Advertisment

ହୃଦୟ ନା ପଥର : ବସା ଭାଙ୍ଗି କୁନି କୁନି ପକ୍ଷୀଙ୍କୁ ଛଟପଟ କରି ମାରିଦେଲା ମଣିଷ

ଥିରୁଭନନ୍ତପୁରମ: ମଣିଷ ପରି ସେମାନେବି କେତେ କଷ୍ଟରେ କାଠି-କୋଟା ଆଣି ବସାଟିଏ ବାନ୍ଧିଥିଲେ। ମାଳ ମାଳ ବସାରେ ଗଛଟି ପରିପୂର୍ଣ୍ଣ  ହୋଇପଡ଼ିଥିଲା।  ଆଉ ସେଇ ଛୋଟ ବସାରେ ମା ସହ ନିଜର କୁନି କୁନି ପିଲାମାନେ ବେଶ ଆନନ୍ଦରେ ରହୁଥିଲେ। ପ୍ରତିଦିନ ପକ୍ଷୀମାନଙ୍କ କିଚିରି-ମିଚିରି ଶବ୍ଦରେ ପୂରି ଉଠୁଥିଲା ପରିବେଶ। କିନ୍ତୁ ଏହି କୁନି କୁନି ଚଢ଼େଇ ପାଇଁ ମଣିଷ କେତେ ନିଷ୍ଠୁର ହୋଇପାରେ ତାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ନିଜ ସ୍ୱାର୍ଥ ପାଇଁ […]

ଅଦ୍ୟତନ ହୋଇଛି
ହୃଦୟ ନା ପଥର : ବସା ଭାଙ୍ଗି କୁନି କୁନି ପକ୍ଷୀଙ୍କୁ ଛଟପଟ କରି ମାରିଦେଲା ମଣିଷ

bird

Advertisment

ଥିରୁଭନନ୍ତପୁରମ: ମଣିଷ ପରି ସେମାନେବି କେତେ କଷ୍ଟରେ କାଠି-କୋଟା ଆଣି ବସାଟିଏ ବାନ୍ଧିଥିଲେ। ମାଳ ମାଳ ବସାରେ ଗଛଟି ପରିପୂର୍ଣ୍ଣ  ହୋଇପଡ଼ିଥିଲା।  ଆଉ ସେଇ ଛୋଟ ବସାରେ ମା ସହ ନିଜର କୁନି କୁନି ପିଲାମାନେ ବେଶ ଆନନ୍ଦରେ ରହୁଥିଲେ। ପ୍ରତିଦିନ ପକ୍ଷୀମାନଙ୍କ କିଚିରି-ମିଚିରି ଶବ୍ଦରେ ପୂରି ଉଠୁଥିଲା ପରିବେଶ। କିନ୍ତୁ ଏହି କୁନି କୁନି ଚଢ଼େଇ ପାଇଁ ମଣିଷ କେତେ ନିଷ୍ଠୁର ହୋଇପାରେ ତାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ନିଜ ସ୍ୱାର୍ଥ ପାଇଁ ମଣିଷ କେତେ ଦୁର୍ଦ୍ଦାନ୍ତ ହୋଇପାରେ ତାର ଚିତ୍ର ଦେଖିଲେ ଅନୁମାନ କରିହେବ। ଏହି ଗଛଟିକୁ କାଟି ଦିଆଯିବା ପରେ ଗଛଟି ଗଡ଼ିବା ସହ କୁନି କୁନି ଚଢ଼େଇ ଗୁଡ଼ିକ ତଳେ ଛଟପଟ ହୋଇ ମରିଯାଉଛନ୍ତି।
https://twitter.com/ParveenKaswan/status/1565542250158837761?s=20&t=shXFe06wzs7tMEJyWwW60A

Advertisment

କିଛି ପକ୍ଷୀ ଉଡ଼ି ଯାଇଥିବା ବେଳେ ଆଉ କିଛି ନ ଉଡ଼ିନପାରି ଦୟନୀୟ ଭାବେ ମରିଗଲେ। ଡେଣା ଲାଗି ନଥିବାରୁ ଏମାନେ ଉଡ଼ିବାକୁ ଅକ୍ଷମ ଥିଲେ।  ଏମିତି ଏକ ଛାତି ବିଦାରି ଦେଲା ଭଳି ଘଟଣା କେରଳର ମାଲାପୁରମ ଅଞ୍ଚଳରୁ ଆସିଛି।  ଏଠାରେ ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଗଛଟିକୁ କାଟି ଦିଆଯାଇଥିଲା। ଯେଉଁ ଗଛରେ ମାଳ ମାଳ ବସା ଥିଲା।  ଗଛଟି ଗଡ଼ିବାକୁ ମାତ୍ର ୨୦ ସେକେଣ୍ଡ ନେଇଥିଲା। ଆଉ ଏହି ସମୟରେ ଗଛରେ ବସା ବାନ୍ଧିଥିବା ଚଢ଼େଇ ଗୁଡ଼ିକ ଉଡ଼ିଯାଉ ଥିବା ବେଳେ ଆଉ କିଛି ନଉଡ଼ି ପାରି ତଳେ ଛଟପଟ ହୋଇ ମରିଗଲେ। ୪୪ ସେକେଣ୍ଡର ଏଡି ଭିଡିଓଟି ଏବେ ସୋଶାଲ ମିଡିଆରେ  ଭାଇରାଲ ହେଉଛି। ଆଇଏଫସ ଅଫିସର ପ୍ରବୀଣ କସୱାନ ଏହାର ଭିଡିଓଟିକୁ ଟ୍ୱିଟରରେ ସେୟାର କରିଛନ୍ତି। ସେଥିରେ ସେ ଏକ ମର୍ମଭେଦୀ କ୍ୟାପ୍ସନଟିଏ ଲେଖିଛନ୍ତି। ‘ସମସ୍ତେ ଘର ଟିଏ ଚାହାନ୍ତି, ଆମେ କେତେ ନିଷ୍ଠୁର’।

ପ୍ରବୀଣଙ୍କ ଏହି ଟ୍ୱିଟ୍‌ରେ ତୀବ୍ର ପ୍ରତିକ୍ରିୟା ଆସିଛି। ଉକ୍ତ ଘଟଣାକୁ ବିରୋଧ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅନେକ। ପକ୍ଷୀମାନଙ୍କୁ  ନିର୍ଦ୍ଦୟ ଭାବେ ମାରିବାକୁ ବିରୋଧ କରି ୭୦୦୦ ରି-ଟ୍ୱିଟ୍‌ କରିଛନ୍ତି । ଅନ୍ୟପଟେ ବିନା ଅନୁମତିରେ  ଗଛଟିକୁ କଟାଯାଇଥିବାରୁ କେରଳର ବିନ ବିଭାଗ ମାମଲା ରୁଜୁ କରିଛି। ଗଛଟିକୁ କାଟିଥିବା ଜେସିବି ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଦୃଶ୍ୟଟିକୁ  ଯିଏ ଦେଖୁଛି ହତବାକ ହୋଇଯାଉଛି। ଜଣେ ବନବିଭାଗ ଅଧିକାରୀ କହିଛନ୍ତି ଯେ, ଯେଉଁ ଗଛରେ ପକ୍ଷୀମାନେ ବସା କରନ୍ତି ତାକୁ କାଟିବା ପାଇଁ କଟଣା ରହିଛି । ଏଥିପାଇଁ କେତେକ ଗାଇଡ୍‌ଲାଇନ ମଧ୍ୟ ରହିଛି। ଏହା ସତ୍ତ୍ୱେ କାହା ଅନୁମତି ଏବଂ କିପରି ଉକ୍ତ ଗଛଟିକୁ କଟାଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe