Advertisment

ଜ୍ଞାନବାପୀ ସର୍ଭେ ରିପୋର୍ଟକୁ ନେଇ ସସ୍‌ପେନ୍ସ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମସଜିଦର ସର୍ଭେ ରିପୋର୍ଟ ଆଜି ଅଦାଲତରେ ଉପସ୍ଥାପିତ ହେବ ନା ନାହିଁ। ଏହି ପ୍ରଶ୍ନର ଉତ୍ତର ପୂରା ଦେଶ ଜାଣିବାକୁ ଚାହୁଁଛି। ତେବେ ଏହି ସର୍ଭେ ରିପୋର୍ଟକୁ ନେଇ ସସ୍‌ପେନ୍ସ କିନ୍ତୁ ଜାରି ରହିଛି। ସର୍ଭେ ରିପୋର୍ଟ ସମ୍ପର୍କରେ ସ୍ୱତନ୍ତ୍ର କମିଶନର ବିଶାଲ ସିଂହ କହିଛନ୍ତି ଯେ ସେ ଆଜି ରାତି ୧୨ଟା ସୁଦ୍ଧା ରିପୋର୍ଟ ଦାଖଲ କରିଦେବେ। ଅନ୍ୟପକ୍ଷରେ କୋର୍ଟ କମିଶନର ଅଜୟ କୁମାର ମିଶ୍ରାଙ୍କ ସହକାରୀ ଓକିଲ କମିଶନର […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଜ୍ଞାନବାପୀ ସର୍ଭେ ରିପୋର୍ଟକୁ ନେଇ ସସ୍‌ପେନ୍ସ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

gyanvapi-masjid

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମସଜିଦର ସର୍ଭେ ରିପୋର୍ଟ ଆଜି ଅଦାଲତରେ ଉପସ୍ଥାପିତ ହେବ ନା ନାହିଁ। ଏହି ପ୍ରଶ୍ନର ଉତ୍ତର ପୂରା ଦେଶ ଜାଣିବାକୁ ଚାହୁଁଛି। ତେବେ ଏହି ସର୍ଭେ ରିପୋର୍ଟକୁ ନେଇ ସସ୍‌ପେନ୍ସ କିନ୍ତୁ ଜାରି ରହିଛି। ସର୍ଭେ ରିପୋର୍ଟ ସମ୍ପର୍କରେ ସ୍ୱତନ୍ତ୍ର କମିଶନର ବିଶାଲ ସିଂହ କହିଛନ୍ତି ଯେ ସେ ଆଜି ରାତି ୧୨ଟା ସୁଦ୍ଧା ରିପୋର୍ଟ ଦାଖଲ କରିଦେବେ। ଅନ୍ୟପକ୍ଷରେ କୋର୍ଟ କମିଶନର ଅଜୟ କୁମାର ମିଶ୍ରାଙ୍କ ସହକାରୀ ଓକିଲ କମିଶନର ଅଜୟ ସିଂହ କହିଛନ୍ତି ଯେ ଆଜି ରିପୋର୍ଟ ଦାଖଲ ହୋଇପାରିବ ନାହିଁ।

Advertisment

ଅଜୟ ସିଂହ କହିଛନ୍ତି, ରିପୋର୍ଟ ଏପର୍ଯ୍ୟନ୍ତ ତିଆରି ହୋଇପାରି ନାହିଁ। ସର୍ଭେ ରିପୋର୍ଟ ଉପସ୍ଥାପନ ପାଇଁ ବାରାଣାସୀ କୋର୍ଟ ଆଜିର ଦିନ ସ୍ଥିର କରିଥିଲେ, କିନ୍ତୁ କୋର୍ଟରେ ସର୍ଭେ ରିପୋର୍ଟର ଉପସ୍ଥାପନାରେ ବିଳମ୍ବ ହୋଇପାରେ। ଏହାର କିଛି ସମୟ ପରେ ସ୍ୱତନ୍ତ୍ର କମିଶନର ବିଶାଲ ସିଂହ କହିଛନ୍ତି ଯେ ସର୍ଭେ ରିପୋର୍ଟ ପ୍ରାୟ ପ୍ରସ୍ତୁତ, ଟିକିଏ ଭାଷା ଏବଂ ଟାଇପିଂ ଭୁଲ୍ ଯାଞ୍ଚ କରିବାକୁ ପଡିବ, ମୁଁ ଆଶା କରୁଛି ଯେ ଆମେ ଆଜି ରାତି ୧୨ଟା ସୁଦ୍ଧା କୋର୍ଟରେ ଉପସ୍ଥାପନ କରିଦେବୁ। ତେବେ ଆଜି କୋର୍ଟ କମିଶନର ଅଜୟ କୁମାର ମିଶ୍ରାଏହି ରିପୋର୍ଟ ଉପସ୍ଥାପନ କରିବାକୁ ଅଧିକ ସମୟ ମାଗିପାରନ୍ତି ବୋଲି ଆଶା କରାଯାଉଛି।

ज्ञानवापी का सर्वे करने वाली टीम

ସେପଟେ ଆଜି ଜ୍ଞାନବାପୀ ମସଜିଦ ମାମଲା ଉପରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ୍ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ। ସର୍ଭେ ଓ ମସଜିଦ୍‌ରେ ଶିବ ମନ୍ଦିର ଥିବା ନେଇ ଦାବି ହୋଇ ଆସୁଛି। ଏନେଇ ସର୍ଭେ ବି ସରିଛି। ତେବେ ଏହି ଦାବି ଓ ସର୍ଭେକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଛନ୍ତି ଅଞ୍ଜୁମନ ଇନ୍ତେଜାମିଆ ମସଜିଦ୍ କମିଟି। ସର୍ବେକ୍ଷଣ କାମକୁ ବନ୍ଦ କରିବାକୁ ଆବେଦନ କରାଯାଇଛି।

Advertisment

ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ୍ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଆହ୍ଲାବାଦ୍ ହାଇକୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶ ବାରାଣସୀ କୋର୍ଟଙ୍କ ଜରିଆରେ କମିଟି ଗତକାଲି ସର୍ଭେ କରିଛି। ଦାବି ହେଉଛି, ମସଜିଦ୍ ଭିତରେ ଥିବା ଏକ କୂଅ ଭିତରୁ ଶିବଲିଙ୍ଗ ଠାବ ହୋଇଛି। ହେଲେ ଏସ ମ୍ପର୍କରେ ସବିଶେଷ ବିବରଣୀ କୋର୍ଟକୁ ଜଣାଯିବ। ତେଣୁ ଏହି ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ମାମଲାର ଶୁଣାଣି ବି ଆହ୍ଲାବାଦ୍ ହାଇକୋର୍ଟରେ ଆଜି ଯାଏଁ ସ୍ଥଗିତ ରହିଛି। ତେଣୁ ସୁପ୍ରିମକୋର୍ଟରେ ଯାହା ନିଷ୍ପତ୍ତି ହେବ ତାହା ଆଗାମୀ ଦିନର ରୂପରେଖକୁ ସ୍ପଷ୍ଟ କରିବ।