Advertisment

ମନୀଷ ସିସୋଦିଆଙ୍କ ମିଛ ଧରାଇ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ !

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବର ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ମୁହାଁମୁହିଁ ହୋଇଛନ୍ତି। ଏହାପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଅକ୍ସିଜେନ ଅଭାବ ଯୋଗୁଁ ମୃତ୍ୟୁ ସମ୍ପର୍କରେ କେନ୍ଦ୍ରରୁ ଏଭଳି କୌଣସି ଚିଠି ଆସିନାହିଁ। ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଅକ୍ସିଜେନ ଅଭାବରୁ ମୃତ୍ୟୁ ସମ୍ପର୍କରେ ରିପୋର୍ଟ ଦେବାକୁ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି। ମନସୁଖ ମାଣ୍ଡଭ୍ୟ […]

ଅଦ୍ୟତନ ହୋଇଛି
'ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖା ୫ ଲକ୍ଷ ଟପିବ'

manish-sisodia

Advertisment

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବର ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ମୁହାଁମୁହିଁ ହୋଇଛନ୍ତି। ଏହାପୂର୍ବରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଅକ୍ସିଜେନ ଅଭାବ ଯୋଗୁଁ ମୃତ୍ୟୁ ସମ୍ପର୍କରେ କେନ୍ଦ୍ରରୁ ଏଭଳି କୌଣସି ଚିଠି ଆସିନାହିଁ। ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଅକ୍ସିଜେନ ଅଭାବରୁ ମୃତ୍ୟୁ ସମ୍ପର୍କରେ ରିପୋର୍ଟ ଦେବାକୁ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି।

Advertisment

ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ ଏକ ଇମେଲ୍ ଦେଖାଇଛନ୍ତି ଯେଉଁଥିରେ ସିସୋଦିଆ ୨୬ ଜୁଲାଇରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କୁ ଏକ ଇମେଲର କପି ରହିଛି। ଯାହାକି ସିସୋଦିଆଙ୍କ ମିଛକୁ ପଦାରେ ପକାଇଛି। ଯଦି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଯେଉଁ ଇ-ମେଲ କଥା କହିଛନ୍ତି ତାହା ମିଛ ତାହାଲେ ଏବେ ସିସୋଦିଆ ମନସୁଖଙ୍କୁ ଜବାବ ଦେବା ଦରକାର।

ମନସୁଖ ଇ-ମେଲ ଦେଖାଇବା ସହିତ କହିଛନ୍ତି ଏବେ ବି ବିଳମ୍ବ ହୋଇନି। ଅଗଷ୍ଟ ୧୩ ସୁଦ୍ଧା ତଥ୍ୟ ପଠାଇ ପାରିବେ। ତେଣୁ ଇ-ମେଲର ଜବାବ ଦେବାକୁ ମନସୁଖ ସିସୋଦିଆଙ୍କୁ କହିଛନ୍ତି।

Advertisment

https://twitter.com/mansukhmandviya/status/1425393156577665031?s=20

ଏହାପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ ଯେ ମୋଦି ସରକାର କହୁଛନ୍ତି ଯେ ସେମାନେ ଅକ୍ସିଜେନ ମୃତ୍ୟୁ ନେଇ ଦିଲ୍ଲୀକୁ ରିପୋର୍ଟ ମାଗିଛନ୍ତି। କିନ୍ତୁ ଏ ବାବଦରେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ଚିଠି ଆସିନାହିଁ। ସେ କହିଥିଲେ ଆପଣ ରାଜ୍ୟଗୁଡିକୁ ପଚାରିବେ ନି କି ରାଜ୍ୟ ଗୁଡିକୁ ଅନୁସନ୍ଧାନ କରିବାକୁ ଦେବେ ନାହିଁ ଏବଂ ଆପଣ କହିବେ ଯେ ରାଜ୍ୟମାନେ କହୁ ନାହାନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଅକ୍ସିଜେନ ଅଭାବ ଯୋଗୁଁ ମୃତ୍ୟୁ ବିଷୟରେ ରାଜ୍ୟମାନଙ୍କୁ ପଚରାଯାଇଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ରାଜ୍ୟ ଆମକୁ ଏକ ସନ୍ଦିଗ୍ଧ ମାମଲା ବିଷୟରେ ସୂଚନା ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe