Advertisment

ମୋତେ ବି ଭଲ ହିନ୍ଦୀ କହି ଆସେ, ଏମିତି କାହିଁକି କହିଲେ ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳୀୟ ରାଜନୀତି ସରଗରମ ହୋଇଛି। ଦେଶର ସର୍ବପୁରାତନ ଦଳ କଂଗ୍ରେସର ମଙ୍ଗ ଏଥର ଗାନ୍ଧି ପାରିବାର ହାତରେ ରହିବ ନା ଅଣଗାନ୍ଧି ପରିବାର ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଏହାରି ଭିତରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର।  କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ତାଙ୍କ ନାଁ ଆସିବା ପରେ ଗାନ୍ଧି ପରିବାର ପ୍ରତି ଏକ ଚାଲେଞ୍ଜ ସୃଷ୍ଟି […]

ମୋତେ ବି ଭଲ ହିନ୍ଦୀ କହି ଆସେ, ଏମିତି କାହିଁକି କହିଲେ ଶଶି ଥରୁର

sashi-tharoor

Advertisment

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳୀୟ ରାଜନୀତି ସରଗରମ ହୋଇଛି। ଦେଶର ସର୍ବପୁରାତନ ଦଳ କଂଗ୍ରେସର ମଙ୍ଗ ଏଥର ଗାନ୍ଧି ପାରିବାର ହାତରେ ରହିବ ନା ଅଣଗାନ୍ଧି ପରିବାର ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। କିନ୍ତୁ ଏହାରି ଭିତରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର।  କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ତାଙ୍କ ନାଁ ଆସିବା ପରେ ଗାନ୍ଧି ପରିବାର ପ୍ରତି ଏକ ଚାଲେଞ୍ଜ ସୃଷ୍ଟି ହୋଇଛି। ଇତି ମଧ୍ୟରେ ଶଶି ଥରୁର  ଏହି ପଦ ପାଇଁ ଯୋଗ୍ୟ ବୋଲି ଇସାରା ମାଧ୍ୟମରେ ଜଣାଇ ଦେଇଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଥରୁର ଭଲ ହିନ୍ଦୀ କହିପାରନ୍ତି ବୋଲି କହିଛନ୍ତି । ତାଙ୍କୁ ସାମ୍ବାଦିକମାନେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନ କରିଥିଲେ। କହିଥିଲେ ଏଥର ଜଣେ ହିନ୍ଦୀ ବେଲଟ ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ନେଇ ଶୁଣାଯାଉଛି । ଆପଣଙ୍କ ମତ କଣ। ଜବାବରେ ଶଶି ଥରୁର କହିଥିଲେ ଯେ ମୋତେ ଭଲ ହିନ୍ଦୀ ଆସେ । ମୁଁ ପ୍ରାଞ୍ଜଳଭାବେ ହିନ୍ଦୀ କହିପାରେ। ସେ ଆହୁରୀ କହିଛନ୍ତି ଯେ ଜଣେ ଭାରତୀୟ ହେଉଛନ୍ତି ଭାରତୀୟ। ଯଦି ଆପଣ ଏବେକାର ଜମାନାରେ ରାଜନୀତି କରିବେ ତେବେ ଆପଣଙ୍କୁ ହିନ୍ଦୀ କହିବାକୁ ପଡ଼ିବ। ଦକ୍ଷିଣ ଭାତୀୟ ମାନେ ଭଲ ହିନ୍ଦୀ କହିଲେଣି।

Advertisment

ମୁଁ ମଧ୍ୟ ହିନ୍ଦୀ କହିପାରେ।  ଯଦି ସେମାନେ ହନ୍ଦୀ ବେଲଟରୁ ନେତା ବାଛିବେ ସେୟା କରିବାକୁ ଦିଆଯାଉ। ଅନ୍ୟପଟେ ପାର୍ଟିର ଅଧ୍ୟକ୍ଷ ପଦ ଲାଗି ଶଶି ଥରୁର ଯୋଗ୍ୟ ବୋଲି କହିଛନ୍ତି କେରଳ କଂଗ୍ରେସର ସଭାପତି କେ ସୁଧାକରଣ। କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ, ତେଣୁ ଥରୁର ନିର୍ବାଚନ ଲଢି ପାରନ୍ତି। ଯଦି ଥରୁର ନିର୍ବାଚନ ଲଢିବାକୁ ଚାହାନ୍ତି ତେବେ ତାଙ୍କ ଉପରେ ଅଭିଯୋଗ ଲଗାଇବାର କୌଣସି ଅର୍ଥ ନାହିଁ।

ସୁଧାକରଣ କହିଛନ୍ତି, କଂଗ୍ରେସର ସମସ୍ତ ସଦସ୍ୟଙ୍କୁ ନିର୍ବାଚନ ଲଢିବାର ସ୍ଵାଧୀନତା ଏବଂ ଅଧିକାର ରହିଛି। କାରଣ ଏହା ଏକ ଗଣତାନ୍ତ୍ରିକ ଦଳ। ଯଦି ଥରୁର ଚାହୁଁଛନ୍ତି ତେବେ ସେ ଲଢି ପାରିବେ। ପାର୍ଟି ତାଙ୍କୁ ସ୍ଵୀକାର କରିବାକୁ ପଡିବ। ଉଲ୍ଲେଖନୀୟ ଥରୁର ନିର୍ବାଚନ ଲଢିବାର ସଙ୍କେତ ଦେଇଛି। ମଙ୍ଗଳବାର ଏହି ବିଷୟରେ ପଚରାଯିବାରୁ ସେ କହିଥିଲେ, ଥରୁଟିଏ ନିର୍ବାଚନର ଅଧିସୂଚନା ଜାରି  ହୋଇଯାଉ। ପୁଣି ନିଜର ପ୍ରାର୍ଥୀତ୍ଵ ବିଷୟରେ ନିଷ୍ପତ୍ତି ନେବି ବୋଲି ଥରୁର କହିଥିଲେ।

Advertisment

ଥରୁର ହେଉଛନ୍ତି ବିଦ୍ରୋହୀ ଜି-୨୩ ଗୋଷ୍ଠୀର ଅନ୍ୟତମ ସଦସ୍ୟ। ଯେଉଁମାନେ କିଛି ବର୍ଷ ପୂର୍ବେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳରେ ସାଂଗଠନିକସ୍ତରରେ ବ୍ୟାପକ ପରିବର୍ତ୍ତନ ଦାବି କରିଥିଲେ। ଏହି ଚିଠି ପରେ କଂଗ୍ରେସରେ ଚହଳ ପଡି ଯାଇଥିଲା। ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe