ବିଜେପିର ହିନ୍ଦୁତ୍ୱକୁ ଚେକ୍‌ ଦେବାକୁ ଆପ୍‌ର ବ୍ଲୁ ପ୍ରିଣ୍ଟ!

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ର ଫୋକସରେ ରହିଛି। ଏଠାରେ ସବୁ ରାଜନୀତିକ ଦଳକୁ ମାତ୍‌ ଦେବା ପାଇଁ ଆପ୍‌ ତା’ର କାର୍ଯ୍ୟକଳାପ ଜାରି ରଖିଛି। ପଞ୍ଜାବରେ ଆପ୍‌ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ କଂଗ୍ରେସକୁ ହଟାଇ କ୍ଷମତା ଦଖଲ କରିବା ମୁଡ୍‌ରେ ରହିଛି। କିନ୍ତୁ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ନିଜର ଉପସ୍ଥିତିକୁ […]

aap

aap

Hemant Lenka
  • Published: Monday, 30 August 2021
  • Updated: 30 August 2021, 05:38 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବ ବିଧାନସଭା ନିର୍ବାଚନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ର ଫୋକସରେ ରହିଛି। ଏଠାରେ ସବୁ ରାଜନୀତିକ ଦଳକୁ ମାତ୍‌ ଦେବା ପାଇଁ ଆପ୍‌ ତା’ର କାର୍ଯ୍ୟକଳାପ ଜାରି ରଖିଛି। ପଞ୍ଜାବରେ ଆପ୍‌ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ କଂଗ୍ରେସକୁ ହଟାଇ କ୍ଷମତା ଦଖଲ କରିବା ମୁଡ୍‌ରେ ରହିଛି।

କିନ୍ତୁ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ହିନ୍ଦୁତ୍ୱ କାର୍ଡ ଖେଳିବାକୁ ଯୋଜନା କରିଛି। ବିଜେପି ଏହି ଦୁଇ ରାଜ୍ୟ ସମେତ ସମଗ୍ର ଦେଶରେ ହିନ୍ଦୁତ୍ୱ ରାଜନୀତି କରୁଛି। ବିଜେପିର ହିନ୍ଦୁତ୍ୱକୁ ଚେକ୍‌ ଦେବାକୁ ଆପ୍‌ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଦଳ ଏଥିରେ କେତେ ସଫଳ ହେବ, ସେକଥା କେହି ଜାଣିନାହାନ୍ତି। କିନ୍ତୁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆପ୍‌ ତା’ର ହିନ୍ଦୁତ୍ୱ ରାଜନୀତି ଆରମ୍ଭ କରିଛି।

ଉତ୍ତର ପ୍ରଦେଶ

ଗତବର୍ଷ ଡିସେମ୍ବରରେ ଆପ୍‌ ଉତ୍ତର ପ୍ରଦେଶ ବିଧାନସଭାରେ ନିର୍ବାଚନରେ ଲଢ଼ିବ ବୋଲି ଘୋଷଣା କରିଥିଲା। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବାରମ୍ବାର ଉତ୍ତର ପ୍ରଦେଶ ଯାଇ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଉତ୍ତର ପ୍ରଦେଶରେ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଆପ୍‌ ପକ୍ଷରୁ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯିବ। ଏହି ତ୍ରିରଙ୍ଗା ଯାତ୍ରା ଅଯୋଧ୍ୟାର ରାମ ମନ୍ଦିରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।

ବିଜେପି ଏଠାରେ ସମାନ ନୀତି ଗ୍ରହଣ କରିଥିବା ବେଳେ ଏହାକୁ ଚେକ୍‌ ଦେବାକୁ ଆପ୍‌ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ପୂର୍ବରୁ ବିଜେପି ଏଠାରେ ତ୍ରିରଙ୍ଗା ଯାତ୍ରା କରି ଗଣମାଧ୍ୟମରେ ଶୀର୍ଷକ ସ୍ଥାନ ଅଳଂକୃତ କରିଥିଲା। ଏବେ ଅରିବନ୍ଦ କେଜ୍ରିୱାଲଙ୍କ ଡେପୁଟି ମନୀଷ ସିସୋଦିଆ ଓ ସାଂସଦ ସଞ୍ଜୟ ସିଂହ ସେପ୍ଟେମ୍ବର ୧୪ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରାର ନେତୃତ୍ୱ ନେବେ। ଉଭୟଙ୍କ ତ୍ରିରଙ୍ଗା ଯାତ୍ରା ରାମ ଲାଲା ଓ ହନୁମାନଗଡ଼ିରେ ରହିବ। ଭାରତର ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ଆପ୍ ଏପରି ତ୍ରିରଙ୍ଗା ଯାତ୍ରା କରୁଥିବା କହିଛି।

