Advertisment

କେମିତି ଗଠନ ହେଲା ଆତଙ୍କୀ ସଂଗଠନ ଆଇଏସ-କେ? ତାଲିବାନ ସହ ସମ୍ପର୍କ କ’ଣ?

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିରିଜ୍‌ ବିସ୍ଫୋରଣ ଓ ଶତାଧିକ ଲୋକଙ୍କ ମୃତ୍ୟୁପରେ ପୂରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ବି ତାଲିବାନ ଭୟରେ କାବୁଲ ଛାଡ଼ିବାକୁ ହଜାର ହଜାର ଲୋକ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପେକ୍ଷା କରି ରହିଛନ୍ତି। ଆଗକୁ ଆହୁରି ବଡ଼ ଆତଙ୍କୀ ହମଲାର ଆଶଙ୍କା ଥିବାରୁ ଏମାନଙ୍କ ଜବୀନ ଏବେ ବିପଦରେ। ଗୁରୁବାର କାବୁଲରେ ହୋଇଥିବା ବିସ୍ଫୋରଣ ପଛରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍‌ର ଖୋରାସାନ ବା ଆଇଏସ୍‌-କେ […]

ଅଦ୍ୟତନ ହୋଇଛି
କେମିତି ଗଠନ ହେଲା ଆତଙ୍କୀ ସଂଗଠନ ଆଇଏସ-କେ? ତାଲିବାନ ସହ ସମ୍ପର୍କ କ’ଣ?

ISIS1

Advertisment

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିରିଜ୍‌ ବିସ୍ଫୋରଣ ଓ ଶତାଧିକ ଲୋକଙ୍କ ମୃତ୍ୟୁପରେ ପୂରା ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ବି ତାଲିବାନ ଭୟରେ କାବୁଲ ଛାଡ଼ିବାକୁ ହଜାର ହଜାର ଲୋକ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପେକ୍ଷା କରି ରହିଛନ୍ତି।

Advertisment

ଆଗକୁ ଆହୁରି ବଡ଼ ଆତଙ୍କୀ ହମଲାର ଆଶଙ୍କା ଥିବାରୁ ଏମାନଙ୍କ ଜବୀନ ଏବେ ବିପଦରେ। ଗୁରୁବାର କାବୁଲରେ ହୋଇଥିବା ବିସ୍ଫୋରଣ ପଛରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍‌ର ଖୋରାସାନ ବା ଆଇଏସ୍‌-କେ ସଂଗଠନର ହାତ ରହିଛି। ସଂଗଠନ ପକ୍ଷରୁ ମଧ୍ୟ ଆକ୍ରମଣ ପାଇଁ ନିଜକୁ ଦାୟୀ କରାଯାଇଛି। ତାଲିବାନ ଓ ଆଇଏସ୍‌-କେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କୁହାଯାଉଛି। କିନ୍ତୁ ତାଲିବାନ ଏହାକୁ ଖଣ୍ଡନ କରିଛି ଓ ହମଲାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି।

କେମିତି ତିଆରି ହେଲା ଆଇଏସ୍‌-କେ?

୨୦୧୪ରେ ଆଇଏସଏସ୍‌ ଇରକା ଓ ସିରିୟାରେ ଖିଲାଫତ ଘୋଷଣା କରିଥିଲା। ଏହି ସମୟରେ ସଂଗଠନରେ ଥିବା ପାକିସ୍ତାନ ତାଲିବାନ ଆଫଗାନିସ୍ତାନରେ ଥିବା ଆତଙ୍କୀଙ୍କ ସହ ହାତ ମିଳାଇଥିଲେ। ସେମାନେ ଗୋଟିଏ ଆଞ୍ଚଳିକ ସଂଗଠନ ତିଆରି କରିଥିଲେ। ତେବେ ସେମାନେ ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ହିଁ ନିଜର ଆକ୍କା ମାନୁଥିଲେ।

Advertisment

ଉତ୍ତରପୂର୍ବ ଆଫଗାନିସ୍ତାନର କନୁର, ନଙ୍ଗାରହର ଓ ନୁରିସ୍ତାନ ପ୍ରଦେଶରେ ଏହି ସଂଗଠନ ନିଜର ଦବଦବା ଦେଖାଇଥିଲା। ଏହି କାରଣ ପାଇଁ ୨୦୧୫ରେ କେନ୍ଦ୍ର ଆଇଏସଏସ୍‌ ସଂଗଠନ ପକ୍ଷରୁ ଏହାକୁ ବିଧିବଦ୍ଧ ମାନ୍ୟତା ଦିଆଯାଇଥିଲା। ସଂଗଠନ ଆଫଗାନ ଓ ପାକିସ୍ତାନରେ ସ୍ଲିପର ସେଲ୍‌ ତିଆରି କରିଥିଲା। ସଂଗଠନ ପାଖରେ କେତେ ସଦସ୍ୟ ଅଛନ୍ତି, ତା’ର ପ୍ରକୃତ ତଥ୍ୟ କାହା ପାଖରେ ନାହିଁ। କିନ୍ତୁ କୁହାଯାଏ ଯେ ଆଇଏସ୍‌-କେ ପାଖରେ ୫୦୦ରୁ ଅଧିକ ସଦସ୍ୟ ରହିଛନ୍ତି।

ପାକିସ୍ତାନ, ଇରାନ, ଆଫଗାନିସ୍ତାନ ଓ କେନ୍ଦ୍ରୀୟ ଏସିଆର ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂଗଠନ ସକ୍ରିୟ ହୋଇଥିଲା। ଉକ୍ତ ଅଞ୍ଚଳର ଐତିହାସିକ ନାଁ ହେଉଛି ଖୋରାସାନ। ତେଣୁ ଆଇଏସର ଏହି ନୂଆ ସଂଗଠନ ନିଜ ସହ ଖୋରାସାନକୁ ଯୋଡ଼ିଥିଲା।

କେଉଁଠି ଆକ୍ରମଣ କରେ ସଂଗଠନ?

