Advertisment

କର୍ଣ୍ଣାଟକାରେ ଲାଗୁ ହେବ ଯୋଗୀ ଆଦିତ୍ୟନାଥଙ୍କ ମଡେଲ!

ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଚାପରେ ଅଛନ୍ତି କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। କର୍ଣ୍ଣାଟକାରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନାହାନ୍ତି। ଏଥିପାଇଁ ଦଳ ଭିତରୁ ତାଙ୍କ ବିରୋଧରେ ସ୍ୱର ଉଠିଲାଣି। ଏହାକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୋମାଇ ତାଙ୍କ ଉତ୍ତର ପ୍ରଦେଶ ପ୍ରତିପକ୍ଷ ଯୋଗୀ ଆଦିତ୍ୟନାଥଙ୍କ ମଡେଲ କର୍ଣ୍ଣାଟକାରେ ଲାଗୁ କରିବାର ସଙ୍କେତ ଦେଇଛନ୍ତି। ରାଜ୍ୟରୁ ସାଂପ୍ରଦାୟିକ ଫୋର୍ସକୁ […]

author-image
Hemant Lenka
କର୍ଣ୍ଣାଟକାରେ ଲାଗୁ ହେବ ଯୋଗୀ ଆଦିତ୍ୟନାଥଙ୍କ ମଡେଲ!

CM

ବେଙ୍ଗାଲୁରୁ: ବିଜେପିର ଜଣେ ଯୁବ ନେତାଙ୍କ ହତ୍ୟା ଘଟଣାକୁ ନେଇ ଚାପରେ ଅଛନ୍ତି କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ। କର୍ଣ୍ଣାଟକାରେ ବିଜେପି ଶାସନ ଚାଲିଥିବା ବେଳେ ନିଜ ଦଳର କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇ ପାରୁ ନାହାନ୍ତି। ଏଥିପାଇଁ ଦଳ ଭିତରୁ ତାଙ୍କ ବିରୋଧରେ ସ୍ୱର ଉଠିଲାଣି। ଏହାକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୋମାଇ ତାଙ୍କ ଉତ୍ତର ପ୍ରଦେଶ ପ୍ରତିପକ୍ଷ ଯୋଗୀ ଆଦିତ୍ୟନାଥଙ୍କ ମଡେଲ କର୍ଣ୍ଣାଟକାରେ ଲାଗୁ କରିବାର ସଙ୍କେତ ଦେଇଛନ୍ତି। ରାଜ୍ୟରୁ ସାଂପ୍ରଦାୟିକ ଫୋର୍ସକୁ ବିଦା କରିବା ପାଇଁ ଦରକାର ପଡ଼ିଲେ ଯୋଗୀ ଆଦିତ୍ୟନାଥଙ୍କ ମଡେଲ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି।

Advertisment

ବିଜେପି ଯୁବନେତା ପ୍ରବୀଣ ନେତ୍ତାରୁ ବେଲ୍ଲାରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ସମ୍ପର୍କ ପିଏଫଆଇ ସଂଗଠନ ସହ ରହିଥିବା କୁହାଯାଉଛି। ଏହି ହତ୍ୟା ଘଟଣା ବିଜେପି ଦଳରେ ହଟଚମଟ ସୃଷ୍ଟି କରିଛି। ଦଳର ଯୁବନେତାମାନେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି। ସେ ଦଳର ଯୁବକର୍ମୀମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ପାରୁ ନଥିବା ଅଭିଯୋଗ କରି ଗତକାଲି ଅନେକ ଯୁବ ନେତା ଇସ୍ତଫା ମଧ୍ୟ ଦେଇଛନ୍ତି।

ଦଳ ଭିତରେ ଅସନ୍ତୋଷର ନିଆଁ କୁହୁଳୁ ଥିବାରୁ ଆଜି ବୋମାଇ କହିଛନ୍ତି ଯେ “ଉତ୍ତର ପ୍ରଦେଶର ସ୍ଥିତିକୁ ବିଚାରକୁ ନେଲେ, ଯୋଗୀ ଆଦିତ୍ୟନାଥ ହିଁ ଏହାର ମୁକାବିଲା ପାଇଁ ଉପଯୁକ୍ତ ବ୍ୟକ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସବୁ କିଛି ମୁକାବିଲା କରିଛନ୍ତି। କର୍ଣ୍ଣାଟକାରେ ଆମେ ଭିନ୍ନ ଶୈଳୀରେ ସାଂପ୍ରଦାୟିକ ଶକ୍ତିର ମୁକାବିଲା କରୁଛୁ। ଯଦି ସ୍ଥିତି ଉପୁଯିବ, ତା’ହେଲେ ଏଠାରେ ମଧ୍ୟ ଯୋଗୀ ମଡେଲ ଲାଗୁ କରାଯିବ।

Advertisment

ଆମେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ସେମାନଙ୍କୁ ସମର୍ଥନ କରୁଥିବା ସଂଗଠନଗୁଡ଼ିକୁ ମଧ୍ୟ ଛଡ଼ା ଯିବନି। ଏବେ ଘଟିଥିବା ହତ୍ୟା ଘଟଣାର ତଦନ୍ତ ଏନଆଇଏ କରିବ କି ନାହିଁ, ତା’ର ବିଚାର କରାଯାଉଛି। ଦୋଷୀଙ୍କୁ ଦଣ୍ଡ ଦେବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯିବ। ସରକାରଙ୍କ ପକ୍ଷରୁ ପ୍ରବୀଣଙ୍କ ପରିବାରକୁ ୨୫ ଲକ୍ଷ ଓ ବିଜେପି ପକ୍ଷରୁ ୨୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ।”

ଦୁଇ ଦିନ ତଳେ ପ୍ରବୀଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।