Advertisment

ଆପ୍ ନେତାଙ୍କ ବିରୋଧରେ ଅଭିଯୋଗ ଆଣି ଆଉ ଏକ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା କନ୍‌ମ୍ୟାନ୍‌ ‌ତଥା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ଉପରାଜ୍ୟପାଳଙ୍କ ନିକଟକୁ ଦ୍ୱିତୀୟଥର ଏକ ଚିଠି ଲେଖିଛନ୍ତି। ସେଥିରେ ଦିଲ୍ଲୀର ଆପ ନେତା ସତ୍ୟେନ୍ଦ୍ର ଜୈନ ଏବଂ ପୂର୍ବତନ ଡିଜି(ଜେଲ)ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।  ଉଭୟେ ତାଙ୍କୁ ଧମକଚମକ ଦେଇଥିବା ସୁକେଶ ଅଭିଯୋଗ କରିଛନ୍ତି। ପୂର୍ବରୁ ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ଏଲଜି ଭିକେ ସକ୍ସସେନାଙ୍କୁ ଆଉ ଏକ ଚିଠି ଲେଖିଥିଲେ। ସେଥିରେ ସୁକେଶ ସତ୍ୟେନ୍ଦ୍ରଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ […]

author-image
Tapas Behera
ଆପ୍ ନେତାଙ୍କ ବିରୋଧରେ ଅଭିଯୋଗ ଆଣି ଆଉ ଏକ ଚିଠି ଲେଖିଲେ ମହାଠକ ସୁକେଶ

sukesh chandrashekhar

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା କନ୍‌ମ୍ୟାନ୍‌ ‌ତଥା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ଉପରାଜ୍ୟପାଳଙ୍କ ନିକଟକୁ ଦ୍ୱିତୀୟଥର ଏକ ଚିଠି ଲେଖିଛନ୍ତି। ସେଥିରେ ଦିଲ୍ଲୀର ଆପ ନେତା ସତ୍ୟେନ୍ଦ୍ର ଜୈନ ଏବଂ ପୂର୍ବତନ ଡିଜି(ଜେଲ)ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।  ଉଭୟେ ତାଙ୍କୁ ଧମକଚମକ ଦେଇଥିବା ସୁକେଶ ଅଭିଯୋଗ କରିଛନ୍ତି। ପୂର୍ବରୁ ସୁକେଶ ଦିଲ୍ଲୀ ଉପରାଜ୍ୟପାଳ ଏଲଜି ଭିକେ ସକ୍ସସେନାଙ୍କୁ ଆଉ ଏକ ଚିଠି ଲେଖିଥିଲେ। ସେଥିରେ ସୁକେଶ ସତ୍ୟେନ୍ଦ୍ରଙ୍କୁ ୧୦ କୋଟି ଟଙ୍କା ଲାଞ୍ଚ ଦେଇଥିବା କହିଛନ୍ତି । ସତ୍ୟେନ୍ଦ୍ରଙ୍କୁ ସେ ୨୦୧୫ରୁ ଜାଣିଛନ୍ତି। ସେ ମୋଟ କରି ଆପ ଦଳକୁ ୫୦ କୋଟି ଟଙ୍କା ଦେଇଛନ୍ତି। ବଦଳରେ ଦକ୍ଷିଣ ଭାରତରେ ଆପ୍‌ ପକ୍ଷରୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ସୁକେଶ କେଜ୍ରିୱାଲଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ମୁଁ ଯଦି ଦେଶରେ ମହାଠକ ହୋଇଥାଏ ତେବେ ତୁମେ ମୋ ପାଖରୁ କାହିଁକି ୫୦ କୋଟି ଟଙ୍କା ନେଲ ।

Advertisment

ମୋତେ ରାଜ୍ୟ ସଭା ଆସନ ପାଇଁ ଅଫର ଦେଇଥିଲ। ତୁମେ ଜଣେ  ମହାଠକ ବୋଲି ଏହା ପ୍ରମାଣିତ କରୁ ନାହିଁକି ବୋଲି  ସୁକେଶ ପ୍ରଶ୍ନ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ‘୨୦୧୭ ମସିହାରେ ମୁଁ ଗିରଫ ହୋଇ ତିହାର ଜେଲ୍‌ ରେ ଥିଲି। ସେହି ସମୟରେ ମୁଁ ସେ ସମୟର ଜେଲ୍‌ ବିଭାଗର ମନ୍ତ୍ରୀ ‌ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକାଧିକ ବାର ସାକ୍ଷାତ୍‌ କରିଛି।

୨୦୧୯ ମସିହାରେ ସେ ପୁଣି ଥରେ ମୋତେ ସାକ୍ଷ‌ାତ୍‌ କରିଥିଲେ। ସେ ସମୟରେ ତାଙ୍କ ସେକ୍ରେଟେରି ମୋତେ ଜେଲ୍‌ରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ମାସକୁ ୨ କୋଟି ଟଙ୍କା ମାଗିଥିଲେ। ସୁକେଶଙ୍କ ଓକିଲଙ୍କ ହାତରେ ଭିକେ ସକ୍ସେନାଙ୍କ ନିକଟକୁ ପଠା ଯାଇଥିବା ପତ୍ରରେ ଏସବୁ କଥା ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ମାଣ୍ଡୋଲି ଜେଲ୍‌ରେ ଅଛନ୍ତି। ପୂର୍ବରୁ ସେ ତିହାର ଜେଲ୍‌‌ରେ ଥିଲେ।

Advertisment