Advertisment

ରାଜଧାନୀକୁ ଉଡାଇବାକୁ ଷଡଯନ୍ତ୍ର! ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀକୁ ଉଡାଇବାକୁ ହୋଇଥିବା ଷଡଯନ୍ତ୍ର ବିଫଳ। ଧରାପଡିଲେ ୪ ଖଲିସ୍ଥାନୀ ଆତଙ୍କବାଦୀ। ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି। କେବଳ ସେତିକି ନୁହେଁ ବାରୁଦ ଭର୍ତ୍ତି ଏକ କଣ୍ଟେନର ମଧ୍ୟ ଜବତ ହୋଇଛି। ବର୍ତ୍ତମାନ କର୍ଣ୍ଣାଲ ପୁଲିସର ଏକ ଟିମ୍ ମାମଲାର ତଦନ୍ତର କରୁଛି। ପୁଲିସର କହିବା ଅନୁଯାୟୀ, ଏହି ଆତଙ୍କବାଦୀମାନେ ଅନେକ ସ୍ଥାନରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରାଜଧାନୀକୁ ଉଡାଇବାକୁ ଷଡଯନ୍ତ୍ର! ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

terrorist-12

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀକୁ ଉଡାଇବାକୁ ହୋଇଥିବା ଷଡଯନ୍ତ୍ର ବିଫଳ। ଧରାପଡିଲେ ୪ ଖଲିସ୍ଥାନୀ ଆତଙ୍କବାଦୀ। ପଞ୍ଜାବ ହରିୟାଣା କର୍ଣ୍ଣାଲରୁ ଏମାନଙ୍କୁ ଗିରଫ କରାଯାଇଛି। ଏହି ଆତଙ୍କବାଦୀମାନେ ପଞ୍ଜାବରୁ ଦିଲ୍ଲୀ ଆସୁଥିଲେ। ଏମାନଙ୍କ ଠାରୁ ବିପୁଳ ମାତ୍ରାରେ ଗୁଳିଗୋଳା ଜବତ ହୋଇଛି। କେବଳ ସେତିକି ନୁହେଁ ବାରୁଦ ଭର୍ତ୍ତି ଏକ କଣ୍ଟେନର ମଧ୍ୟ ଜବତ ହୋଇଛି।

Advertisment

करनाल में आतंकी साजिश बेनकाब.

ବର୍ତ୍ତମାନ କର୍ଣ୍ଣାଲ ପୁଲିସର ଏକ ଟିମ୍ ମାମଲାର ତଦନ୍ତର କରୁଛି। ପୁଲିସର କହିବା ଅନୁଯାୟୀ, ଏହି ଆତଙ୍କବାଦୀମାନେ ଅନେକ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଷଡଯନ୍ତ୍ର ଚରିଥିଲେ। ଏହି ୪ ଜଣ ପଞ୍ଜାବର ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡିତ। ଗିରଫ ସମସ୍ତ ସନ୍ଦଗ୍ଧଙ୍କ ବୟସ ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ହେବ। ଏମାନଙ୍କୁ ଧରିବା ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ପଞ୍ଜାବ ପୁଲିସ ଏବଂ ହରିୟାଣା ପୁଲିସ ମିଳିତ ଭାବେ ଅପରେସନ୍‌ ଚଳାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା ବିଭାଗର ସୂଚନା ପରେ କର୍ଣ୍ଣାଲର ବସତାଡା ଟୋଲରୁ ପୁଲିସ ଟିମ୍‌ ଏକ ଇନୋଭା ଗାଡି ଅଟକାଇଥିଲା। ଏହାପରେ କାର୍‌ ଭିତରେ ଥିବା ଚାରି ଜଣଙ୍କୁ ଅଟକ ରଖିଥିଲା। ବର୍ତ୍ତମାନ ଏହି କାର୍ ମାଧୁବନ୍ ପୋଲିସ୍ ଷ୍ଟେସନରେ ଅଛି। ସେଠାରେ ଏକ ବୋମା ନିଷ୍କ୍ରିୟକାରୀ ଦଳ ଉପସ୍ଥିତ ଅଛନ୍ତି। ଖବର ପାଇ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚୁଛନ୍ତି। ପୁଲିସର ସୂଚନାନୁସାରେ, ଏହି ୪ ଜଣ ସନ୍ଧିଗ୍ଧ ଆତଙ୍କବାଦୀଙ୍କ ଠାରୁ ଜବତ ହୋଇଥିବା ବାରୁଦ RDX ହୋଇପାରେ।

Advertisment

https://twitter.com/ANI/status/1522108768074407936?s=20&t=HmStdDqYZ-eFgrlBgZdlxQ