୨୦୨୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଘଟଣାକୁ ପ୍ରଚାର ପ୍ରସାର କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାରେ ଲାଗିଛି। କାରଣ ଦଳ ନିଜର ନିର୍ବାଚନ ଇସ୍ତାହାରରେ ରାମ ମନ୍ଦିର ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିନ୍ଦୀ ଦିବସ ସେପ୍ଟେମ୍ବର ୧୪ରେ ପଡ଼ୁଥିବା ବେଳେ ସେହିଦିନ ଆପ୍‌ ତ୍ରିରଙ୍ଗା ଯାତ୍ରା ଆୟୋଜନ କରୁଛି। ଅଯୋଧ୍ୟାରେ ବିଶାଳ ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଆପ ଏହାର ଝଲକ ରବିବାର ଆଗ୍ରାରେ ଦେଖାଇଛି। ଆଗ୍ରାରେ ଦଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା।

ସେପ୍ଟେମ୍ବର ୧ରେ ମଧ୍ୟ ଆପ୍‌ ନୋଏଡାରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଖାଲି ଏତିକି ନୁହେଁ, ଆପ୍ ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ୪୦୩ ନିର୍ବାଚନମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା କରିବ ବୋଲି କୁହାଯାଉଛି।

ଉତ୍ତରାଖଣ୍ଡ

ଏହି ଛୋଟିଆ ରାଜ୍ୟ ମଧ୍ୟ ଆପ୍‌ର ଫୋକସରେ ରହିଛି। ଦିଲ୍ଲୀରେ କ୍ରମାଗତ କ୍ଷମତା ଦଖଲ କରିବା ଓ ପଞ୍ଜାବରେ ଦ୍ୱିତୀୟ ବୃହତ୍ତର ଦଳର ମାନ୍ୟତା ପାଇବାକୁ ଆୟୁଧ କରି ଆପ୍ ଉତ୍ତରାଖଣ୍ଡରେ ନିଜର ଦବଦବା ଦେଖାଇବାକୁ ଲକ୍ଷ୍ୟ ରଖିଛି। ଏବେଠାରୁ ହିଁ ଦଳ ଉତ୍ତରାଖଣ୍ଡରେ କ୍ଷମତାକୁ ଆସିଲେ ରାଜ୍ୟକୁ ହିନ୍ଦୁମାନଙ୍କ ଆଧ୍ୟାତ୍ମିକ ରାଜଧାନୀ ଭାବେ ଗଢ଼ି ତୋଳିବ ବୋଲିତ ଘୋଷଣା କରି ସାରିଛି।

ଦଳ ପକ୍ଷରୁ ଅବସରପ୍ରାପ୍ତ ଆର୍ମି ଅଫିସର କର୍ଣ୍ଣେଲ ଅଜୟ କୋଠିୟାଲଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଦିଲ୍ଲୀରେ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନରେ ସଫଳତା ପାଇଥିଲା। ହେଲେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିବାରୁ କ୍ଷମତା ଦଖଲ କରିବାକୁ ଅସମର୍ଥ ହୋଇଥିଲା। ଏହି କାରଣରୁ ଉତ୍ତରାଖଣ୍ଡରେ ଆଗୁଆ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ନିଜକୁ ହନୁମାନଙ୍କ ପରମ ଭକ୍ତ ବୋଲି କହିଥିଲେ। ଏଥିସହ ସେ ବିଭିନ୍ନ ହନୁମାନ ମନ୍ଦିରକୁ ଯାଇ ହିନ୍ଦୁତ୍ୱ କାର୍ଡ ଖେଳିଥିଲେ। ଏଥିସହ ଆପ୍‌ ଦେଶଭକ୍ତିକୁ ମଧ୍ୟ ନିଜ ପ୍ରଚାରର ଅଂଶ ବିଶେଷ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story