Advertisment

ବିଜେପି ଟିକେଟ ପାଇବେ କଂଗ୍ରେସ ଛାଡ଼ିଥିବା ହେଭିୱେଟ!

ଗାନ୍ଧିନଗର: କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ। ଏକଦା ବିଜେପି ସରକାର ବିରୋଧରେ ପିଟିଦାର ଲୋକଙ୍କୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପରବର୍ତ୍ତୀ ଅବସ୍ଥାରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇଥିଲେ। ନିକଟରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ତାଙ୍କୁ ଏଥର ବିଧାନସଭା ନିର୍ବାଚନରେ ବିଜେପି ବୀରମଗାମ ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ବିଜେପି ଟିକେଟ ପାଇବେ କଂଗ୍ରେସ ଛାଡ଼ିଥିବା ହେଭିୱେଟ!

Congress

Advertisment

ଗାନ୍ଧିନଗର: କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ। ଏକଦା ବିଜେପି ସରକାର ବିରୋଧରେ ପିଟିଦାର ଲୋକଙ୍କୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପରବର୍ତ୍ତୀ ଅବସ୍ଥାରେ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇଥିଲେ। ନିକଟରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି।

Advertisment

ତାଙ୍କୁ ଏଥର ବିଧାନସଭା ନିର୍ବାଚନରେ ବିଜେପି ବୀରମଗାମ ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ସେହିପରି କଂଗ୍ରେସରୁ ଆସିଥିବା ଅଳ୍ପେଶ ଠାକୁର ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଶ୍ରୀ ଠାକୁର ମଧ୍ୟ ସଂରକ୍ଷଣ ପାଇଁ ଏକଦା ବିଜେପି ସରକାର ବିରୋଧରେ ଆନ୍ଦୋଳନ କରୁଥିଲେ। ଠାକୁର ବିଜେପି ଟିକେଟରେ ଉପ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। କିନ୍ତୁ ଏଥର ବି ସେ ଟିକେଟ ପାଇବାର ସମ୍ଭାବନା ରହିଛି।

କେବଳ ଏହି ଦୁଇ ନେତା ନୁହନ୍ତି, ୨୦୧୭ ବିଧାନସଭା ନିର୍ବାଚନ ପରଠାରୁ ଇତି ମଧ୍ୟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ପ୍ରାୟ ୩୫ ଜଣ ରାଜନେତା ପଦ୍ମ ଦଳର ଟିକେଟ ପାଇଁ ଆଶାୟୀ ରହିଛନ୍ତି। କିଛି ରାଜନୀତିକ ପଣ୍ଡିତଙ୍କ ମତରେ ବିଜେପି ପାଇଁ ଏଥର ଗୁଜରାଟ ବିଧାନସଭା ନିର୍ବାଚନ ସମ୍ମାନର ଲଢ଼େଇ ହୋଇଛି।

Advertisment

ତେଣୁ ଦଳ ପ୍ରାୟ ୪୦ ଜଣ ଆମଦାନୀ ନେତାଙ୍କୁ ଟିକେଟ ଦେଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଅନେକ ପୂର୍ବତନ କଂଗ୍ରେସ ନେତାଙ୍କ ଘର ବିଜେପି ପାଲଟିଛି। ଏମାନଙ୍କ ମଧ୍ୟରୁ କିଛି ନେତା ଉପ ନିର୍ବାଚନରେ ବିଜେପି ଟିକେଟରୁ ଜିତି ବିଧାୟକ ମଧ୍ୟ ହୋଇଛନ୍ତି। ସେମାନେ ପୁଣିଥରେ ଏଥର ବିଜେପିରୁ ଟିକେଟ ପାଇବା ଆଶାରେ ରହିଛନ୍ତି।

କୁନଭାରଜି ବାଭାଲିୟା ୫ଥରର ବିଧାୟକ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସୋମଭାଇ କୋଲି ପଟେଲ ସୁରେନ୍ଦ୍ରନଗରରୁ ଲୋକସଭା ନିର୍ବାଚନ ଜିତିଛନ୍ତି ଓ ସେ ଲିମ୍ବଡି ବିଧାନସଭା ଆସନରୁ ଦୁଇଥର ଜିତିଥିଲା। ବ୍ରିଜେଶ ମେରାଜ ମୋର୍ବି ଆସନରୁ ବିଜେପି ଟିକେଟ ପାଇବା ଲୋଭରା ରହିଛନ୍ତି।

ଏହି ସମସ୍ତ ନେତାଙ୍କ ମୂଳ ବା ରାଜନୀତିକ କ୍ୟାରିୟର କଂଗ୍ରେସରୁ ହିଁ ଆରମ୍ଭ ହୋଇଥିଲା। ଏମାନଙ୍କ ବ୍ୟତୀତ ହର୍ଷଦ ରିବାଡିୟା ମାସକ ତଳେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଜୱାର ଛାବଡ଼ା, ଅଶ୍ୱିନ କୋଟୱାଲ, ଜୟେଶ ରିବାଡିୟା, ଧର୍ମେନ୍ଦ୍ର ସିଂହ ଜାଡେଜା, ସିକେ ରାଜୁଜୀ, ରାଘବଜୀ ପଟେଲ, ଜିତୁ ଚୌଧୁରୀ, ପ୍ରବୀଣ ମାରୁ ଓ ଜେଭି କାକାଡିୟା ମଧ୍ୟ ଟିକେଟ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ନିକଟରେ କଂଗ୍ରେସରୁ ଆସିଥିବା ନେତାଙ୍କୁ ବିଜେପି ବିଧାନସଭା ନିର୍ବାଚନରେ ଟିକେଟ ଦେବାକୁ ଯୋଜନା କରୁଥିବାରୁ ଦଳ ମଧ୍ୟରେ ଦୀର୍ଘଦିନ ହେଲା କାମ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ବେଶ ସତର୍କତାର ସହ ଟିକେଟ ବାଣ୍ଟିବାକୁ ଯୋଜନା କରିଛି।

ଦଳୀୟ ସୂତ୍ର ଅନୁସାରେ, ବିଜେପି ଏକାଧିକ କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କୁ ଟିକେଟ ଦେବା ସପକ୍ଷରେ ରହିଛି। ଏପରି କି ଯେଉଁମାନେ କେବେ ହେଲେ ନିର୍ବାଚନ ଲଢ଼ି ନାହାନ୍ତି କିନ୍ତୁ ଲୋକପ୍ରିୟ ହୋଇପାରିଛନ୍ତି, ସେଭଳି ନେତାଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଯୋଜନା କରୁଛି।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତୀନ ପଟେଲଙ୍କୁ ଦଳ ଏଥର ଟିକେଟ ଦେବାର ସମ୍ଭାବନା ନାହିଁ। ସେମାନେ ପ୍ରାର୍ଥୀ ହେବା ପରବର୍ତ୍ତେ ସାଂଗଠିକ ଦାୟିତ୍ୱରେ ରହିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe