Advertisment

ବାୟୁସେନାରୁ ଅବସର ନେବ ଲଢ଼ୁଆ ବିମାନ ମିଗ୍‌-୨୧

ନୂଆଦିଲ୍ଲୀ: ବାୟୁସେନାକୁ ବାଏ ବାଏ କହିବ ଲଢ଼ୁଆ ବିମାନ ମିଗ୍‌-୨୧। ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ବିମାନ ବାୟୁସେନାର ୪ ସ୍କ୍ୱାଡର୍ନ ଭିତରୁ ଅନ୍ୟତମ। ସୂଚନା ମୁତାବକ , ଶ୍ରୀନଗରରେ ଥିବା ମିଗ୍-୨୧କୁ ସେପ୍ଟେମ୍ବର ଶେଷ ସୁଦ୍ଧା ଅବସର ଦିଆଯିବ। ବଳକା ୩ ସ୍କ୍ୱାଡର୍ନକୁ ୨୦୨୫ ଶେଷ ବେଳକୁ ସେନାରୁ ହଟାଇ ଦିଆଯିବ। ୨୦୧୯ ଫେବୃୟାରୀରେ ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଏହି ବିମାନଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଲଢୁଆ ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ […]

ବାୟୁସେନାରୁ ଅବସର ନେବ ଲଢ଼ୁଆ ବିମାନ ମିଗ୍‌-୨୧

iaf-set-to-retire MIG-21

Advertisment

ନୂଆଦିଲ୍ଲୀ: ବାୟୁସେନାକୁ ବାଏ ବାଏ କହିବ ଲଢ଼ୁଆ ବିମାନ ମିଗ୍‌-୨୧। ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ବିମାନ ବାୟୁସେନାର ୪ ସ୍କ୍ୱାଡର୍ନ ଭିତରୁ ଅନ୍ୟତମ। ସୂଚନା ମୁତାବକ , ଶ୍ରୀନଗରରେ ଥିବା ମିଗ୍-୨୧କୁ ସେପ୍ଟେମ୍ବର ଶେଷ ସୁଦ୍ଧା ଅବସର ଦିଆଯିବ। ବଳକା ୩ ସ୍କ୍ୱାଡର୍ନକୁ ୨୦୨୫ ଶେଷ ବେଳକୁ ସେନାରୁ ହଟାଇ ଦିଆଯିବ।

Advertisment

୨୦୧୯ ଫେବୃୟାରୀରେ ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଏହି ବିମାନଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଲଢୁଆ ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ ସପ୍ତାହ ପରେ ବାଲାକୋଟରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବିସ୍ଫୋରଣ କରାଇଥିଲା।

ଷ୍ଟ୍ରାଇକର ଗୋଟିଏ ଦିନ ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍-୧୬ ବିମାନକୁ ମାରି ଖସାଇ ଦେଇଥିଲେ। ସେହି ସମୟରେ ସେ ମିଗ୍-୨୧ ବିମାନ ଉଡ଼ାଉଥିଲେ। କିନ୍ତୁ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ କ୍ରାସ୍ ହୋଇଯାଇଥିଲା ଏବଂ ସେ ପାକ୍ ସେନା ଦ୍ୱାରା ବନ୍ଦୀ ହୋଇଯାଇଥିଲେ। ପାଖାପାଖି ୬୦ ଘଣ୍ଟା ପରେ ଅଭିନନ୍ଦନ ପାକିସ୍ତାନରୁ ଭାରତକୁ ଫେରିଥିଲେ। ଏହି ଅଦମ୍ୟ ସାହସ ପାଇଁ ତାଙ୍କୁ ସ୍ୱାଧୀନତା ଦିବସ ଅବସରରେ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା।

Advertisment

ମିଗ୍-୨୧ ଜେଟ୍ କୁ ୪୦ ବର୍ଷ ପୂର୍ବେ ବାୟୁସେନାରେ ସାମିଲ୍ କରାଯାଇଥିଲା। ଏଥିମଧ୍ୟରୁ ଅନେକ ବିମାନ ଏ ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ହୋଇସାରିଲେଣି। ଶ୍ରୀନଗର ସ୍ଥିତ ୫୧ ସ୍କ୍ୱାର୍ଡନ ସ୍ୱର୍ଡ ଆର୍ମସ୍‌ ନାମରେ ମଧ୍ୟ ବେଶ୍‌ ଜଣାଶୁଣା ଏହି ଲଢ଼ୁଆ ବିମାନ। ୧୯୯୯ କାର୍ଗିଲ ଯୁଦ୍ଧରେ ମଧ୍ୟ ମିଗ୍‌-୨୧ ଭାଗ ନେଇଥିଲା। ଏହି ଲଢ଼ୁଆ ବିମାନକୁ ବାୟୁସେନା ପଦକରେ ମଧ୍ୟ ସମ୍ମାନିତ କରାଯାଇଛି। ଅପରେସନ୍‌ ପରାକ୍ରମ ସମୟରେ ଏହି ବିମାନକୁ କଶ୍ମୀର ଘାଟିର ଏୟାର ବାୟୁ ପ୍ରତିରକ୍ଷା ଦାୟିତ୍। ଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe