Advertisment

ଦୋହଲିଥାନ୍ତା ଦିଲ୍ଲୀ! ଘର ଭିତରୁ ବ୍ୟାଗରୁ ମିଳିଲା ଆଇଇଡି

ନୂଆଦିଲ୍ଲୀ: ବଡ଼ ଅଘଟଣରୁ ବର୍ତ୍ତିଗଲା ଦିଲ୍ଲୀ! ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଜଣଙ୍କ ଘରୁ ଏକ ସନ୍ଦେହଜନକ ବ୍ୟାଗ ମିଳିଛି, ଯେଉଁଥିରୁ ବିସ୍ଫୋରକ ସାମଗ୍ରୀ ବା ଆଇଇଡି ଜବତ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଚଢ଼ାଉ ବେଳେ ଏହି ଘରୁ ଆଇଇଡି ଜବତ କରିଛି। ଘଟଣାସ୍ଥଳରେ ଏନଏସଜି ଟିମ୍ ପହଞ୍ଚି ବ୍ୟାଗରୁ ମିଳିଥିବା ଆଇଇଡିକୁ ବାହାର କରି ଅନ୍ୟ ଏକ ବ୍ୟାଗକୁ ସ୍ଥାନାନ୍ତର କରିଦେଇଛି। ଏବେ ଏହି ଆଇଇଡିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ନଷ୍ଟ […]

ଅଦ୍ୟତନ ହୋଇଛି
ଦୋହଲିଥାନ୍ତା ଦିଲ୍ଲୀ! ଘର ଭିତରୁ ବ୍ୟାଗରୁ ମିଳିଲା ଆଇଇଡି

delhi

Advertisment

ନୂଆଦିଲ୍ଲୀ: ବଡ଼ ଅଘଟଣରୁ ବର୍ତ୍ତିଗଲା ଦିଲ୍ଲୀ! ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଜଣଙ୍କ ଘରୁ ଏକ ସନ୍ଦେହଜନକ ବ୍ୟାଗ ମିଳିଛି, ଯେଉଁଥିରୁ ବିସ୍ଫୋରକ ସାମଗ୍ରୀ ବା ଆଇଇଡି ଜବତ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଚଢ଼ାଉ ବେଳେ ଏହି ଘରୁ ଆଇଇଡି ଜବତ କରିଛି। ଘଟଣାସ୍ଥଳରେ ଏନଏସଜି ଟିମ୍ ପହଞ୍ଚି ବ୍ୟାଗରୁ ମିଳିଥିବା ଆଇଇଡିକୁ ବାହାର କରି ଅନ୍ୟ ଏକ ବ୍ୟାଗକୁ ସ୍ଥାନାନ୍ତର କରିଦେଇଛି। ଏବେ ଏହି ଆଇଇଡିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ନଷ୍ଟ କରାଯିବ।

Advertisment

ବ୍ୟାଗ୍ ଭିତରୁ ଆଇଇଡି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୋମା ସ୍କ୍ୱାଡ୍ ସହ ସ୍ପେଶାଲ୍ ସେଲର ଡିସିପି ଓ ଏସିପି ସମେତ କିଛି ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ସ୍ଥାନୀୟ ଦିଲ୍ଲୀ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ଦିଲ୍ଲୀର ଗାଜିପୁରରେ ଆରଡିଏକ୍ସ ମାମଲାର ତଦନ୍ତ କରୁଥିବା ସ୍ପେଶାଲ୍ ସେଲର ଟିମ୍ ଗୁରୁବାର ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଥିବା ଏକ ଘରେ ରେଡ୍ ପାଇଁ ପହଞ୍ଚିଥିଲା। ଏହି ଘରୁ ଏକ ସନ୍ଦେହଜନକ ବ୍ୟାଗ ମିଳିଥିଲା, ଯେଉଁଥିରେ ଆଇଇଡି ଥିବା ଜଣାପଡ଼ିଥିଲା। ତେବେ ଯେଉଁ ଘରୁ ଏହି ବ୍ୟାଗ୍ ଜବତ ହୋଇଛି, ସେଠାରେ ୩-୪ ଜଣ ଯୁବକ ଭଡ଼ାରେ ରହୁଥିଲେ। ଏବେ ସେମାନେ ଘର ଛାଡ଼ି ଫେରାର୍ ହୋଇଯାଇଛନ୍ତି। ପୁଲିସ୍ ବର୍ତ୍ତମାନ ଘରର ମାଲିକଙ୍କୁ ପଚରାଉଚରା କରୁଛି।

Advertisment

https://twitter.com/ani_digital/status/1494312677728219136?s=20&t=6rS1TZ5bpOZ4lONbqybiWQ

ସୀମାପୁରୀରେ ଘରୁ ମିଳିଥିବା ଆଇଇଡି ମାମଲାର ଲିଙ୍କ୍ ଗାଜିପୁର ଆରଡିଏକ୍ସ ମାମଲା ସହ ଜଡ଼ିତ ଥିବା କୁହାଯାଉଛି। କାରଣ ଜାନୁଆରୀ ୧୪ ତାରିଖରେ ପୂର୍ବ ଦିଲ୍ଲୀର ଗାଜିପୁର ଫୁଲ ମଣ୍ଡିର ଗେଟ୍ ନମ୍ବର-୨ ବାହାରେ ଏକ ଅଜଣା ବ୍ୟାଗ୍ ମିଳିଥିଲା। ଏହି ବ୍ୟାଗ ଭିତରୁ ବୋମା ମିଳିଥିଲା। ଏହି ବୋମାକୁ ବୋମା ଡିସପୋଜାଲ୍ ସ୍କ୍ୱାଡ୍ ଡିଫ୍ୟୁଜ୍ କରିବାକୁ ପ୍ରୟାସ କରିଥିଲା। କିନ୍ତୁ ପରେ ଏହାକୁ ଏକ ଗାତରେ ଡିଫ୍ୟୁଜ୍ କରିଦିଆଯାଇଥିଲା। ଗାତରେ ବୋମାଟି ବିସ୍ଫୋରଣ ସହ ଡିଫ୍ୟୁଜ୍ ହୋଇଥିଲା। ଏହା ପରେ ଅର୍ଥାତ୍ ଜାନୁଆରୀ ୨୯ ତାରିଖ ରାତିରେ ହିମାଚଳ ପ୍ରଦେଶର କୁଲ୍ଲୁରେ ପାର୍କିଂରେ ଛିଡ଼ା ହୋଇଥିବା ଏକ କାରରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଭଳି ସ୍ଥିତିରେ ଦିଲ୍ଲୀରେ ଏକ ବଡ଼ ହମଲା ପାଇ ଯୋଜନା କରାଯାଉଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe