Advertisment

ଦେଖନ୍ତୁ ଭିଡିଓ: ରାସ୍ତାରୁ ଉଦୟପୁର ହତ୍ୟାକାରୀଙ୍କୁ ଧରିଲା, ଭଲ କି ଛେଚିଲା ପୁଲିସ୍‌

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ଯୁବକ ମୋଟରସାଇକେଲରେ ଖସି ଯିବାକୁ ଚେଷ୍ଟା କରିଥିଲେ। ସେମାନେ ହେଲମେଟ ପିନ୍ଧି ଚକମା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କୁ ଅଧା ରାସ୍ତାରେ କାବୁ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ରାସ୍ତାରେ ହିଁ ସେମାନଙ୍କୁ ଭଲ କି ଛେଚି ଗାଡ଼ିରେ ଭର୍ତ୍ତି କରିଥିଲା। ଏହି ଘଟଣାର ପୂରା ଭିଡିଓ ଏବେ ସାମ୍ନାକୁ ଆସିଛି। ମଙ୍ଗଳବାର ୪୮ ବର୍ଷୀୟ କହ୍ନେୟା ଲାଲଙ୍କୁ ଦୁଇ […]

author-image
Hemant Lenka
ଦେଖନ୍ତୁ ଭିଡିଓ: ରାସ୍ତାରୁ ଉଦୟପୁର ହତ୍ୟାକାରୀଙ୍କୁ ଧରିଲା, ଭଲ କି ଛେଚିଲା ପୁଲିସ୍‌

Udaipur

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଦୁଇ ଯୁବକ ମୋଟରସାଇକେଲରେ ଖସି ଯିବାକୁ ଚେଷ୍ଟା କରିଥିଲେ। ସେମାନେ ହେଲମେଟ ପିନ୍ଧି ଚକମା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କୁ ଅଧା ରାସ୍ତାରେ କାବୁ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ରାସ୍ତାରେ ହିଁ ସେମାନଙ୍କୁ ଭଲ କି ଛେଚି ଗାଡ଼ିରେ ଭର୍ତ୍ତି କରିଥିଲା। ଏହି ଘଟଣାର ପୂରା ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ମଙ୍ଗଳବାର ୪୮ ବର୍ଷୀୟ କହ୍ନେୟା ଲାଲଙ୍କୁ ଦୁଇ ଯୁବକ ଗସ ମହମ୍ମଦ ଓ ମହମ୍ମଦ ରିୟାଜ ଅନସାରୀ ଦୋକାନ ଭିତରେ ପଣି ହତ୍ୟା କରିଥିଲେ। ଏହି ଦୃଶ୍ୟକୁ କ୍ୟାମେରାରେ କଏଦ ମଧ୍ୟ କରିଥିଲେ। ହତ୍ୟା ପରେ ଉଭୟ ଭିଡିଓ ଜାରି କରି ଘଟଣାକୁ ସ୍ୱୀକାର କରିଥିଲେ। କହ୍ନେୟା ଲାଲଙ୍କ ଆକାଉଣ୍ଟରୁ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କ ସପକ୍ଷରେ ପୋଷ୍ଟ କରାଯାଇଥିଲା।

ନୂପୁର ଶର୍ମା ଇସଲାମ ଓ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଥିଲେ। ସେଭଳି ଜଣେ ଲୋକଙ୍କୁ ସମର୍ଥନ କରିଥିବାରୁ ଦୁଇ ଯୁବକ ପ୍ରତିଶୋଧ ନେବା ପାଇଁ ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଭିଡିଓରେ କହିଥିଲେ।

Advertisment

ଭିଡିଓ ଜାରି ହେବାର କିଛି ସମୟ ମଧ୍ୟରେ ହିଁ ରାଜସ୍ଥାନ ପୁଲିସ୍ ଉଭୟଙ୍କୁ ଗିରଫ କରିଥିଲା। ଘଟଣା ପରେ ଉଭୟ ବାଇକ ଯୋଗେ ଉଦୟପୁର ଉପକଣ୍ଠ ଦେଇ ରାଜୀୟ ରାଜପଥରେ ଖସି ଯିବାକୁ ଚେଷ୍ଟା କରୁଥିଲେ। ସେମାନେ ଜାତୀୟ ରାଜପଥରେ ଯାଉଥିବା ବେଳେ ରାଜସମନ୍ଦ ପୁଲିସ୍‌ ସେମାନଙ୍କୁ ବ୍ୟାରିକେଡ ଲଗାଇ ଅଟକାଇଥିଲା।

ସେମାନେ ପୁଲିସ୍‌କୁ ଚକମା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ କର୍ମଚାରୀମାନେ ଉଭୟଙ୍କୁ କାବୁ କରିବା ସହ ବିଧା ଗୋଇଠା ନାଦି ଦେଇଥିଲେ। ଏପରି କି ଜଣେ ପୁଲିସ୍‌ କର୍ମଚାରୀ ମହମ୍ମଦ ଓ ରିୟାଜ ମଧ୍ୟରୁ ଜଣଙ୍କୁ ଲାଠିରେ ପ୍ରହାର କରୁଥିବା ବେଳର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।


କଂଗ୍ରେସ ମିଡିଆ ସଂଯୋଜକ ନୀତିନ ଅଗ୍ରୱାଲ ମୋବାଇଲରେ କଏଦ ହୋଇଥିବା ଗିରଫଦାରୀ ଦୃଶ୍ୟକୁ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ରାଜସ୍ଥାନ ପୁଲିସ୍‌ ଉଦୟପୁର ହତ୍ୟାକାଣ୍ଡର ଦୁଇ ହତ୍ୟାକାରୀଙ୍କୁ ଧରି ନେଇଛି। ରାଜସ୍ଥାନ ପୁଲିସ୍‌ ଘଟଣାସ୍ଥଳରେ ହିଁ ସେମାନଙ୍କୁ ବେଶ ଭଲ ଭାବେ ଚର୍ଚ୍ଚା (ମାଡ଼ ମାରିବା) କରିଛି। ଆଗକୁ ଏମିତି ଆହୁରି ଏମିତି ଚର୍ଚ୍ଚା ବାକି ରହିଛି। ଏହା କଂଗ୍ରେସ ଶାସିତ ରାଜସ୍ଥାନ। ଏଠାରେ ଅସାମାଜିକ ତତ୍ତ୍ୱଙ୍କୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ।”

ଘଟଣାକୁ ନେଇ ଉତ୍ତେଜନା ବଢ଼ୁଥିବାରୁ କହ୍ନେୟା ଲାଲଙ୍କ ଦୁଇ ପୁଅ(୧୮ ଓ ୨୦)ଙ୍କ ପାଇଁ ସରକାର ଚାକିରି ଘୋଷଣା କରିଛନ୍ତି। ଏଥିସହ ପରିବାର ଲୋକଙ୍କୁ ୩୧ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି କହିଛନ୍ତି।