Advertisment

ଡା ହର୍ଷବର୍ଦ୍ଧନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା, ଓଡ଼ିଶାରୁ ମନ୍ତ୍ରୀ ହେବେ ୨ ଜଣ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିବା ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଶେଷରେ ଇସ୍ତଫା ଦେଇଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି। ଏହାର ଅର୍ଥ ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭର ମୁକାବିଲା କରିବା ପାଇଁ ଦେଶର ଜଣେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ରଣନୀତି ପ୍ରସ୍ତୁତ କରିବେ। ନୂଆଦିଲ୍ଲୀରୁ ସାଂସଦ ହୋଇଥିବା ହର୍ଷବର୍ଦ୍ଧନ ୨୦୧୯ରୁ କେନ୍ଦ୍ର […]

author-image
Hemant Lenka
ଅଦ୍ୟତନ ହୋଇଛି
ଡା ହର୍ଷବର୍ଦ୍ଧନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା, ଓଡ଼ିଶାରୁ ମନ୍ତ୍ରୀ ହେବେ ୨ ଜଣ

BNJP

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିବା ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଶେଷରେ ଇସ୍ତଫା ଦେଇଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇ ଦେଇଥିବା ଜଣାପଡ଼ିଛି। ଏହାର ଅର୍ଥ ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭର ମୁକାବିଲା କରିବା ପାଇଁ ଦେଶର ଜଣେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ରଣନୀତି ପ୍ରସ୍ତୁତ କରିବେ।

Advertisment

ନୂଆଦିଲ୍ଲୀରୁ ସାଂସଦ ହୋଇଥିବା ହର୍ଷବର୍ଦ୍ଧନ ୨୦୧୯ରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାମ କରୁଥିଲେ। ମହାମାରୀ କରୋନାର ଦ୍ୱିତୀୟ ୱେଭକୁ ସରକାର ଠିକ ଭାବେ ମୁକାବିଲା କରିପାରୁ ନଥିବାରୁ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିଲେ।

ସେହିପରି ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ଜିତିବା ପରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ତାଙ୍କୁ ଏମଏସ୍‌ଏମଇ ସହ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା।

Advertisment

ଏହି ପଦରେ ପ୍ରାୟ ୨ ବର୍ଷ ରହିବା ପରେ ସେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ହେବାକୁ ଯାଉଥିବାରୁ ପ୍ରତାପଙ୍କୁ ଇସ୍ତଫା ଦେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨ ଜଣ ସଦସ୍ୟ ସ୍ଥାନ ପାଇବେ। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଟୁଡୁ ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବେ। ଏହି ଦୁଇ ଜଣ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ମୋଦିଙ୍କ ସହ ଆଲୋଚନା କରିଥିଲେ।

ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହାକୁ ମିଶାଇ ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ଭାବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାମ କରିବେ।