Advertisment

'ଆମର ସାଙ୍ଗମାନଙ୍କୁ ହତ୍ୟା କରାଯାଉଛି'

Hamid Karzai

ଅଦ୍ୟତନ ହୋଇଛି
'ଆମର ସାଙ୍ଗମାନଙ୍କୁ ହତ୍ୟା କରାଯାଉଛି'

women-who-arrived-at-delhi

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କଲା କାବୁଲରୁ ୧୨୩ ଯାତ୍ରୀଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆର ବିମାନ। ବିମାନ ବନ୍ଦରରେ ଓହ୍ଲାଇବା ପରେ ଯାତ୍ରୀ ବଖାଣିଛନ୍ତି ତାଲିବାନ କିଭଳି ଆଫଗାନିସ୍ତାନରେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ବିମାନରୁ ଓହ୍ଲାଇବା ପରେ ଜଣେ ମହିଳା କାନ୍ଦି କାନ୍ଦି କହିଛନ୍ତି, 'ମୁଁ ବିଶ୍ୱାସ କରିପାରୁନି ଯେ ଦୁନିଆ ଏବେ ଆଫଗାନିସ୍ତାନକୁ ଛାଡି ଦେଉଛି। ସେଠାରେ ଆମର ସାଙ୍ଗମାନଙ୍କୁ ହତ୍ୟା କରାଯାଉଛି। ସେମାନେ (ତାଲିବାନ) ଆମକୁ ମାରିବାକୁ ଯାଉଛନ୍ତି। ଆମର ମହିଳାମାନଙ୍କର ଆଉ ଅଧିକାର ନାହିଁ'।

Advertisment

ସେହିପରି ଏହି ବିମାନରେ ଆସିଥିବା ଆଫଗାନିସ୍ତାନର ଅନ୍ୟତମ ପୂର୍ବତନ ରାଷ୍ଟ୍ରପତି ହାମିଦ କାରଜାଇଙ୍କ ସମ୍ପର୍କକୀୟ ତଥା ଆଫଗାନର ପୂର୍ବତନ ମହିଳା ସାଂସଦ ଜାମିଲ କାରଜାଇ କହିଛନ୍ତି, କାବୁଲ ଏବେ ତାଲିବାନଙ୍କ ନିୟନ୍ତ୍ରଣରେ ରହିଛି। ଯେତେବେଳେ ସେ କାବୁଲ ଛାଡ଼ିଲେ ସେତେବେଳେ ରାଷ୍ଟ୍ରପତି ଅଫଗନ ଘନି ଦେଶକୁ ଧୋକ୍କା ଦେଇ ଅନ୍ୟ ଦେଶକୁ ପଳାଇ ସାରିଥିଲେ। ଦେଶରେ ଯାହା ବି ହୋଇଛି ସେଥିପାଇଁ ଘନି ହିଁ ଦାୟୀ। ତେବେ ନୂଆ ରାଷ୍ଟ୍ରପତି କିଏ ହେବ ଅପେକ୍ଷା ରହିଛି ଦେଖିବା ପାଇଁ। 

କହିରଖୁଛୁ ତାଲିବାନ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି। ଏବେ ଆଫଗାନିସ୍ତାନରେ ରହୁଥିବା ବିଦେଶୀ ନାଗରିକ ପ୍ରାଣ ଭୟରେ ନିଜ ନିଜ ଦେଶକୁ ଫେରିଯାଉଛନ୍ତି। ଅଧିକାଂଶ ସ୍ଥାନରେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

Advertisment

ସେହିପରି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତା ରିଜୱାନୁଲ୍ଲା ଅହମ୍ମଦଜାଇ କହିଛନ୍ତି ଯେ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳରେ ଶାନ୍ତି ରହିଛି। ମନ୍ତ୍ରୀଙ୍କ ପରି ପ୍ରାୟ ସମସ୍ତ ରାଜନୀତିକ ବ୍ୟକ୍ତି କାବୁଲ ଛାଡି ସାରିଛନ୍ତି। ପ୍ରାୟ ୨୦୦ ଲୋକ ଦିଲ୍ଲୀ ଆସିଛନ୍ତି।

ମୁଁ ଭାବୁଛି ଏହା ହେଉଛି ନୂଆ ତାଲିବାନ ଯାହା ମହିଳାମାନଙ୍କୁ କାମ କରିବାକୁ ଅନୁମତି ଦେବ। ଆଫଗାନିସ୍ତାନ ସାଂସଦ ଅବଦୁଲ କାଦିର ଜାଜାଇ କହିଛନ୍ତି ଯେ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି। ଏହା କେବଳ ଏକ ହସ୍ତାନ୍ତର ପ୍ରକ୍ରିୟା। ବର୍ତ୍ତମାନ କାବୁଲର ଅବସ୍ଥା ଶାନ୍ତ ରହିଛି। ମୋ ପରିବାର ଏବେ ମଧ୍ୟ କାବୁଲରେ ଅଛନ୍ତି। କହିରଖୁଛୁ ତାଲିବାନର ଜଣେ ଘନିଷ୍ଠ ସମର୍ଥକ ପାକିସ୍ତାନ।

ସୂଚନାଯୋଗ୍ୟ, ଆଫଗାନର ରାଷ୍ଟ୍ରପତି ଅସରଫ ଘନି ଏବେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡିି ଦେଇଛନ୍ତି। ତାଙ୍କ ରାଜନୀତିକ ଟିମ୍ ଏବଂ ପରିବାର ବର୍ଗ ଏବେ କାଜାକିସ୍ତାନରେ ରହିବେ ବୋଲି ଜଣାପଡ଼ିଛି। ଏବେ ତାଲିବାନର କମାଣ୍ଡର ଆଫଗାନିସ୍ତାନର ଶାସନ କରିବ।

ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ରବିବାର ଅପରାହ୍ନରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ବିମାନ (ଏଆଇ-୨୪୩) ଦିଲ୍ଲୀରୁ କାବୁଲ ଯାଇଥିଲା। ଅପରାହ୍ନ ୧.୪୫ ମିନିଟ୍ ସମୟରେ ଦିଲ୍ଲୀରୁ ଏହି ବିମାନଟି ଉଡ଼ାଣ ଭରିଥିଲା। କିନ୍ତୁ କାବୁଲରେ ଅବତରଣ କରିବା ବେଳେ ଏୟାର ଟ୍ରାଫିକ ନିୟନ୍ତ୍ରଣ (ଏଟିସି)ରୁ ଅନୁମତି ମିଳିନଥିଲା। ଏହାପରେ ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ବିମାନଟି ଉଡିଥିଲା। ପରେ ଅବତରଣ କରିଥିଲା ଏହି ବିମାନ। ତେବେ କେଉଁ କାରଣ ପାଇଁ ଏହି ବିମାନକୁ ଅବତରଣ କରିବାକୁ ଆକାଶ ମାର୍ଗରେ ଅପେକ୍ଷା କରିବାକୁ ପଡ଼ିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ତେଣୁ ଏହି ବିମାନର ଯାତ୍ରା ସମୟ ଘଣ୍ଟାଏ ଚାଳିଶ ମିନିଟ୍ ପରିବର୍ତ୍ତେ ପ୍ରାୟ ଦୁଇ ଘଣ୍ଟା ପଚାଶ ମିନିଟ୍ ରହିଥିଲା।

ଏହାପରେ ଏଆଇ-୨୪୪ ଅପରାହ୍ନ ପ୍ରାୟ ୫ଟା ୩୫ ମିନିଟ୍ ସମୟରେ କାବୁଲ ବିମାନବନ୍ଦରରୁ ୧୨୩ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ବିମାନ ସେବା ଉପରେ ଏବେ ତୀକ୍ଷ୍ଣ ନଜର ରହିଛି। ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।

Afganistan Taliban Recapture Afghanistan Taliban Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe