Advertisment

ହିନ୍ଦୁ ଶବ୍ଦକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ନିନ୍ଦା କଲା ଖୋଦ୍‌ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ସତୀଶ ଲକ୍ଷ୍ମୀରାଓ ଜାରକିହୋଲି ହିନ୍ଦୁ ଶବ୍ଦକୁ ନେଇ ଅତ୍ୟନ୍ତ ଅରୁଚିକର ଓ ବିବାଦୀୟ ଟିପ୍ପଣୀ କରିଛନ୍ତି। ହିନ୍ଦୁ ଶବ୍ଦର ଗୋଟିଏ ଅଭଦ୍ର ଅର୍ଥ ରହିଛି ଓ ଏହା ଭାରତର ମୂଳ ଶବ୍ଦ ନୁହେଁ। ଏହା ପାର୍ସୀରୁ ଆସିଛି। ଭାରତ ସହ ଏହାର କୌଣସି ସମ୍ପର୍କ ନଥିବା ବେଳେ କେମିତି ଲୋକମାନେ ଏହି ଶବ୍ଦକୁ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ କଂଗ୍ରେସ ସତୀଶଙ୍କ ଏପରି ବୟାନ ଠାରୁ […]

ହିନ୍ଦୁ ଶବ୍ଦକୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ନିନ୍ଦା କଲା ଖୋଦ୍‌ ଦଳ

satish

Advertisment

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ସତୀଶ ଲକ୍ଷ୍ମୀରାଓ ଜାରକିହୋଲି ହିନ୍ଦୁ ଶବ୍ଦକୁ ନେଇ ଅତ୍ୟନ୍ତ ଅରୁଚିକର ଓ ବିବାଦୀୟ ଟିପ୍ପଣୀ କରିଛନ୍ତି। ହିନ୍ଦୁ ଶବ୍ଦର ଗୋଟିଏ ଅଭଦ୍ର ଅର୍ଥ ରହିଛି ଓ ଏହା ଭାରତର ମୂଳ ଶବ୍ଦ ନୁହେଁ। ଏହା ପାର୍ସୀରୁ ଆସିଛି। ଭାରତ ସହ ଏହାର କୌଣସି ସମ୍ପର୍କ ନଥିବା ବେଳେ କେମିତି ଲୋକମାନେ ଏହି ଶବ୍ଦକୁ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ କଂଗ୍ରେସ ସତୀଶଙ୍କ ଏପରି ବୟାନ ଠାରୁ ନିଜକୁ ଦୂରେଇ ରଖିଛି। ଏଥିସହ ଦଳ ପକ୍ଷରୁ ଏହାକୁ ନିନ୍ଦା ମଧ୍ୟ କରାଯାଇଛି।

Advertisment

ସତୀଶ କହିଛନ୍ତି, “ହିନ୍ଦୁ ଶବ୍ଦ କେଉଁଠୁ ସୃଷ୍ଟି ହୋଇଛି? ଏହା କ’ଣ ଆମ ଶବ୍ଦ? ଏହା ଗୋଟିଏ ପାର୍ସୀ ଶବ୍ଦ। ଇରାନ, ଇରାକ, ଉଜବେକିସ୍ତାନ, କାଜଖସ୍ତାନ ସହ ଏହା ଜଡ଼ିତ। ଭାରତ ସହ ହିନ୍ଦୁ ଶବ୍ଦର ସମ୍ପର୍କ କ’ଣ? ଏପରି ସ୍ଥିତିରେ ଲୋକମାନେ କେମିତି ଏହାକୁ ଗ୍ରହଣ କରିବେ? ଏହାକୁ ନେଇ ବିତର୍କ ହେବା ଦରକାର। ଆପଣଙ୍କ ହିନ୍ଦୁ କେମିତି? ଆପଣମାନେ ହ୍ୱାଟସଆପ ଓ ୱିକପେଡିଆ ଚେକ କରନ୍ତୁ। ହିନ୍ଦୁ ଶବ୍ଦ ଆପଣଙ୍କର ନୁହେଁ।”

ସତୀଶଙ୍କ ଏପରି ବିବାଦୀୟ ବୟାନର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶାସକ ବିଜେପି ଏହାକୁ ନିନ୍ଦା କରିଛି। ଏଥିସହ ଏହା ହିନ୍ଦୁଙ୍କ ପାଇଁ ଅପମାନ। କର୍ଣ୍ଣାଟକାର ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅଶ୍ୱଥନାରାୟଣ ସିଏନ କହିଛନ୍ତି, କଂଗ୍ରେସ ଲୋକଙ୍କ ଭାବାବେଗ ଓ ସଂସ୍କୃତିକୁ ସମ୍ମାନ ଦେବା ଉଚିତ। ସେମାନେ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବା ଦରକାର। ଅଯଥା ବିବାଦ ସୃଷ୍ଟି କରିବାର କାରଣ କିଛି ନାହିଁ। ଏହା ସମାଜର ସ୍ୱାର୍ଥ ପାଇଁ ଆଦୌ ଭଲ ନୁହେଁ।”

Advertisment


ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ସତୀଶଙ୍କ ବୟାନକୁ ନିନ୍ଦା କରିଛି। ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ହିନ୍ଦୁତ୍ୱ ହେଉଛି ଜୀବନ ଧାରଣର ମାଧ୍ୟମ। ସମସ୍ତ ଧର୍ମ ଓ ବିଶ୍ୱାସକୁ ସମ୍ମାନ ଦେବା ପାଇଁ କଂଗ୍ରେସ ଆମ ଦେଶକୁ ତିଆରି କରିଛି। ଏହା ଭାରତର ଆତ୍ମା। ସତୀଶଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାକୁ ଅଗ୍ରାହ୍ୟ କରାଯାଉଛି। ଆମେ ଏହାକୁ ଗୋଟିଏ ସ୍ୱରରେ ନିନ୍ଦା କରୁଥିବା ସେ ଟ୍ୱିଟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe