ଆଶାରାମ ବାପୁ ଅସୁସ୍ଥ

ଜୟପୁର: ବିଗିଡିଲା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ସ୍ୱାସ୍ଥାବସ୍ଥା। ଯୋଧପୁର ଜେଲରେ ବନ୍ଦ ଥିବା  ଆଶାରାମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ରାଜସ୍ଥାନ ଯୋଧପୁର ସ୍ଥିତ ମହାତ୍ମାଗାନ୍ଧୀ ହସ୍ପିଟାଲ ଏବଂ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ସୂଚନା ଅନୁଯାୟୀ,ମଙ୍ଗଳବାର ରାତିରେ ଜେଲ ଭିତରେ ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। […]

Asaram-Bapu

Asaram-Bapu

Madhupriya Mistry
  • Published: Wednesday, 17 February 2021
  • Updated: 17 February 2021, 12:09 PM IST

Sports

Latest News

ଜୟପୁର: ବିଗିଡିଲା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ସ୍ୱାସ୍ଥାବସ୍ଥା। ଯୋଧପୁର ଜେଲରେ ବନ୍ଦ ଥିବା  ଆଶାରାମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ ରାଜସ୍ଥାନ ଯୋଧପୁର ସ୍ଥିତ ମହାତ୍ମାଗାନ୍ଧୀ ହସ୍ପିଟାଲ ଏବଂ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ,ମଙ୍ଗଳବାର ରାତିରେ ଜେଲ ଭିତରେ ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଥିଲା। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର କରାଯାଇଥିଲା। ପରେ ତାଙ୍କୁ ଯୋଧପୁର ସ୍ଥିତ ମହାତ୍ମା ଗାନ୍ଧି ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପରେ ମଥୁରାଦାସ ମାଥୁର ହସ୍ପିଟାଲର ସିସିୟୁରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଭର୍ତ୍ତି ହେବା ପରେ ଆଶାରାମଙ୍କ ଅନେକ ପ୍ରକାରର ଟେଷ୍ଟ କରାଯାଇଛି। ରକ୍ତଚାପ ସହ ତାଙ୍କ ଆଣ୍ଠୁରେ ବ୍ୟଥା ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ୨୦୧୩ରେ ଆଶାରାମଙ୍କ ନାଁରେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିଥିଲା । ଏହାପରେ ତାଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ଆଶାରାମଙ୍କ ଉପରେ ପୋକସୋ, ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ, ଦୁଷ୍କର୍ମ, ଅପରାଧୀକ ଷଡଯନ୍ତ୍ର ପରି ଅନେକ କେସ୍‌ ରହିଛି।

୨୦୧୪ରେ ସୁପ୍ରିମକୋର୍ଟ ଆଶାରାମଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲା। ୨୦୧୮ରେ ଯୋଧପୁର ସ୍ୱତନ୍ତ୍ର କୋର୍ଟ ଆଶାରାମଙ୍କୁ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟ ଆଶାରାମଙ୍କୁ ପୋକସୋ ଆଇନ୍‌ ମୁତାବକ ଆଜୀବନ କାରାବାସ ଓ ୧ଲକ୍ଷ ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରଠାରୁ ସେ ଯୋଧପୁର ଜେଲ୍‌ରେ ଆଜୀବନ ସଜା କାଟୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos