Advertisment

ଜୁଲାଇ ୪ରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି: ବିଶେଷଜ୍ଞ

ହାଇଦ୍ରାବାଦ: କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସବିଆଇ ତାର ରିପୋର୍ଟରେ କହିଥିଲା। ହେଲେ ଦେଶର ଅନ୍ୟତମ ବିଶେଷଜ୍ଞ କିନ୍ତୁ କହିଛନ୍ତି ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି। ୧୫ ମାସ ହେବ ଏହି ବିଶେଷଜ୍ଞ କୋଭିଡର ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଗଭୀର ଭାବରେ ଗବେଷଣା କରୁଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ବିଶେଷଜ୍ଞ ଜଣଙ୍କ ହେଲେ ୟୁନିଭର୍ସିଟି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆଜି ବି ୨ ହଜାର ତଳେ ପଜିଟିଭ ଚିହ୍ନଟ, ୬୭ ମୃତକଙ୍କ ସୂଚନା ମିଳିଲା

Corona

ହାଇଦ୍ରାବାଦ: କୋଭିଡର ତୃତୀୟ ଲହର ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ ବୋଲି ଏସବିଆଇ ତାର ରିପୋର୍ଟରେ କହିଥିଲା। ହେଲେ ଦେଶର ଅନ୍ୟତମ ବିଶେଷଜ୍ଞ କିନ୍ତୁ କହିଛନ୍ତି ଜୁଲାଇ ୪ ତାରିଖରୁ କୋଭିଡର ତୃତୀୟ ଲହର ଆରମ୍ଭ ହୋଇଯାଇଛି। ୧୫ ମାସ ହେବ ଏହି ବିଶେଷଜ୍ଞ କୋଭିଡର ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଗଭୀର ଭାବରେ ଗବେଷଣା କରୁଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏହି ବିଶେଷଜ୍ଞ ଜଣଙ୍କ ହେଲେ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପ୍ରୋ-ଭାଇସ ଚାନସେଲର ଡାକ୍ତର ବିପିନ ଶ୍ରୀବାସ୍ତବ। ଯିଏକି ପେସାରେ ଜଣେ ଚିକିତ୍ସକ। ଯଦି ଲୋକମାନେ କୋଭିଡ ପ୍ରୋଟୋକଲ ଭାଙ୍ଗିବେ ତାହେଲେ ଆଗାମୀ ଦିନରେ ତୃତୀୟ ଲହର ମଧ୍ୟ ସାଂଘାତିକ ହୋଇପାରେ ବୋଲି ସେ କହିଛନ୍ତି। ସେ ନିଜ ଗବେଷଣାର ଏକ ପ୍ୟାଟର୍ଣ୍ଣ ଶେଆର କରିଛନ୍ତି। ଯେଉଁଥିରେ ୪୬୧ ଦିନର ଗ୍ରାଫକୁ ସେ ଅନୁଧ୍ୟାନ କରିଛନ୍ତି। ଦୈନିକ ପ୍ରକାଶ ପାଉଥିବା ମୃତ୍ୟୁ ସଂଖ୍ୟାକୁ ଦେଖି ସେ ତୃତୀୟ ଲହର ଆସିଛି ବୋଲି କହିଛନ୍ତି। ମୁଖ୍ୟତଃ ସଂକ୍ରମଣ ଏବଂ ମୃତ୍ୟୁ ହାରକୁ ଆଧାର କରି ସେ ଏପରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଡାକ୍ତର ଶ୍ରୀବାସ୍ତବ ଗୋଟିଏ ଦିନରେ ଘଟୁଥିବା କୋଭିଡ ଜନିତ ମୃତ୍ୟୁ ଓ କୋଭିଡ ସଂକ୍ରମିତଙ୍କ ଅନୁପାତକୁ ଗଣନା କରି କୋଭିଡ଼ ସଂକ୍ରମଣର ପ୍ରଗତି ବା ପଶ୍ଚାତଗତି ସଂପର୍କରେ ଗଣନା କରିଥିଲେ। ଯଦି କୋଭିଡ ସଂକ୍ରମଣଠାରୁ କୋଭିଡରୁ ଆରୋଗ୍ୟ ସଂଖ୍ୟା କମ୍ ରହିବା ସହିତ କୋଭିଡ଼ ମୃତ ନକାରାତ୍ମକ ରହିବା ହେଉଛି ଶୁଭ ଲକ୍ଷଣ। ଗୋଟିଏ ଦିନରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟାଠାରୁ ଅଧିକ ହେବା ନିଶ୍ଚୟ ଭଲ ସ୍ଥିତି ନୁହେଁ।

Advertisment

ସୂଚନାଯୋଗ୍ୟ, ଏହି ବିଶେଷଜ୍ଞଙ୍କ ହିସାବରେ କୋଭିଡର ଦ୍ୱିତୀୟ ଲହର ଫେବୃଆରୀ ପ୍ରଥମ ସପ୍ତାହରେ ଆସିଥିଲା ଏବଂ ଏପ୍ରିଲ ଶେଷ ଆଡକୁ ଏହା ପିକରେ ପହଞ୍ଚିଥିଲା ବୋଲି କହିଛନ୍ତି।

ତେଣୁ ଲୋକମାନେ ମାସ୍କ ପିନ୍ଧିବା ସହିତ, ସାମାଜିକ ଦୂରତା, ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବା ଦରକାର ଏଥିସହ ନିୟମିତ ଭାବରେ ହାତ ସାନିଟାଇଜ କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

Third Wave Of Corona