ଆଇଏସ୍‌ଆଇଏସ୍‌ର ଏହି ପାକିସ୍ତାନ-ଆଫଗାନିସ୍ତାନ ସଂଗଠନ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଭୟଙ୍କର ହମଲା କରିଛି। ଉଭୟ ଦେଶର ସାଧାରଣ ଲୋକଙ୍କ ନରସଂହାର କରିବାରେ ସଂଗଠନର ସଦସ୍ୟମାନେ ମାହିର। ମସଜିଦ, ବିଭିନ୍ନ ଧର୍ମପୀଠ, ସର୍ବସାଧାରଣ ସ୍ଥାନ ଓ ହସ୍ପିଟାଲକୁ ସଂଗଠନର ସଦସ୍ୟମାନେ ଟାର୍ଗେଟ କରନ୍ତି।

ଶିଆ ସଂପ୍ରଦାୟର ମୁସଲିମାନଙ୍କୁ ଏମାନେ ସାଧାରଣତଃ ମାରିବାକୁ ସବୁବେଳେ ଚେଷ୍ଟା କରନ୍ତି। ଗତବର୍ଷ କାବୁଲ ନିକଟରେ ଥିବା ଗୋଟିଏ ଶିଆ ସଂପ୍ରଦାୟର ହସ୍ପିଟାଲର ପ୍ରସବ ୱାର୍ଡକୁ ଯାଇ ସେଠାରେ ଥିବା ମା’ ଓ ମା’ ହେବାକୁ ଯାଉଥିବା ପ୍ରାୟ ୧୬ ଜଣଙ୍କୁ ଗୁଳିକରି ମାରିଥିଲେ।

ଘନଘନ ଆକ୍ରମଣ ସତ୍ତ୍ୱେ ଆଇଏସ୍‌-କେ ଉକ୍ତ ଅଞ୍ଚଳର କୌଣସି ସ୍ଥାନକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇପାରିନାହିଁ। ଆମେରିକା ଓ ତାଲିବାନ ଲଢ଼େଇ ବେଳେ ସଂଗଠନ ଅନେକ କ୍ଷତି ମଧ୍ୟ ସହିଥିଲା। ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଏବେ ସ୍ଲିପର ସେଲ୍‌ଙ୍କ ଦ୍ୱାରା ହମଲା କରାଉଛି। ଗୁରୁବାର କାବୁଲ ଏୟାରପୋର୍ଟରେ ସ୍ଲିପର ସେଲର ଜଣେ ସଦସ୍ୟ ହିଁ ଆତ୍ମଘାତୀ ହମଲା କରିଥିଲା।

ତାଲିବାନ ସହ ଆଇଏସ୍‌-ଖୋରାସାନର ସମ୍ପର୍କ କେମିତି?

ଉଭୟ ସଂଗଠନ ନିଷ୍ଠୁର ସୁନ୍ନି ମୁସଲିମ ସଂପ୍ରଦାୟର। ଆତଙ୍କରାଜ ଉଭୟଙ୍କ ଲକ୍ଷ୍ୟ ହୋଇଥିଲେ ହେଁ ତାଲିବାନ ଓ ଆଇଏସ୍‌-କେ ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ଉଭୟ ପରସ୍ପର ଠାରୁ ଭିନ୍ନ ଶୈଳୀରେ କାମ କରନ୍ତି। ମଧ୍ୟପ୍ରାଚ୍ୟରେ ଆଇଏସ୍‌ର କେନ୍ଦ୍ରୀୟ ସଂସ୍ଥା ବିଭିନ୍ନ ଦେଶକୁ ଦଖଲ କରିଥିଲା। ଖୋରାସାନ ମଧ୍ୟ ଆଫଗାନରେ ସେମିତି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ତାଲିବାନ ଏହା କରିବାକୁ ଦେଇ ନଥିଲା।

ଯେଉଁସବୁ ଅଞ୍ଚଳରେ ଆଇଏସ୍‌-କେ ସକ୍ରିୟ ଥିଲା ସେଠାରେ ତାଲିବାନ ପକ୍ଷରୁ ସେମାନଙ୍କୁ ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ବର୍ଷ ଧରି ଉଭୟ ସଂଗଠନ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ଶେଷରେ ୨୦୧୯ରେ ତାଲିବାନ ଆଇଏସ୍‌-କେ ଉପରେ ବିଜୟ ହାସଲ କରିଥିଲା।

ସେହିପରି ତାଲିବାନ ଆଫଗାନ ଦଖଲ କରିବା ପରେ ଆଇଏସ୍‌-କେ ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ତାଲିବାନର ଆଫଗାନ ଦଖଲକୁ ଅନେକ ଜିହାଦୀ ଗ୍ରୁପ୍‌ ସମର୍ଥନ କରି ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଆଇଏସ୍‌ ସେପରି କରିନି।

ତାଲିବାନ ମଧ୍ୟ କାବୁଲ ଓ କାନ୍ଦାହାର ଦଖଲ କରିବା ପରେ ଜେଲଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଏଠାରେ ଥିବା ବିଭିନ୍ନ ସଂଗଠନର ଆତଙ୍କୀକୁ ତାଲିବାନ ଖଲାସ କରିଥିବା ବେଳେ ଆଇଏସ୍‌ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe