Advertisment

କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ଚିଠି, କହିଲେ- ଲାଗୁଛି ଆପଣ କ୍ଷମତା ନିଶାରେ ବୁଡ଼ି ଯାଇଛନ୍ତି

ନୂଆଦିଲ୍ଲୀ: “ମଦ ଭଳି କ୍ଷମତା ମଧ୍ୟ ଗୋଟିଏ ନିଶା। ଲାଗୁଛି ଆପଣ କ୍ଷମତା ନିଶାରେ ବୁଡ଼ି ଯାଇଛନ୍ତି।” ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ବିବାଦ ମଧ୍ୟରେ ଚିଠି ଲେଖି ବିଶିଷ୍ଟ ସମାଜସେବୀ ଆନ୍ନର ହଜାରେ ଏପରି ଟିପ୍ପଣୀ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା। ଏହାକୁ ନେଇ ଦୁର୍ନୀତି ମାମଲା ରୁଜୁ ହେବାରୁ ଜୁଲାଇ ମାସରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। କିନ୍ତୁ ଏହି ନୀତି ବଳରେ […]

କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ଚିଠି, କହିଲେ- ଲାଗୁଛି ଆପଣ କ୍ଷମତା ନିଶାରେ ବୁଡ଼ି ଯାଇଛନ୍ତି

anna

Advertisment

ନୂଆଦିଲ୍ଲୀ: “ମଦ ଭଳି କ୍ଷମତା ମଧ୍ୟ ଗୋଟିଏ ନିଶା। ଲାଗୁଛି ଆପଣ କ୍ଷମତା ନିଶାରେ ବୁଡ଼ି ଯାଇଛନ୍ତି।” ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ନୀତି ବିବାଦ ମଧ୍ୟରେ ଚିଠି ଲେଖି ବିଶିଷ୍ଟ ସମାଜସେବୀ ଆନ୍ନର ହଜାରେ ଏପରି ଟିପ୍ପଣୀ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା।

Advertisment

ଏହାକୁ ନେଇ ଦୁର୍ନୀତି ମାମଲା ରୁଜୁ ହେବାରୁ ଜୁଲାଇ ମାସରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। କିନ୍ତୁ ଏହି ନୀତି ବଳରେ ସରକାର ୧୪୪ କୋଟି ଟଙ୍କାର କ୍ଷତି ସହିଛନ୍ତି ଓ କ୍ଷମତାସୀନ ଆପ୍‌ ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆର୍ଥିକ ଫାଇଦା ହାସଲ କରିଥିବା ବିରୋଧୀ ବିଜେପି ଅଭିଯୋଗ କରିଛି।

ଏହାକୁ ନେଇ ବିଜେପି, ସିବିଆଇ ଓ ଇଡି ଆକ୍ସନ ମୋଡରେ ଥିବା ବେଳେ ଏବେ ଆନ୍ନା ହଜାରେ ଚିଠି ଲେଖି ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ଆନ୍ନା ଓ କେଜ୍ରିୱାଲ ଦୁର୍ନୀତି ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରେ କେଜ୍ରିୱାଲ ଚର୍ଚ୍ଚାକୁ ଆସିଥିଲେ ଓ ଦିଲ୍ଲୀରେ ରାଜନୀତିକ ଦଳ ଗଠନ କରି କ୍ଷମତା ଦଖଲ କରିଥିଲେ।

Advertisment

ହେଲେ ଏବେ ଆନ୍ନା ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ଆପଣଙ୍କୁ ପ୍ରଥମଥର ଚିଠି ଲେଖୁଛି। ନିକଟରେ ଆପଣଙ୍କ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ ଯେଉଁ ସବୁ ରିପୋର୍ଟ ବାହାରୁଛି, ତାହା ମୋତେ ଖୁବ ଆଘାତ ଦେଇଛି। ଆପଣ ନିଜ ବହି ସ୍ୱରାଜରେ ମଦ ନୀତିକୁ ନେଇ ଅନେକ ଆଦର୍ଶଗତ କଥା ଲେଖିଥିଲେ। ଏଥିପାଇଁ ମୁଁ ଆପଣଙ୍କ ଠାରୁ ବହୁତ କିଛି ଆଶା ରଖିଥିଲି। ଲୋକଙ୍କ ବିନା ଅନୁମତିରେ ଆବାସିକ ଅଞ୍ଚଳରେ ମଦ ଦୋକାନ ଖୋଲିବ ନାହିଁ ବୋଲି ଆପଣ କହିଥିଲେ।

ହେଲେ ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ସେସବୁ ଭୁଲି ଯାଇଛନ୍ତି। ଆମ ଆଦମୀ ପାର୍ଟିକୁ ଆପଣ, ମନୀଷ ସିସୋଦିଆ ଓ ଅନ୍ୟମାନେ ତିଆରି କରିଥିଲେ। ଏବେ ଅନ୍ୟ ପାର୍ଟି ଓ ଆପ୍‌ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ଆପଣ ପ୍ରସ୍ତୁତ କରିଥିବା ଅବକାରୀ ନୀତି ଦେଶର କୌଣସି ରାଜ୍ୟରେ ଜାରି କରାଯାଇ ପାରିବ ନାହିଁ।

ଶକ୍ତିଶାଳୀ ଲୋକପାଳ ଓ ଦୁର୍ନୀତି ବିରୋଧୀ ଆଇନ ଆଣିବା ବଦଳରେ ଆପଣ ଏପରି ଗୋଟିଏ ଅବକାରୀ ନୀତି ଆଣିଛନ୍ତି। ଏହା ଜନ ବିରୋଧୀ। ବିଶେଷ କରି ମହିଳା ବିରୋଧୀ ନୀତି। ଦିଲ୍ଲୀର ଗଳିକନ୍ଦିରେ ମଦ ଦୋକାନ ଖୋଲା ଯାଇଥିଲା। ଲାଗୁଛି କ୍ଷମତା ପାଇଁ ଲୋକମାନେ ଟଙ୍କା ଓ ଟଙ୍କା ପାଇଁ କ୍ଷମତାର ଗୋଳକ ଧନ୍ଧାରେ ଫସି ଯାଇଛନ୍ତି।

ଗୋଟିଏ ବଡ଼ ଜନ ଆନ୍ଦୋଳନ ପରେ ଗଠନ ହୋଇଥିବା ରାଜନୀତିକ ଦଳକୁ ଏପରି ନୀତି ଆଦୌ ଶୋଭା ଦେଉନି। ଯେପରି ମଦ ଗୋଟିଏ ନିଶା, ଠିକ୍‌ କ୍ଷମତା ମଧ୍ୟ ଗୋଟିଏ ନିଶା। ଅପାଣ ମଧ୍ୟ କ୍ଷମତାର ନିଶାରେ ବୁଡ଼ି ଗଲା ପରି ଲାଗୁଛି। ଏଥିପାଇଁ ଆପଣଙ୍କ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି। ମଦର ବିକ୍ରି ଓ ମଦ୍ୟପାନକୁ ବୃଦ୍ଧି କରିବା ପାଇଁ ଆପଣ ଚାହୁଁଛନ୍ତି ବୋଲି ଆନ୍ନା ତାଙ୍କ ଚିଠିରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe