Advertisment

ହିଜାବ ଇସଲାମ ଧର୍ମର ଅଂଶ ନୁହଁ ! ବୃହତ୍ତର ବେଞ୍ଚକୁ ଯିବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଦିନକୁ ଦିନକୁ ତେଜିବା ସହ ମାମଲା ନ୍ୟାୟାଳୟରେ ପହଞ୍ଚିଛି। ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଆଜି ଶୁଣାଣି କରି ଏହାକୁ ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିଶ କରିଛନ୍ତି। ଜଣିକିଆ ବେଞ୍ଚ ତଥା ଜଷ୍ଟିସ୍‌ କ୍ରିଷ୍ଣା ଦିକ୍ସିତ୍ ଏହି ମାମଲାର ଶୁଣାଣି କରି ସେ ଏକଥା କହିଛନ୍ତି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍‌  ନଭଦାଗୀ କୋର୍ଟଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତୀୟ ସୂଚନା ଦେଇଛନ୍ତି । କଲେଜରେ ହିଜାବ ପିନ୍ଧିବା […]

author-image
Tapas Behera
ଅଦ୍ୟତନ ହୋଇଛି
ତାଲିବାନ ଭୟ: ୧୦ ଗୁଣା ବଢ଼ିଲା ବୁର୍ଖାର ଦାମ

Burqa

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଦିନକୁ ଦିନକୁ ତେଜିବା ସହ ମାମଲା ନ୍ୟାୟାଳୟରେ ପହଞ୍ଚିଛି। ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଆଜି ଶୁଣାଣି କରି ଏହାକୁ ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିଶ କରିଛନ୍ତି। ଜଣିକିଆ ବେଞ୍ଚ ତଥା ଜଷ୍ଟିସ୍‌ କ୍ରିଷ୍ଣା ଦିକ୍ସିତ୍ ଏହି ମାମଲାର ଶୁଣାଣି କରି ସେ ଏକଥା କହିଛନ୍ତି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍‌  ନଭଦାଗୀ କୋର୍ଟଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତୀୟ ସୂଚନା ଦେଇଛନ୍ତି । କଲେଜରେ ହିଜାବ ପିନ୍ଧିବା ସଂକ୍ରାନ୍ତରେ ପିଲାମାନଙ୍କୁ ଅନୁମତି ଦେବା ବାବଦରେ ମଧ୍ୟବର୍ତ୍ତୀଆକାଳୀନ ରିଲିଫ୍‌ ନଦେବାକୁ ଆଡଭୋକେଟ୍ ଜେନେରାଲ ଅନୁରୋଧ କରିଥିଲେ। ମଧ୍ୟବର୍ତ୍ତୀକାଳୀନ ରିଲିଫ୍‌କୁ ବିରୋଧ କରି ଆଡଭୋକେଟ୍‌ ଜେନାରାଲ କହିଛନ୍ତି ଏଭଳି ରାୟ ବର୍ତ୍ତମାନ ସମୟରେ ଅଧିକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବ।

Advertisment

କୋର୍ଟରେ ଅଧିକ ମାମଲା ଆବେଦନ ହେବ। ଆଜି ମାମଲାରୁ ଶୁଣାଣି କରୁଥିବା ଜଷ୍ଟିସ୍‌ ଦିକ୍ସିତ କହିଛନ୍ତି ଯେ, ହିଜାବ ପ୍ରସଙ୍ଗ ବୃହତ ବେଞ୍ଚରେ ଶୁଣାଣି ପାଇଁ ଏହାକୁ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆବେଦନର ତ୍ୱରିତ ଶୁଣାଣି ପାଇଁ ମଧ୍ୟ ସେ ସୁପାରିଶ କରିଛନ୍ତି । ଆଡଭୋକେଟ ଜେନେରାଲ କହିଛନ୍ତି ଯେ, ଆବେଦନକାରୀ ଭ୍ରମରେ ଅଛନ୍ତି ଏବଂ ସେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରତ୍ୟେକ ଅନୁଷ୍ଠାନକୁ ସ୍ୱୟଂ ଶାସିତ ପାଇଁ କ୍ଷମତା ପ୍ରଦାନ କରାଯାଇଛି।

ଏକ୍ଷେତ୍ରରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇପାବେ ନାହିଁ। କଲେଜର ଆଚରଣ ବିଧି ଅନୁଯାୟୀ ସ୍ତରୀକୃତ ଡ୍ରେସ୍‌କୋଡକୁ ପିଲାମାନେ ମାନିବା ଉଚିତ୍‌। ହିଜାବ ଧର୍ମ ଆଚରଣର ଅଂଶୀଦାର ନୁହଁ ବୋଲି ପୂର୍ବରୁ ଅନେକ ରାୟରେ ଦର୍ଶାଯାଇଛି। ତେବେ ଆବେଦନକାରୀଙ୍କ ପକ୍ଷରୁ ସଞ୍ଜୟ ହେଗଡ଼େ ହାଜର ହୋଇ ୟୁନିଫର୍ମ ସଂକ୍ରାନ୍ତରେ କର୍ଣ୍ଣାଟକ ଶିକ୍ଷା ଆଇନ୍‌ରେ ସେମିତି କିଛି ବ୍ୟବସ୍ଥା ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ।  ଶିକ୍ଷା ଆଇନ୍‌କୁ ମୁଁ ସମ୍ପୂର୍ଣ୍ଣ ତର୍ଜମା କରିଛି। ହେଲେ ୟୁନିଫର୍ମ ବାବଦରେ କୌଣସି ତଥ୍ୟ ପାଇଲି ନାହିଁ ବୋଲି ସେ କହିଛନ୍ତି । ତେଣୁ ନିଜ ପସନ୍ଦରେ ଡ୍ରେସ୍‌ ପିନ୍ଧି କଲେଜ ଯିବାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଥିଲେ।

Advertisment