Advertisment

ବିମାନ ବନ୍ଦରରେ ବନ୍ୟା, ରନୱେରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ନୂଆଦିଲ୍ଲୀ: ବିମାନ ବନ୍ଦର ଭିତରେ ବନ୍ୟା। ଉବୁଟୁବୁ ଦେଶର ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ପାଣି ଆଉ ପାଣି। ପ୍ରବଳ ବର୍ଷା ପାଣିରେ ଭାସୁଛି ବିମାନ। ଏଭଳି କିଛସି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ। ଶୁକ୍ରବାର ରାତିରୁ ଦିଲ୍ଲୀରେ ରେକର୍ଡ ଭଙ୍ଗା ବର୍ଷା ହୋଇଛି। ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଗଳିକନ୍ଦିରେ ପାଣି ଜମିବା ସହ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରିକି ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୩ରେ ପାଣି ପଶିଯାଇଛି। ରନୱେରେ […]

ବିମାନ ବନ୍ଦରରେ ବନ୍ୟା, ରନୱେରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

waterlogging at airport

Advertisment

ନୂଆଦିଲ୍ଲୀ: ବିମାନ ବନ୍ଦର ଭିତରେ ବନ୍ୟା। ଉବୁଟୁବୁ ଦେଶର ରାଜଧାନୀ। ଯୁଆଡେ ଚାହିଁବ ସିଆଡେ କେବଳ ପାଣି ଆଉ ପାଣି। ପ୍ରବଳ ବର୍ଷା ପାଣିରେ ଭାସୁଛି ବିମାନ। ଏଭଳି କିଛସି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।

Advertisment

ଶୁକ୍ରବାର ରାତିରୁ ଦିଲ୍ଲୀରେ ରେକର୍ଡ ଭଙ୍ଗା ବର୍ଷା ହୋଇଛି। ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଗଳିକନ୍ଦିରେ ପାଣି ଜମିବା ସହ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରିକି ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୩ରେ ପାଣି ପଶିଯାଇଛି। ରନୱେରେ ପାଣି ଭର୍ତ୍ତି ହେବା ଯୋଗୁଁ ବିମାନ ଗୁଡିକ ଭାସମାନ ଅବସ୍ଥାରେ ଥିବା ଭଳି ମନେ ହେଉଛି। ସମୁଦ୍ର ଭଳି ଲହଡି ଭାଙ୍ଗୁଛି ବର୍ଷା ପାଣି। ମେଟ୍ରୋ ଷ୍ଟେସନରେ ମଧ୍ୟ ପାଣି ପଶିଛି। ଲଗାଣ ବର୍ଷା ଯୋଗୁଁ ଦ୍ୱାରକା ମେଟ୍ରୋ ଷ୍ଟେସନ ବାହାରେ ପାଚେରୀ ଭାଙ୍ଗି ଯାଇଥିବା କୁହାଯାଉଛି।

ସେପଟେ ଦିଲ୍ଲୀ ଜଖିରା ଅଣ୍ଡରପାସ୍‌ରେ ୧୦ ଫୁଟ୍‌ ଯାଏଁ ପାଣି ଭର୍ତ୍ତି ହୋଇଯାଇଛି। ଗାଡି ମଟର ଚଳାଚଳ ପୂରାପୁରି ପ୍ରଭାବିତ ହୋଇଛି। ଦିଲ୍ଲୀ-ଏନ୍‌ସିଆର୍‌ ସମେତ କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏବେ ଦିଲ୍ଲୀ ଏନ୍‌ସିଆର୍‌ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Advertisment

ଦିଲ୍ଲୀ, ନଏଡା, ଗ୍ରେଟର ନଏଡା, ସମେତ ଏନ୍‌ସିଆର୍‌ର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୩ ପରେ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ୯୭ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ରାଜଧାନୀରେ ତାପମାତ୍ରା ସାମାନ୍ୟ କମିଛି।

https://twitter.com/ANI/status/1436567656648241157?s=20

https://twitter.com/Ashoke_Raj/status/1436560109845446657?s=20

https://twitter.com/ANI/status/1436523222669926400?s=20

Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe