Advertisment

ପୁଣି କାଳ ହେଲା ଦ୍ରୁତ ଗତି, କଣ୍ଟେନର ଭିତରେ କାର୍ ପଶି ୫ ମୃତ

ଲକ୍ଷ୍ନୌ: ଦୀପାବଳି ଅବସରରେ ଭୟଙ୍କର ଦୁର୍ଘଟଣା। ପୁଣି କାଳ ହେଲା ଦ୍ରୁତ ଗତି। ଏକ କାର୍ ଦ୍ରୁତ ଗତିରେ ଆସି ରାସ୍ତା କଡରେ ଠିଆ ହୋଇଥିବା ଏକ କଣ୍ଟେନର ଭିତରେ ପଶି ଯାଇଛି। ଫଳରେ କାର୍ ଭିତରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗୋଟିଏ ପରିବାର ବୋଲି କୁହାଯାଇଛି। ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଏକ କାର୍ ଲକ୍ଷ୍ନୌରୁ ସନ୍ତ କବୀରନଗର ଯାଉଥିଲା। ଏହି ସମୟରେ […]

ପୁଣି କାଳ ହେଲା ଦ୍ରୁତ ଗତି, କଣ୍ଟେନର ଭିତରେ କାର୍ ପଶି ୫ ମୃତ

Accident

Advertisment

ଲକ୍ଷ୍ନୌ: ଦୀପାବଳି ଅବସରରେ ଭୟଙ୍କର ଦୁର୍ଘଟଣା। ପୁଣି କାଳ ହେଲା ଦ୍ରୁତ ଗତି। ଏକ କାର୍ ଦ୍ରୁତ ଗତିରେ ଆସି ରାସ୍ତା କଡରେ ଠିଆ ହୋଇଥିବା ଏକ କଣ୍ଟେନର ଭିତରେ ପଶି ଯାଇଛି। ଫଳରେ କାର୍ ଭିତରେ ଥିବା ୫ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗୋଟିଏ ପରିବାର ବୋଲି କୁହାଯାଇଛି। ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା।

Advertisment

ବିଳମ୍ବିତ ରାତିରେ ଏକ କାର୍ ଲକ୍ଷ୍ନୌରୁ ସନ୍ତ କବୀରନଗର ଯାଉଥିଲା। ଏହି ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଏକ କଣ୍ଟେନର ଭିତରେ କାର୍‌ଟି ଦ୍ରୁତ ଗତିରେ ଆସି ପଶି ଯାଇଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସମସ୍ତ ୫ ଜଣଙ୍କ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ରେ ଥିବା ଲୋକଙ୍କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ବାହାର କରାଯାଇଥିଲା।

https://twitter.com/AHindinews/status/1584328532851052545?s=20&t=0C4eEI5rN1f4bxIXNor60g

Advertisment

ପୁଲିସ ସୂଚନା ମୁତାବକ, ରୁଟ୍ ଡାଇର୍ଭସନ ଯୋଗୁ ରାସ୍ତାକଡର ବିଭିନ୍ନ ସ୍ଥାନରେ କଣ୍ଟେନର ଠିଆ ହୋଇଥିଲା। ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ କାର୍‌ର ବେଗ ଏତେ ଦ୍ରୁତ ଥିଲା ଯେ, ଗାଡିର ଅଧାରୁ ଅଧିକ ଭାଙ୍ଗି ଚୁର୍‌ମାର୍ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଓ ଜଣେ ନାବାଳକ ଅଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe