Advertisment

ଡେଲ୍ଟା ପ୍ଲସ ଭାରିଏଣ୍ଟ ବିରୋଧରେ କାମ କରୁଛି ତ ଟିକା? ପରୀକ୍ଷା କରୁଛି ଆଇସିଏମଆର

ପୁଣେ: ଦେଶରେ ଦେଖାଯାଇଥିବା କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟ କ’ଣ ବର୍ତ୍ତମାନ ବ୍ୟବହାର ହେଉଥିବା ଟିକାକୁ ପ୍ରଭାବ ଶୂନ୍ୟ କରିଦେବ? କରୋନାର ଏହି ନୂଆ ଭାରିଏଣ୍ଟ ବିରୋଧରେ ଟିକା ଲଢ଼େଇ କରିବାକୁ ସକ୍ଷମ ତ? ଏପରି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ବିଶେଷଜ୍ଞମାନେ ଟିକା ଉପରେ ଅଧିକ ଗବେଷଣା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଦେଶରେ ବ୍ୟବହାର ହେଉଥିବା […]

ଅଦ୍ୟତନ ହୋଇଛି
ଡେଲ୍ଟା ପ୍ଲସ ଭାରିଏଣ୍ଟ ବିରୋଧରେ କାମ କରୁଛି ତ ଟିକା? ପରୀକ୍ଷା କରୁଛି ଆଇସିଏମଆର

ICMR

Advertisment

ପୁଣେ: ଦେଶରେ ଦେଖାଯାଇଥିବା କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟ କ’ଣ ବର୍ତ୍ତମାନ ବ୍ୟବହାର ହେଉଥିବା ଟିକାକୁ ପ୍ରଭାବ ଶୂନ୍ୟ କରିଦେବ? କରୋନାର ଏହି ନୂଆ ଭାରିଏଣ୍ଟ ବିରୋଧରେ ଟିକା ଲଢ଼େଇ କରିବାକୁ ସକ୍ଷମ ତ? ଏପରି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

Advertisment

ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ବିଶେଷଜ୍ଞମାନେ ଟିକା ଉପରେ ଅଧିକ ଗବେଷଣା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଦେଶରେ ବ୍ୟବହାର ହେଉଥିବା କରୋନା ଟିକାଗୁଡ଼ିକ ଡେଲ୍ଟା ପ୍ଲସ ଭାରିଏଣ୍ଟ ବିରୋଧରେ କେତେ ପ୍ରଭାବୀ ତା’ର ପରୀକ୍ଷା ସେମାନେ କରୁଥିବା ଜଣାପଡ଼ିଛି। ସେହିପରି ଖୁବଶୀଘ୍ର ଏହାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ ବୋଲି ମଧ୍ୟ କୁହାଯାଉଛି।

ଆଇସିଏମଆର୍‌ର ଜଣେ ବୈଜ୍ଞାନିକ ଡା ସମୀରନ ପଣ୍ଡା କହିଛନ୍ତି, ଟିକା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ନୂଆ ଭାରିଏଣ୍ଟ ଦ୍ୱାରା କେତେ ମାତ୍ରାରେ ପ୍ରଭାବିତ ହେଉଛି, ତା’ର ପରୀକ୍ଷା ବୈଜ୍ଞାନିକମାନେ କରୁଛନ୍ତି। ଏହି ଗବେଷଣାର ରିପୋର୍ଟ କିଛି ସପ୍ତାହ ମଧ୍ୟରେ ସାମ୍ନାକୁ ଆସିବ। ଆମେ ଏଥିପାଇଁ ବିଭିନ୍ନ ସ୍ଥାନରୁ ଭାଇରସର ନମୁନା ସଂଗ୍ରହ କରିଛୁ।

Advertisment

ରାଜ୍ୟ ଗୁଡ଼ିକ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେଉଥିବା ସ୍ଥାନଗୁଡ଼ିକରେ କଠୋର କଟକଣା ଲଗାଇବା ସହ କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନର ବ୍ୟବସ୍ଥା କରିବା ଦରକାର। ନୂଆ ଭାରିଏଣ୍ଟ ଚିହ୍ନଟ ହେଉଥିବା ସ୍ଥାନରେ ଟିକାରକଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ମଧ୍ୟ ସେ କହିଛନ୍ତି।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe