ଡିଜେଲ ଓ ଗ୍ୟାସ ଦର ଉପରମୁହାଁ, ସୀମାରେ ବଢ଼ିଲା ବେଆଇନ କାରବାର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଶତକ ଛୁଇଁସାରିଥିବା ବେଳେ ରୋଷେଇ ଗ୍ୟାସ ଦର ମଧ୍ୟ ବଢ଼ିଛି। ହେଲେ ସୀମା ଆରପାରରେ ତେଲ ଦର ଭାରତ ତୁଳନାରେ ଢ଼େର କମ୍ ରହିଛି। ତେଣୁ ସୀମା ପାଖରେ ଯିଏ ରହୁଛି ସିଏ କିଭଳି କମ୍ ଦାମରେ ତେଲ, ଗ୍ୟାସ ଆଦି ପାଇବ ବାଟ କାଢ଼ୁଛନ୍ତି। ଯାହାର ନଜିର ଦେଖିବାକୁ ମିଳିଛି ଯେତେବେଳେ ଗତସପ୍ତାହରେ ନେପାଳରୁ ଆସୁଥିବା ଏକ ତେଲ ଭର୍ତ୍ତି ଟ୍ରକ ଆସୁଥିବାବେଳେ ଧରାପଡ଼ିଥିଲା। ୧,୩୬୦ ଲିଟର ଡିଜେଲ ନେଇ […]

petrol price hike

Subhransu Sekhar
  • Published: Monday, 22 February 2021
  • , Updated: 22 February 2021, 08:15 PM IST

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଶତକ ଛୁଇଁସାରିଥିବା ବେଳେ ରୋଷେଇ ଗ୍ୟାସ ଦର ମଧ୍ୟ ବଢ଼ିଛି। ହେଲେ ସୀମା ଆରପାରରେ ତେଲ ଦର ଭାରତ ତୁଳନାରେ ଢ଼େର କମ୍ ରହିଛି। ତେଣୁ ସୀମା ପାଖରେ ଯିଏ ରହୁଛି ସିଏ କିଭଳି କମ୍ ଦାମରେ ତେଲ, ଗ୍ୟାସ ଆଦି ପାଇବ ବାଟ କାଢ଼ୁଛନ୍ତି। ଯାହାର ନଜିର ଦେଖିବାକୁ ମିଳିଛି ଯେତେବେଳେ ଗତସପ୍ତାହରେ ନେପାଳରୁ ଆସୁଥିବା ଏକ ତେଲ ଭର୍ତ୍ତି ଟ୍ରକ ଆସୁଥିବାବେଳେ ଧରାପଡ଼ିଥିଲା।

୧,୩୬୦ ଲିଟର ଡିଜେଲ ନେଇ ନେପାଳରୁ ଏହି ଟ୍ରକ ଆସୁଥିବା ବେଳେ ସୀମାରେ ଧରାପଡ଼ିଥିଲା। ଅର୍ଥାତ୍ ଦେଶରେ ତେଲ ଦର ବଢ଼ିଥିବାରୁ କମ୍ ଦାମରେ ତେଲ କିଣିବା ପାଇଁ ଅନ୍ୟ ଦେଶରୁ ତେଲ ଆଣି କିଛି ବ୍ୟକ୍ତି ବ୍ୟବସାୟ ଆରମ୍ଭ କରିଛନ୍ତି। ଯାହାକି ବେଆଇନ୍।

ନେପାଳ ସୀମାକୁ ଲାଗିଥିବା ବିହାରର ଏକ ଗ୍ୟାସ ଦୋକାନୀ ରବି ଭାରତୀ କହିଛନ୍ତି, ଟିକସ ଦର ଦୁଇ ଦେଶ ମଧ୍ୟରେ କମ୍ ବେଶୀ ରହୁଛି। ଏହାର ଫାଇଦା ନେଇ କିଛି ବ୍ୟବସାୟୀ ନେପାଳରୁ ଗ୍ୟାସ, ତେଲ ଆଣି ବିହାରରେ ବ୍ୟବସାୟ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଅନେକ ଦୋକାନୀ ବ୍ୟବସାୟୀ କ୍ଷତି ସହୁଛନ୍ତି। ଆଉ ତେଲ ଦର ବଢ଼ୁଥିବା ଦେଖି ବେଆଇନ୍ କାରବାର ମଧ୍ୟ ବଢ଼ି ଚାଲିଥିବା ସେ କହିଛନ୍ତି।

ଭାରତୀ କହିଛନ୍ତି ପ୍ରତିଦିନ ତାଙ୍କ ତେଲ ଗ୍ୟାସ ଟାଙ୍କିରେ ୧୮୦୦ ଲିଟର ଗ୍ୟାସ ରିଫିଲିଂ ହେଉଥିଲା। ହେଲେ ଏବେ ଏହା କମି ୧୨୦୦ ଲିଟର ହୋଇଗଲାଣି। ସେହିପରି ଗାଡ଼ି ଗୁଡ଼ିକ ତେଲ ଟାଙ୍କିରୁ ତେଲ ନପକାଇ ରାସ୍ତା ସାଇଡରେ ଥିବା ଛୋଟ ଦୋକାନୀରୁ ତେଲ ପକାଉଛନ୍ତି। ଯେଉଁମାନେକି ସୀମା ଆରପାରରୁ ବିଭିନ୍ନ ଉପାୟରେ ତେଲ ଆଣି ପେଟ୍ରୋଲ ଟାଙ୍କିରୁ କମ୍ ଦାମରେ ଆଣି ତେଲ ବିକ୍ରି କରୁଛନ୍ତି।

ଗତକାଲି ତେଲ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଥିଲେ, ପ୍ରମୁଖ ଦୁଇଟି କାରଣ ପାଇଁ ତେଲ ଦର ବଢ଼ୁଛି ବୋଲି ଧର୍ମେନ୍ଦ୍ର କହିଥିଲେ। ଗୋଟିଏ ହେଲା ଅନ୍ତରାଷ୍ଟ୍ରୀୟ ବଜାରରେ ତେଲର ଉତ୍ପାଦନ କମିଛି ଏବଂ ଅନ୍ୟଟି ଅଧିକ ଲାଭ ପାଇବା ପାଇଁ ତେଲ ଉତ୍ପାଦନ କରୁଛନ୍ତି। ଏଥିପାଇଁ ଉପୋଭକ୍ତାଙ୍କୁ ଅଧିକ ଦାମ ଦେବାକୁ ପଡ଼ୁଛି ବୋଲି ସେ କହିଥିଲେ।

ଦେଶବାସୀଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ସରକାର ଓପିଇସି ଏବଂ ଓପେକ ଦେଶ ସହିତ ଆଲୋଚନା କରୁଛନ୍ତି। ଦର ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଖୁବଶୀଘ୍ର ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି।

Related story