Advertisment

ମନମୋହନଙ୍କ କରୋନା ଲଢ଼େଇ ଫର୍ମୁଲାର ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଲଢ଼େଇ ପାଇଁ ଏପ୍ରିଲ ୧୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଟିକାକରଣକୁ ଜୋରଦାର କରିବା ସହିତ ଅନ୍ୟାନ୍ୟ କମ୍ପାନୀର ଟିକାକୁ ବ୍ୟବହାର ପାଇଁ ସରକାର ଅନୁମତି ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ ମନମୋହନ। ଏବେ ଏହାର ଜବାବ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଆପଣ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଆପଣଙ୍କ ଦଳ କଂଗ୍ରେସ ନେତା ମାନିବେ ତାହେଲେ ଇତିହାସ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମନମୋହନଙ୍କ କରୋନା ଲଢ଼େଇ ଫର୍ମୁଲାର ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

manmohan-harsh-vardhan

ନୂଆଦିଲ୍ଲୀ: କରୋନା ଲଢ଼େଇ ପାଇଁ ଏପ୍ରିଲ ୧୮ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଟିକାକରଣକୁ ଜୋରଦାର କରିବା ସହିତ ଅନ୍ୟାନ୍ୟ କମ୍ପାନୀର ଟିକାକୁ ବ୍ୟବହାର ପାଇଁ ସରକାର ଅନୁମତି ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ ମନମୋହନ। ଏବେ ଏହାର ଜବାବ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଆପଣ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଆପଣଙ୍କ ଦଳ କଂଗ୍ରେସ ନେତା ମାନିବେ ତାହେଲେ ଇତିହାସ ଆପଣଙ୍କ ପାଖରେ କୃତଜ୍ଞ ରହିବ।

Advertisment

ସେ କହିଛନ୍ତି, ଆପଣ ଯେଉଁଭଳି ଭାରତ ପାଇଁ ଚିନ୍ତିତ ସରକାର ମଧ୍ୟ ସମାନ ଚିନ୍ତା କରୁଛନ୍ତି। "କେତେ ସଂଖ୍ୟାରେ ଲୋକ ଟିକା ନେଇଛନ୍ତି ବୋଲି ସରକାର ଗୁରୁତ୍ୱ ଦେବା ଅପେକ୍ଷା କେତେ ପ୍ରତିଶତ ଲୋକ ଟିକା ନେଇଛନ୍ତି’ ମନମୋହନଙ୍କ ଏହି ଅଂଶକୁ କାଉଣ୍ଟର କରି ହର୍ଷବର୍ଦ୍ଧନ ମନମୋହନଙ୍କୁ କହିଛନ୍ତି, ଆପଣଙ୍କ ଦଳର ନେତାଙ୍କୁ ଏହି ପରାମର୍ଶ ଦେବା ଦରକାର। ପ୍ରଥମେ କଂଗ୍ରେସ ନେତା ଟିକାକୁ ନେଇ ଅନେକ ଭ୍ରମ ସୃଷ୍ଟି କଲେ ଏବେ ଆପଣ କହୁଛନ୍ତି ଟିକାକରଣକୁ ଜୋରଦାର କରିବାକୁ ହେବ। ଆଜି କଂଗ୍ରେସ ଶାସିତ ରାଜ୍ୟରେ କରୋନା ଅଧିକ ବ୍ୟାପିଛି। ଯଦି ସଂପୃକ୍ତ ରାଜ୍ୟରେ କରୋନା ଟିକାକୁ ନେଇ ସରକାରଙ୍କ ସହ ସକାରାତ୍ମକ ବାର୍ତ୍ତା ଦିଆଯାଇଥାନ୍ତା ତାହେଲେ ଅଧିକ ଲୋକ ଏବେ ଟିକା ନେଇସାରନ୍ତେଣି। ଆପଣ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଆପଣଙ୍କ ଦଳ କଂଗ୍ରେସ ନେତା ମାନିବେ ତାହେଲେ ଇତିହାସ ଆପଣଙ୍କ ପାଖରେ କୃତଜ୍ଞ ରହିବ"।

https://twitter.com/drharshvardhan/status/1384028878998425607?s=20

ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ "ଆପଣଙ୍କୁ ଯେଉଁମାନେ ଚିଠି ଲେଖିବା ବେଳେ ଡାଟା ଦେଇଛନ୍ତି ସେମାନେ ଆପଣଙ୍କୁ ସଠିକ୍ ସୂଚନା ଦେଇ ନାହାଁନ୍ତି। ଅନ୍ୟ ଦେଶରୁ ଟିକା ଆମଦାନୀ କରିବାକୁ ଆପଣ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସପ୍ତାହେ ପୂର୍ବରୁ ସରକାର ଅନୁମୋଦନ ଦେଇ ସାରିଛନ୍ତି। ଏପ୍ରିଲ୍ ୧୧ରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଟିକା ଉତ୍ପାଦନ ପାଇଁ ପାଣ୍ଠି ଯୋଗାଇବା ଏବଂ ଅନ୍ୟାନ୍ୟ ଛାଡ ପାଇଁ ପରାମର୍ଶ ବାବଦରେ ମଧ୍ୟ ସରକାର କିଛି ଦିନ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ଅନେକ ଟିକା ଉତ୍ପାଦନକାରୀଙ୍କୁ ସରକାର ସହାୟତା ଦିଆଯାଇଛି ଯାହା ଦ୍ୱାରା ଟିକା ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇବ। ”

Advertisment

ଡକ୍ଟର ହର୍ଷ ବର୍ଦ୍ଧନ ମନମୋହନ ସିଂଙ୍କୁ କହିଛନ୍ତି, “ଆପଣଙ୍କ ପରାମର୍ଶ ଗ୍ରହଣୀୟ। ହେଲେ ଆପଣ କଂଗ୍ରେସର ବରିଷ୍ଠ ନେତା। ତେଣୁ ଆପଣଙ୍କ ଦଳର ଅନ୍ୟ ନେତାଙ୍କୁ ଏହି ପରାମର୍ଶ ଦିଅନ୍ତୁ। ମହାମାରୀ ବିରୋଧରେ ଲଢ଼େଇରେ ଆମେ ଆପଣଙ୍କୁ ସମର୍ଥନ ପାଇଁ ଅନୁରୋଧ କରୁଛୁ ଏବଂ ଆପଣଙ୍କ ପରାମର୍ଶକୁ ସ୍ୱାଗତ କରୁଛୁ”।

https://odishareporter.in/nation-world/india/manmohan-singh-writes-pm-narendra-modi-suggests-measures-to-tackle-covid-19-636680