Advertisment

ଆଜି କର୍ଣ୍ଣାଟକ ହାଇ କୋର୍ଟରେ ହିଜାବ ବିବାଦ ଶୁଣାଣି

ବେଙ୍ଗାଲୁରୁ : କର୍ଣ୍ଣାଟକରୁ ଆରମ୍ଭ ହୋଇ ଥିବା ହିଜାବ ବିବାଦ ସମଗ୍ର ଦେଶରେ ହଟଚମଟ ସୃଷ୍ଟି କରିଛି। କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାର ଆଜି ଶୁଣାଣି ରହିଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ଥିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ଆଜି ଦୁଇଟା ବେଳେ ଏହି ମାମଲାର ଶୁଣାଣି କରିବେ। ଏହି ମାମଲାର ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହେବାର ଥିଲା।  କିନ୍ତୁ  କୋର୍ଟ ଏହାକୁ ବୁଧବାର ଯାଏ ମୁଲତବି ରଖିଛନ୍ତି। ସେପଟେ ହିଜାବକୁ ନେଇ କର୍ଣ୍ଣାଟକରେ ବନ୍ଦ […]

ଅଦ୍ୟତନ ହୋଇଛି
ହିଜାବ ବିବାଦ: ୧୬ରୁ ସବୁ କଲେଜ ଖୋଲିବାକୁ ନିର୍ଦ୍ଦେଶ

Hijab

Advertisment

ବେଙ୍ଗାଲୁରୁ : କର୍ଣ୍ଣାଟକରୁ ଆରମ୍ଭ ହୋଇ ଥିବା ହିଜାବ ବିବାଦ ସମଗ୍ର ଦେଶରେ ହଟଚମଟ ସୃଷ୍ଟି କରିଛି। କର୍ଣ୍ଣାଟକ ହାଇକୋର୍ଟରେ ଏହି ମାମଲାର ଆଜି ଶୁଣାଣି ରହିଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଋତୁରାଜ ଅୱସ୍ଥିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ଆଜି ଦୁଇଟା ବେଳେ ଏହି ମାମଲାର ଶୁଣାଣି କରିବେ। ଏହି ମାମଲାର ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହେବାର ଥିଲା।  କିନ୍ତୁ  କୋର୍ଟ ଏହାକୁ ବୁଧବାର ଯାଏ ମୁଲତବି ରଖିଛନ୍ତି। ସେପଟେ ହିଜାବକୁ ନେଇ କର୍ଣ୍ଣାଟକରେ ବନ୍ଦ ଥିବା ସ୍କୁଲ କଲେଜ ଗତ କାଲି ଖୋଲିଛି।

Advertisment

ସେହିପରି ଧାର୍ମିକ ବିଦ୍ୱେଷ ସୃଷ୍ଟି କରି ସମାଜକୁ ଭାଙ୍ଗୁ ଥିବା ଧାର୍ମିକ ସଂସ୍ଥା ଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହହିଛନ୍ତି ଯେ, କିଛି ଧର୍ମୀୟ ସଙ୍ଗଠନ  ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାର କରି ସମାଜକୁ ବିଭାଜିତ କରୁଛନ୍ତି।  ତେଣୁ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଟେରେ ମାମଲା ଶୁଣାଣି ପର୍ଯ୍ୟାୟରେ ଥିବାରୁ ଚୂଡ଼ାନ୍ତ ରାୟ ନଆସିବା ପୂର୍ବରୁ ଧାର୍ମିକ ପୋଷାକ ଉପରେ ରୋକ ଲଗାଇଥିଲେ କର୍ଣ୍ଣାଟକ ହାଇକୋର୍ଟ। ତେବେ ଗତକାଲି କର୍ଣ୍ଣାଟକ ହାଇକୋର୍ଟରେ  ଶୁଣାଣିରେ ବରିଷ୍ଠ ଓକିଲ ଦେବଦତ୍ତ କାମାତ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ।

ସେ ଏକ ଦକ୍ଷିଣ ଆଫ୍ରିକୀୟ କୋର୍ଟ ରାୟର ଉଦାହରଣ ଦେଇଥିଲେ। ସେ ପ୍ରଶ୍ନ କରିଥିଲେ  ଜଣେ ଦକ୍ଷିଣଭାରତୀୟ-ମୂଳ ହିନ୍ଦୁ ଝିଅ ନାକରେ ନୋଥ ପିନ୍ଧିପାରିବ ନା ନାହିଁ। ଏହା ୟୁନିଫର୍ମର ମାମଲା ନୁହେଁ, ବରଂ ଏହା ଏକ ବ୍ୟତିକ୍ରମର ମାମଲା। କାମାତ କହିଥିଲେ, ଆମ ସମ୍ବିଧାନ ସକାରାତ୍ମକ ଧର୍ମନିରପେକ୍ଷତାକୁ ଅନୁସରଣ କରେ, ଯାହା ତୁର୍କିଶ ଧର୍ମନିରପେକ୍ଷତା ପରି ନକାରାତ୍ମକ ନୁହେଁ। ଆମ ଧର୍ମନିରପେକ୍ଷତା ସମସ୍ତଙ୍କ ଧାର୍ମିକ ଅଧିକାରକୁ ସୁରକ୍ଷିତ ରଖେ। ତେବେ ମଙ୍ଗଳବାରର ଶୁଣାଣି ଅଧା ରହିଥିଲା ଏବଂ ଆଜି ଏହାର ଶୁଣାଣି ହେବ ବୋଲି କୁହାଯାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe