ମୁଁ ପ୍ରତିଦିନ ୨ରୁ ୩କେଜି ଗାଳି ଖାଏ, କିନ୍ତୁ....

ହାଇଦ୍ରାବାଦ: ଆଜି ତେଲେଙ୍ଗାନାଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠିକାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ନା ନନେଈ ପରୋକ୍ଷରେ ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ ବୋଲି ସେ ଅଭିଯୋଗ କରିଛନ୍ତି। ମୋଦି କହିଛନ୍ତି ଯେ, ଲୋକେ ପ୍ରଥମେ ସରକାର ଆବଶ୍ୟକ କରନ୍ତି ପରିବାର ନୁହେଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ପରିଶ୍ରମ ସତ୍ତ୍ୱେ ସେ କାହିଁକି କ୍ଲାନ୍ତ ହୁଅନ୍ତି ନାହିଁ ବୋଲି ଅନେକ ଲୋକ ପଚାରନ୍ତି । […]

PMModi

  • Published: Saturday, 12 November 2022
  • , Updated: 12 November 2022, 04:03 PM IST

ହାଇଦ୍ରାବାଦ: ଆଜି ତେଲେଙ୍ଗାନାଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠିକାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ନା ନନେଈ ପରୋକ୍ଷରେ ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ ବୋଲି ସେ ଅଭିଯୋଗ କରିଛନ୍ତି। ମୋଦି କହିଛନ୍ତି ଯେ, ଲୋକେ ପ୍ରଥମେ ସରକାର ଆବଶ୍ୟକ କରନ୍ତି ପରିବାର ନୁହେଁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ପରିଶ୍ରମ ସତ୍ତ୍ୱେ ସେ କାହିଁକି କ୍ଲାନ୍ତ ହୁଅନ୍ତି ନାହିଁ ବୋଲି ଅନେକ ଲୋକ ପଚାରନ୍ତି । ମୋଦି କହିଛନ୍ତି ଯେ ମୁଁ ଥକିପଡ଼େ ନାହିଁ। କାରଣ ପ୍ରତିଦିନ ମୁଁ ୨-୩ କେଜିର ଗାଳି ଖାଏ।  ଭଗବାନ ମୋତେ ଏପରି ଆଶୀର୍ବାଦ ଦେଇଛନ୍ତି ଯେ, ତାହା ମୋ ଭିତରେ ପୁଷ୍ଟିକର ଖାଦ୍ୟରେ ପରିଣତ ହୋଇଯାଏ ।  ଆପଣ ମୋଦିଙ୍କୁ  ଗାଳି ଦେଇ ପାରନ୍ତି , ବିଜେପିକୁ ଗାଳି ଦେଇ ପାରନ୍ତି କିନ୍ତୁ ଯଦି ଆପଣ ତେଲେଙ୍ଗାନାର ଲୋକଙ୍କୁ ଗାଳି ଗୁଲଜ କରନ୍ତି ସେଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ। 

କିଛି ଲୋକ ବିଜେପି ବିରୋଧରେ ଅପଶବ୍ଦ କହି ଗାଳିଗୁଲଜ କରୁଛନ୍ତି। ଅଶାଳୀନ ଭାସା ପ୍ରୟୋଗ କରୁଛନ୍ତି। ମୁଁ ବିଜେପି କର୍ମୀମାନଙ୍କୁ ଅନୁାରୋଧ କରୁଛି ସେମାନେ ସେଥିରେ ଆଦୌ ବିଚଳିତ ନହୁଅନ୍ତୁ । ସେହିପରି ରାଜ୍ୟରେ କେନ୍ଦ୍ରର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି କହିଛନ୍ତି ।  ସେହିପରି କେସିଆର ଜଣେ ଅନ୍ଧବିଶ୍ୱାସୀ ବୋଲି ମୋଦି କହିଛନ୍ତି ।  ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ , ବିଭିନ୍ନ ଅଫିସର ଲୋକେସନ କେଉଁଠି ହେବ ଏମିତି ଅନେକ ନିଷ୍ପତ୍ତି ପାଇଁ କେସିଆର ଅନ୍ଧବିଶ୍ୱାସର ସାହାରା ନିଅନ୍ତି। ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ତେଲେଙ୍ଗାନା ହେଉଛି ସୂଚନା ପ୍ରଯୁକ୍ତିର ଏକ କେନ୍ଦ୍ର। କିନ୍ତୁ ଏହି ଆଧୁନିକ ସହରରେ ଅନ୍ଧବିଶ୍ୱାସର ପ୍ରଚାର କରାଯାଉଛି।  ଯାହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ଯଦି ତେଲେଙ୍ଗାନାକୁ ବିକଶିତ କରିବାକୁ ପଡିବ, ଆମକୁ ଛୁଆବର୍ଗଙ୍କୁ ଆଗକୁ ଆଣିବାକୁ ପଡ଼ିବ।

ସେଥିପାଇଁ ଆମକୁ ଏଠାରୁ ଅନ୍ଧବିଶ୍ୱାସ ହଟାଇବାକୁ ପଡିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିଥିବାବେଳେ ତାଙ୍କ ସରକାରଙ୍କ ଡିଜିଟାଲ କାରବାର ଏବଂ ଅନଲାଇନ୍ ପେମେଣ୍ଟ  ଦୁର୍ନୀତିକୁ ହ୍ରାସ କରିଛି ବୋଲି କହିଛନ୍ତି।  

Related story