Advertisment

କରୋନା ସଂକ୍ରମଣ ଭିତରେ କେଉଁ ରାଜ୍ୟ କେତେ ଟିକା ନଷ୍ଟ କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। କିଛି ରାଜ୍ୟରେ ଟିକାର ଅଭାବ ରହିଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏକାଧିକ ରାଜ୍ୟ ବପୁଳ ସଂଖ୍ୟାରେ ଟିକାର ଡୋଜ୍‌କୁ ନଷ୍ଟ କରିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପ୍ରିଲ ୧୧ ସୁଦ୍ଧା କରୋନା ଟିକାର କେତେ ଡୋଜ୍‌ କେଉଁ ରାଜ୍ୟ ନଷ୍ଟ କରିଛନ୍ତି, […]

କରୋନା ସଂକ୍ରମଣ ଭିତରେ କେଉଁ ରାଜ୍ୟ କେତେ ଟିକା ନଷ୍ଟ କରିଛନ୍ତି ଜାଣନ୍ତୁ

Vaccine

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। କିଛି ରାଜ୍ୟରେ ଟିକାର ଅଭାବ ରହିଥିବା ମଧ୍ୟ ଅଭିଯୋଗ ହେଉଛି। ତେବେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏକାଧିକ ରାଜ୍ୟ ବପୁଳ ସଂଖ୍ୟାରେ ଟିକାର ଡୋଜ୍‌କୁ ନଷ୍ଟ କରିଛନ୍ତି।

Advertisment

ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପ୍ରିଲ ୧୧ ସୁଦ୍ଧା କରୋନା ଟିକାର କେତେ ଡୋଜ୍‌ କେଉଁ ରାଜ୍ୟ ନଷ୍ଟ କରିଛନ୍ତି, ତା’ର ତଥ୍ୟ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି।

ଏହି ତଥ୍ୟ ଅନୁସାରେ, ତାମିଲନାଡୁରେ ସବୁଠାରୁ ଅଧିକ ଟିକାର ଡୋଜ୍‌ ନଷ୍ଟ ହୋଇଛି। ଏଠାରେ ମୋଟ ଟିକାର ୧୨%ରୁ ଅଧିକ ଟିକାର ଡୋଜ୍‌ ରାଜ୍ୟ ସରକାର ନଷ୍ଟ କରିଦେଇଛନ୍ତି। ଏହା ପଛକୁ ହରିଆଣା(୯.୪%), ପଞ୍ଜାବ(୮.୧୨%) ଓ ତେଲେଙ୍ଗାନାରେ(୭.୫୫%) ଟିକାର ଡୋଜ୍‌ ନଷ୍ଟ ହୋଇଛି। ଏପ୍ରିଲ ୧୧ ସୁଦ୍ଧା ବିଭିନ୍ନ ରାଜ୍ୟକୁ ୧୦ କୋଟି ଡୋଜ୍‌ ପଠାଯାଇଥିଲା। ଏହା ମଧ୍ୟରୁ ୪୪ଲକ୍ଷରୁ ଅଧିକ ଡୋଜ୍‌ ନଷ୍ଟ ହୋଇଯାଇଛି।

Advertisment

ଟିକାର କମ୍‌ ଡୋଜ୍‌ ନଷ୍ଟ କରିଥିବା ରାଜ୍ୟଗୁଡ଼ିକ ତାଲିକାରେ କେରଳ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦଶ, ମିଜୋରାମ, ଗୋଆ, ଡାମନ ଆଣ୍ଡ ଡ୍ୟୁ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଲାକ୍ଷାଦ୍ୱୀପ ରହିଛନ୍ତି। ଏଠାରେ ଜିରୋ ୱେଷ୍ଟେଜ୍‌ ବୋଲି ଆରଟିଆଇରୁ ଜଣାପଡ଼ିଛି।

ଏଥିରେ ଆହୁରି କୁହାଯାଇଛି ଯେ ଏପ୍ରିଲ ୧୧ ସୁଦ୍ଧା କେନ୍ଦ୍ର ସରକାର ମୋଟ ୧୦.୩୪ କୋଟିର କରୋନା ଟିକା ଡୋଜ୍‌ ବିଭିନ୍ନ ରାଜ୍ୟକୁ ପଠାଇଥିଲେ। ଏହା ମଧ୍ୟରୁ ୪୪.୭୮ ଲକ୍ଷ ଡୋଜ୍‌କୁ ବିଭିନ୍ନ ରାଜ୍ୟ ନଷ୍ଟ କରିଛନ୍ତି। ତାମିଲନାଡୁରେ ପ୍ରତି ୧୦୦ ଡୋଜ୍‌ରୁ ସର୍ବାଧିକ ୧୨ଟି ଡୋଜ୍‌ ନଷ୍ଟ କରାଯାଉଛି। ହରିଆଣାରେ ଏହା ୯ ରହିଛି। ପଞ୍ଜାବ, ମଣିପୁର ଓ ତେଲେଙ୍ଗାନାରେ ପ୍ରତି ୧୦୦ ଡୋଜ୍‌ ଟିକାରୁ ୮ଟି ନଷ୍ଟ ହେଉଛି। ମହାରାଷ୍ଟ୍ରରେ ୩.୨% ଟିକା ନଷ୍ଟ ହୋଇଥିବା ବେଳେ ରାଜସ୍ଥାନରେ ପ୍ରାୟ ୬% ଟିକାର ଅପଚୟ ହୋଇଛି। ଗୁଜରାଟରେ ୩.୮% ଓ ଉତ୍ତର ପ୍ରଦେଶରେ ୫%ରୁ ଅଧିକ ଟିକାର ଡୋଜ ନଷ୍ଟ ହୋଇଛି।

ଟିକାର ଏତେ ପରିମାଣର ଡୋଜ୍ ନଷ୍ଟ ହୋଇଥିଲେ ହେଁ ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀ ଭଳି ସରକାର କେନ୍ଦ୍ର ସରକାର ଟିକାର ଡୋଜ୍‌ ଠିକ ଭାବେ ଯୋଗାଇ ପାରୁ ନଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଦେଖିବାକୁ ମିଳିଥିଲା। ବିଜେପି ଶାସିତ ଗୁଜରାଟର ଜନସଂଖ୍ୟା କମଥିଲେ ହେଁ ଏଠାକୁ ଅଧିକ ଠିକା ପଠାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe