Advertisment

ଗୋଟିଏ ଦିନରେ କୋଟିଏ ଟିକା, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହରର ଆଶଙ୍କା ରହିଛି। ଏହାରି ଭିତରେ ଦୈନିକ ଟିକାକରଣରେ ରେକର୍ଡ କରିଛି ଭାରତ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ କହିଛନ୍ତି ଯେ ଅଗଷ୍ଟ ୨୭ ଶୁକ୍ରବାର ପ୍ରାୟ ୧ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ପୂର୍ବରୁ ଦୈନିକ ଯେତେ ଲୋକ ଟିକା ନେଇଥିଲେ ସେଥିମଧ୍ୟରୁ ଅଗଷ୍ଟ ୨୭ରେ ସର୍ବାଧିକ ଲୋକ ଟିକା ନେଇଛନ୍ତି। ଏହାକୁ ମିଶାଇଲେ ଏପର୍ଯ୍ୟନ୍ତ ୬୨ କୋଟିରୁ ଅଧିକ ଲୋକ ସିଙ୍ଗେଲ୍ ଡୋଜ ଓ ଡବଲ୍ ଡୋଜ ନେଇଛନ୍ତି। ଏହାପୂର୍ବରୁ […]

ଅଦ୍ୟତନ ହୋଇଛି
ଟିକାର ବୁଷ୍ଟର ଡୋଜ୍‌କୁ ହୁ’ର ବିରୋଧ, ଜାଣନ୍ତୁ କାରଣ

Vaccine

Advertisment

ନୂଆଦିଲ୍ଲୀ: ଦେଶରେ ତୃତୀୟ ଲହରର ଆଶଙ୍କା ରହିଛି। ଏହାରି ଭିତରେ ଦୈନିକ ଟିକାକରଣରେ ରେକର୍ଡ କରିଛି ଭାରତ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ କହିଛନ୍ତି ଯେ ଅଗଷ୍ଟ ୨୭ ଶୁକ୍ରବାର ପ୍ରାୟ ୧ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ପୂର୍ବରୁ ଦୈନିକ ଯେତେ ଲୋକ ଟିକା ନେଇଥିଲେ ସେଥିମଧ୍ୟରୁ ଅଗଷ୍ଟ ୨୭ରେ ସର୍ବାଧିକ ଲୋକ ଟିକା ନେଇଛନ୍ତି। ଏହାକୁ ମିଶାଇଲେ ଏପର୍ଯ୍ୟନ୍ତ ୬୨ କୋଟିରୁ ଅଧିକ ଲୋକ ସିଙ୍ଗେଲ୍ ଡୋଜ ଓ ଡବଲ୍ ଡୋଜ ନେଇଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ସରକାରଙ୍କ ତରଫରୁ କୁହାଯାଇଥିଲା ଯେ ଦେଶର ଏବେ ମୋଟ୍ ପ୍ରାପ୍ତ ଜନସଂଖ୍ୟାରୁ ୫୦ ପ୍ରତିଶତ ଲୋକଙ୍କୁ ସିଙ୍ଗେଲ୍ ଡୋଜ ଦିଆଯାଇଛି।

Advertisment

ଆଜିର ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ୧ କୋଟିରୁ ଅଧିକ ଲୋକ ଟିକା ନେବାକୁ ଏକ ବଡ଼ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ଟିକାକରଣରେ ସାମିଲ ହୋଇଛନ୍ତି ଏବଂ ଯେଉଁମାନେ ଟିକାକରଣ ଅଭିଯାନକୁ ସଫଳ କରାଉଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି।

https://twitter.com/narendramodi/status/1431297818161909760?s=20

କେନ୍ଦ୍ର ସରକାର ଜୁନ୍ ୨୧ରୁ ଦେଶରେ ଚତୁର୍ଥ ପର୍ଯାୟ ଟିକାକରଣର ମଙ୍ଗ ଧରିଥିଲେ। ଜୁଲାଇ ଶେଷ ବେଳକୁ ଦୈନିକ ଏକ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ମାସେ ବିଳମ୍ୱରେ ଅର୍ଥାତ ଅଗଷ୍ଟ ଶେଷ ସପ୍ତାହରେ ଏହି ଲକ୍ଷ୍ୟ ପୂରଣ ହୋଇଛି। ଯଦିଓ କେନ୍ଦ୍ର ସରକାର ବର୍ଷ ଶେଷ ସୁଦ୍ଧା ଦେଶରେ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ସାରିବେ ବୋଲି ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି। ହେଲେ ଅନେକ ସ୍ଥାନରେ ଏବେ ବି ଟିକା କେନ୍ଦ୍ରରେ ଟିକାର ଅଭାବ ଥିବାରୁ ସରକାରଙ୍କ ଟାର୍ଗେଟ ପୂରଣ ହୋଇନପାରେ ବୋଲି କୁହାଯାଉଛି।

Advertisment

ସୂଚନାଯୋଗ୍ୟ, ଏବେ ଦେଶରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୮ ପ୍ରତିଶତରୁ ଅଧିକ ରହିଥିବା ଜଣାପଡ଼ିଛି। ବାକି ରାଜ୍ୟରେ କିନ୍ତୁ କରୋନା ସଂକ୍ରମଣ ହ୍ରାସ ପାଉଛି। ତେବେ କୋଭିଡ୍ ଜନିତ ମୃତ୍ୟୁ ହାର କିମ୍ୱା ଗୁରୁତର ସେତେଟା ହେଉ ନାହାନ୍ତି। ଏହା ଟିକାର ପ୍ରଭାବ ବୋଲି କୁହାଯାଉଛି।

https://twitter.com/mansukhmandviya/status/1431294951673843718?s=20

ତେବେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହାକୁ ନେଇ କହିଛନ୍ତି ଯେ କେବଳ କେରଳରେ ସଂକ୍ରମଣ କାହିଁକି ବଢ଼ିଲା ତାହା ଏବେ ନିଶ୍ଚିତ ଭାବେ ଚିନ୍ତାଜନକ। ତେବେ କେଉଁ କାରଣ ପାଇଁ ସଂକ୍ରମଣ ବୃଦ୍ଧି ପାଇଛି ତାର ସବିଶେଷ କାରଣ ଜଣାପଡ଼ି ନାହିଁ।

କରୋନାର ତୃତୀୟ ଲହର ଆଗକୁ ଆସିବ ବୋଲି କୁହାଯାଉଥିବା ବେଳେ କେରଳରେ ବଢ଼ୁଥିବା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। କରୋନା ରୂପ ବଦଳାଏ ବୋଲି ଆମେ ସମସ୍ତେ ଜାଣିଛୁ। ଏହା ଏବେ ସମଗ୍ର ଦେଶ ପାଇଁ ଚିନ୍ତାଜନକ। ଯଦିଓ ଏବେ ଦେଶର ଅନେକ ରାଜ୍ୟ ଧୀରେ ଧୀରେ ନିୟମରେ କୋହଳ କରୁଛନ୍ତି। ଲୋକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଏହି ପରିସ୍ଥିତି କରୋନାକୁ ଆଗକୁ ବଢ଼ିବାକୁ ସୁଯୋଗ ଦିଏ ବୋଲି ଗୁରୁବାର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe