Advertisment

ବାୟୁସେନାର ଏମଆଇଜି ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

ବାଡମେର: ବୁଧବାର ରାଜସ୍ଥାନର ବାଡମେର ଜିଲ୍ଲା ଅନ୍ତର୍ଗତ ଭୁଟାରିଆ ଗାଁରେ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏମଆଇଜି ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନ ଉଡାଉଥିବା ପାଇଲଟମାନେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ନେଇ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଲୋକେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବାୟୁସେନାର ଏମଆଇଜି ୨୧ ବିମାନ ଦୁର୍ଘଟଣାଗ୍ରସ୍ତ

MIG-21

ବାଡମେର: ବୁଧବାର ରାଜସ୍ଥାନର ବାଡମେର ଜିଲ୍ଲା ଅନ୍ତର୍ଗତ ଭୁଟାରିଆ ଗାଁରେ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏମଆଇଜି ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିମାନ ଉଡାଉଥିବା ପାଇଲଟମାନେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ନେଇ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

Advertisment

ସ୍ଥାନୀୟ ଲୋକେ କହିଛନ୍ତି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆକାଶରେ ବଜ୍ରପାତ ଭଳି ଶବ୍ଦ ଶୁଣା ଯାଇଥିଲା। ଏହା ପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଅନେକ ଦୂର ଯାଏ ଆକାଶରେ ଧୂଆଁ ଦେଖା ଦେଇଥିଲା।

ତେବେ ବିମାନଟି ଭୁଟାରିଆ ଗାଁର ଯେଉଁ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଛି ସେହି ସ୍ଥାନରେ କିଛି ହାଟ ଏବଂ କୁଡିଆ ଘର ଥିଲା। ତେଣୁ ବିମାନଟି ଦୁର୍ଘଟଣାର ଶିକାର ହେବା ବେଳେ ନିଆଁ ଲାଗିଯାଇଥିଲା। ଯାହାର ପ୍ରଭାବରେ ପାଖରେ ଥିବା ଘର ଗୁଡ଼ିକରେ ନିଆଁ ଲାଗିଯାଇଥିଲା। ତେବେ କୌଣସି ସ୍ଥାନୀୟ ଲୋକଙ୍କର ପ୍ରାଣହାନୀ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ପାଣି ପିଙ୍ଗି ବିମାନ ଓ ଘରେ ନିଆଁ ଲିଭାଇଥିଲେ।

Advertisment

https://twitter.com/IAF_MCC/status/1430518975625007110?s=20

ତେବେ ମିଳିଥିବା ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ବାଡମେରର ଉତ୍ତରରେ ଥିବା ଏୟାରବେସକୁ ଉଡ଼ାଣ ଭରିଥିଲା। ହେଲେ ହଠାତ୍ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତଳକୁ ଖସି ଆସିଥିଲା। ହେଲେ ଏହି ସମୟରେ ପାଇଲଟ ଚତୁରତା ଦେଖାଇ ଜନବସତି ଅଞ୍ଚଳରୁ ଅନ୍ୟ ଆଡକୁ ନେଇ ଯାଇଥିଲେ। ଏହା ପରେ ନିଜେ ପାଇଲଟ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।