Advertisment

ମହଙ୍ଗା ପଡ଼ିଲା କଠୋର ଆଭିମୁଖ୍ୟ : ଟ୍ୱିଟରରୁ ଇସ୍ତଫା ଦେଲେ ଶତାଧିକ କର୍ମଚାରୀ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା କଠୋର ଆଭିମୁଖ୍ୟ । ନୂଆ ଟ୍ୱିଟର ବସ୍‌ ଏଲନ ମସ୍କଙ୍କ କଠୋର ନୀତି ଆପଣେଇବା ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମେ କେତେକ କର୍ମଚାରୀଙ୍କୁ ଛଟେଇ କରିବା କରିବା ପରେ ଏଲନ୍‌ ମସ୍କ ଅଧିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ପକେଇବା ଏବଂ ଡେଡ୍‌ ଲାଇନ୍‌ ଚେତାବନ ପରେ ଶତାଧିକ କର୍ମଚାରୀ ଏଥିରେ ଅତିଷ୍ଟ ହୋଇ ଚାକିରି ଛାଡ଼ିଦେଇଛନ୍ତି। ସିଏନବିସିର ରିପୋର୍ଟ ଅନୁଯାୟୀ  ଗୁରୁବାର ଶତାଧିକ […]

author-image
Tapas Behera
ଅଦ୍ୟତନ ହୋଇଛି
ମହଙ୍ଗା ପଡ଼ିଲା କଠୋର ଆଭିମୁଖ୍ୟ : ଟ୍ୱିଟରରୁ ଇସ୍ତଫା ଦେଲେ ଶତାଧିକ କର୍ମଚାରୀ

twitter

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା କଠୋର ଆଭିମୁଖ୍ୟ । ନୂଆ ଟ୍ୱିଟର ବସ୍‌ ଏଲନ ମସ୍କଙ୍କ କଠୋର ନୀତି ଆପଣେଇବା ନେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମେ କେତେକ କର୍ମଚାରୀଙ୍କୁ ଛଟେଇ କରିବା କରିବା ପରେ ଏଲନ୍‌ ମସ୍କ ଅଧିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ପକେଇବା ଏବଂ ଡେଡ୍‌ ଲାଇନ୍‌ ଚେତାବନ ପରେ ଶତାଧିକ କର୍ମଚାରୀ ଏଥିରେ ଅତିଷ୍ଟ ହୋଇ ଚାକିରି ଛାଡ଼ିଦେଇଛନ୍ତି। ସିଏନବିସିର ରିପୋର୍ଟ ଅନୁଯାୟୀ  ଗୁରୁବାର ଶତାଧିକ କର୍ମଚାରୀ ନିଜ ଜବ୍‌ରୁ ଇସ୍ତଫା ଦେଇଛନ୍ତି।

Advertisment

କମ୍ପାନୀର ଆଭ୍ୟନ୍ତରୀଣ ଚାଟରେ ସାଳ୍ୟୁଟ୍‌ ଇମୋଜି ମେସେଜ୍‌ କରି କର୍ମଚାମାନେ ଚାକିରିକୁ ବାଏ ବାଏ କହିଛନ୍ତି।  ଏହି କର୍ମଚାରିଙ୍କ ମଧ୍ୟରେ ବହୁ ଇଞ୍ଜିନିୟର ମଧ୍ୟ ଅଛନ୍ତି। କାର୍ଯ୍ୟକ୍ଷେତ୍ରରେ ଡେଡ୍‌ଲାଇନ୍‌ ବାଧ୍ୟତାମୂଳକ କରି ମସ୍କ କର୍ମଚାରିମାନଙ୍କୁ ଚେତାବନୀ ଦେଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଟ୍ୱିଟରର ନୂଆ ସିଇଓ ଏଲନ ମସ୍କ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମରୁ କର୍ମଚାରୀ ଓ ଠିକାଦାରଙ୍କୁ ଛଟେଇ କରୁଛନ୍ତି। ନିକଟରେ ଟ୍ୱିଟର ଏକକାଳୀନ ୪୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି।

ବିଶ୍ୱରେ ମାନ୍ଦାବସ୍ଥାର ପ୍ରଭାବ ଟେକନଲୋଜୀ କମ୍ପାନିମାନଙ୍କ ଉପରେ ପଡ଼ିଛି । ସୋସିଆଲ ମିଡିଆ କମ୍ପାନି ଟ୍ୱିଟର ଓ ମେଟା (ଫେସବୁକ) ପରେ ଏବେ ଇ-କମର୍ସ କମ୍ପାନି ଆମାଜନ ପକ୍ଷରୁ ବି କର୍ମଚାରୀ ଛଟେଇ କରିଛି।

Advertisment