଇଛି। ସେହିପରି ଆପିପିସିର ୧୨୪-ଏ ତଥା ଦେଶ ବିରୋଧୀ ମାମଲା  ମଧ୍ୟ ରୁଜୁ କରାଯାଇଛି ।  ହନୁମାନ ଚାଳିଶା ପାଠକୁ ନେଇ ମୁମ୍ବାଇରେ ବିବାଦ ଜାରି ରହିଛି।

Advertisment

ଏହି ବିବାଦ ପାଇଁ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଗିରଫ ହୋଇଛନ୍ତି। ଶନିବାର ଦୁହିଁଙ୍କୁ ଗିରଫ କରାଯାଇ ଗତକାଲି ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ଦୁହିଁଙ୍କୁ ମେ’ ୬ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ଜପ କରିବାକୁ ଧମକ ଦେଇଥିଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେମିତି କରିବେ ନାହିଁ ବୋଲି କହିଥିଲେ। ହେଲେ ହନୁମାନ ଚାଳିଶା ଜପ କରିନଥିଲେ ବି ଶନିବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା।

ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ନଭନୀତି ରାଣାଙ୍କୁ  ମୁମ୍ବାଇର ବାଇକୁଲା ମହିଳା ଜେଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ  ସ୍ୱାମୀ ରବି ରାଣାଙ୍କୁ ତାଲୁଜା ଜେରେ ରଖାଯାଇଛି।  ଅମରାବତୀର ଏମପି ଥିବା ନଭନୀତି ରାଣାଙ୍କୁ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସ ବାଇକୁ଼ଲା ମହିଳା ଜେଲକୁ ସ୍ଥାନାନ୍ତର କରିଛି। ସେହିପରି ବଡନେରାରୁ ବିଧା୍ୟକ ଥିବା ତାଙ୍କ ସ୍ୱାମୀ ରବି ରାଣାଙ୍କୁ ପ୍ରଥମେ ଆର୍ଥର ରୋଡ଼ ଜେଲକୁ ନିଆଯାଥିଲା। କିନ୍ତୁ ସେଠାରେ ସ୍ଥାନ ଅଭାବ ଥିବାରୁ ପରେ ତାଙ୍କୁ ତାଲୋଜା ଜେଲକୁ ନିଆଯାଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe