Advertisment

ମୁସଲିମ ମହିଳାଙ୍କୁ ଉଠାଇ ନେବେ ଓ ଦୁଷ୍କର୍ମ କରିବେ ବୋଲି ଧମକ ଦେଲେ ମହନ୍ତ

ଲକ୍ଷ୍ନୌ: କ୍ୟାମେରାରେ କଏଦ ହୋଇଛି ହିନ୍ଦୁ ମହନ୍ତଙ୍କ ଘୃଣା ସୃଷ୍ଟିକାରୀ ବୟାନ। ମହନ୍ତ ଜଣଙ୍କ ସର୍ବସମ୍ମୁଖରେ ମୁସଲିମ ମହିଳାମାନଙ୍କୁ ଉଠାଇ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଛନ୍ତି। ଏହି ସମୟରେ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ମହନ୍ତଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ଖୈରାବାଦ ଠାରେ ଥିବା ଗୋଟିଏ ମସଜିଦ ଆଗରେ ମହନ୍ତ ଜଣଙ୍କ ଏପରି ଉତ୍ତଜେନା ସୃଷ୍ଟି କରିବା ଭଳି ବୟାନ ଦେଉଥିବା […]

author-image
Hemant Lenka
ମୁସଲିମ ମହିଳାଙ୍କୁ ଉଠାଇ ନେବେ ଓ ଦୁଷ୍କର୍ମ କରିବେ ବୋଲି ଧମକ ଦେଲେ ମହନ୍ତ

mahanta

ଲକ୍ଷ୍ନୌ: କ୍ୟାମେରାରେ କଏଦ ହୋଇଛି ହିନ୍ଦୁ ମହନ୍ତଙ୍କ ଘୃଣା ସୃଷ୍ଟିକାରୀ ବୟାନ। ମହନ୍ତ ଜଣଙ୍କ ସର୍ବସମ୍ମୁଖରେ ମୁସଲିମ ମହିଳାମାନଙ୍କୁ ଉଠାଇ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଛନ୍ତି। ଏହି ସମୟରେ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ମହନ୍ତଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ଖୈରାବାଦ ଠାରେ ଥିବା ଗୋଟିଏ ମସଜିଦ ଆଗରେ ମହନ୍ତ ଜଣଙ୍କ ଏପରି ଉତ୍ତଜେନା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଗେରୁଆ ପୋଷାକରେ ଥିବା ବ୍ୟକ୍ତି ଜଣଙ୍କ ଖୈରାବାଦ ସହରର ମହନ୍ତ ବୋଲି ଜଣାପଡ଼ିଛି। ସେ ଗୋଟିଏ ଜିପ୍‌ରେ ବସି ରାସ୍ତାରେ ଭିଡ଼ କରିଥିବା ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧନ କରୁଛନ୍ତି। ପୁଲିସ୍‌ ପୋଷାକରେ କିଛି ଲୋକ ସେଠାରେ ଉପସ୍ଥିତ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି।

Advertisment

ଏହି ମହନ୍ତ ଜଣଙ୍କ ମାଇକ୍ରୋଫୋନରେ ସାଂପ୍ରଦାୟିକ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି। ଏହା ଶୁଣି ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଲଗାଇଛଛନ୍ତି। ଭାଷଣ ବେଳେ ମହନ୍ତ ଜଣଙ୍କ ତାଙ୍କୁ ମାରିବା ପାଇଁ କୁଆଡ଼େ ସ୍ଥାନୀୟ ଅଞ୍ଚଳର ଲୋକ ଷଡ଼ଯନ୍ତ୍ର କରିଛନ୍ତି ଓ ଏଥିପାଇଁ ୨୮ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ ହୋଇଥିବା ଅଭିଯୋଗ କରିଛନ୍ତି।

ଏହାପରେ ସେ କହିଛନ୍ତି ଯେ “ଏହି ଅଞ୍ଚଳରେ ଯଦି କୌଣସି ମୁସଲିମ ସଂପ୍ରଦାୟର ଲୋକ ଝିଅମାନଙ୍କୁ ହଇରାଣ କରିବ, ତା’ହେଲେ ମୁଁ ମୁସଲିମ ଝିଅ ଓ ବୋହୂମାନଙ୍କୁ ଅପହଣ କରିବି। ଏହାପରେ ସର୍ବସମ୍ମୁଖରେ ସେମାନଙ୍କୁ ଦୁଷ୍କର୍ମ କରିବି।” ସେ ଏପରି କଥା କହୁଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ତାଙ୍କୁ ଉତ୍ସାହିତ କରିଥିଲେ।


ଫ୍ୟାକ୍ଟଚେକ ୱେବସାଇଟ ଅଲ୍ଟନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବାଇର ଏହି ଭିଡିଓକୁ ଶେୟାର କରିଛନ୍ତି। ସେ କହିଛନ୍ତି, “ଜଣେ ମହନ୍ତ ମସଜିଦ ସାମ୍ନାରେ ମୁସଲିମ ମହିଳାମାନଙ୍କୁ ଅପହରଣ କରି ଦୁଷ୍କର୍ମ କରିବେ ବୋଲି ଧମକ ଦେଉଛନ୍ତି। ଏଠାରେ କିଛି ପୁଲିସ୍‌ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ସୀତାପୁରର ଖୈରାବାଦ ସ୍ଥିତ ଗୋଟିଏ ମସିଜିଦ ଆଗରେ ଏହା ଘଟିଥିଲା। ଏପ୍ରିଲ ୨ରୁ ଏପରି ଘଟଣା ଘଟିଥିଲେ ମଧ୍ୟ ପୁଲିସ୍‌ କୌଣସି ପଦକ୍ଷେପ ନେଇନି।”

ଜୁବାଇରଙ୍କ ଏପରି ଟ୍ୱିଟ ଉପରେ ପ୍ରତିକ୍ରିୟା ଦେଇ ସୀତାପୁର ପୁଲିସ୍‌ କହିଛି ଯେ “ବରିଷ୍ଠ ପୁଲିସ୍‌ ଅଧିକାରୀ ଏହାର ତଦନ୍ତ କରୁଛନ୍ତି ଓ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସ୍ଥାନୀୟ ଲୋକଙ୍କ କହିବା କଥା ମହନ୍ତ ଜଣଙ୍କ ହେଉଛନ୍ତି ବଜରଙ୍ଗ ମୁନି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।