Advertisment

ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି। ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ ରାଜ୍ୟପାଳ ରମେଶ ବୈଶଙ୍କୁ ଚିଠି ପଠାଇଛନ୍ତି। ଚିଠିରେ ଇସି ନିର୍ଦ୍ଦିଷ୍ଟ ଭାବେ କ’ଣ ଲେଖିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ହେମନ୍ତ ସୋରେନ ‘ନିର୍ବାଚନୀ ଆଇନକୁ ଉଲ୍ଲଙ୍ଘନ’ କରିଥିବା ଇସି କହିଛନ୍ତି। ସେ ନିଜ ନାଁରେ ବେଆଇନ ଭାବେ ଖଣି ଖାଦାନର […]

ଅଡ଼ୁଆରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ! ସଦସ୍ୟତା ରଦ୍ଦ ପାଇଁ ରାଜ୍ୟପାଳଙ୍କୁ ଇସିଙ୍କ ଚିଠି

Hemant-soren

Advertisment

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିଛି। ବିଧାୟକ ଭାବେ ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନ ବନ୍ଦ ଲଫାପାରେ ରାଜ୍ୟପାଳ ରମେଶ ବୈଶଙ୍କୁ ଚିଠି ପଠାଇଛନ୍ତି।

Advertisment

ଚିଠିରେ ଇସି ନିର୍ଦ୍ଦିଷ୍ଟ ଭାବେ କ’ଣ ଲେଖିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ହେମନ୍ତ ସୋରେନ ‘ନିର୍ବାଚନୀ ଆଇନକୁ ଉଲ୍ଲଙ୍ଘନ’ କରିଥିବା ଇସି କହିଛନ୍ତି। ସେ ନିଜ ନାଁରେ ବେଆଇନ ଭାବେ ଖଣି ଖାଦାନର ଲିଜ୍‌ ନେଇଛନ୍ତି। ତେଣୁ ତାଙ୍କ ବିଧାୟକ ପଦକୁ ରଦ୍ଦ କରାଯିବା ଦରକାର ବୋଲି ଇସି କହିଥିବା ଚର୍ଚ୍ଚା ହେଉଛି। ଇସିଙ୍କ ଚିଠି ଝାରଖଣ୍ଡ ରାଜଭବନରେ ପହଞ୍ଚି ସାରିଛି। ଏବେ ରାଜ୍ୟପାଳ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଏହାପୂର୍ବରୁ ହେମନ୍ତ ସୋରେନଙ୍କ ସଦସ୍ୟ ପଦ ସଂକ୍ରାନ୍ତ ଆବେଦର ବିଚାର କରିବାକୁ ରାଜ୍ୟପାଳ ରମେଶ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ। ଏବେ ଇସି ପୂରା ପ୍ରସଙ୍ଗରେ ନିଜର ମତ ରାଜଭବନକୁ ପଠାଇଛନ୍ତି।

Advertisment

ଏହି ଘଟଣାରେ ବିଜେପି ଆବେଦନକାରୀ ରହିଛି। ହେମନ୍ତ ସୋରେନ ଲୋକ ପ୍ରତିନିଧି ଆଇନ ୧୯୫୧ର ସେକ୍ସନ ୯(କ)ର ଉଲ୍ଲଙ୍ଘନ କରିଥିବା ଦଳ ଅଭିଯୋଗ କରିଥିଲା। ଭାରତୀୟ ସମ୍ବିଧାନର ଧାରା ୧୯୨ ଅନୁଯାୟୀ, ଯଦି ବିଧାନସଭାର କୌଣସି ସଦସ୍ୟ ଅଯୋଗ୍ୟ ବିବେଚନା ହେବା ଜରୁରୀ କି ନୁହେଁ ବୋଲି ପ୍ରଶ୍ନ ଉଠେ, ତା’ହେଲେ ଏହି ପ୍ରସଙ୍ଗକୁ ରାଜ୍ୟପାଳଙ୍କୁ ପଠାଯିବ। ରାଜ୍ୟପାଳ ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସେହିପରି ଏହା ଉପରେ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟପାଳ ନିର୍ବାଚନ କମିଶନଙ୍କ ମତାମତ ନେବା ଜରୁରୀ। ଏବେ ହେମନ୍ତ ସୋରେନଙ୍କ କ୍ଷେତ୍ରରେ ସେପରି ନିୟମ ପାଳନ କରାଯାଇଛି। ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟପାଳ ମଧ୍ୟ ସମାନ ପଦକ୍ଷେପ ନେଇ ପାରନ୍ତି ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe