Advertisment

କଳାକୋର୍ଟ ପିନ୍ଧିବେ, ହାଇକୋର୍ଟରେ ଓକିଲାତି କରିବେ ମମତା

କୋଲକାତା: ଶୀର୍ଶକ ପଢ଼ି ଚମକି ପଡ଼ିଥିବେ ନିଶ୍ଚିତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ମୁଖିଆ ମମତା ବାନାର୍ଜୀ ହଠାତ୍‌ କାହିଁକି ରାଜନୀତି ଛାଡ଼ି ଓକିଲାତି କରିବେ। ଏମିତି କଣ ଆବଶ୍ୟକ ପଡ଼ିଲା ଯେ, ନେତା ବେଶ ପୋଶାକ ଛାଡ଼ି କଳା କୋର୍ଟ ପିନ୍ଧିବେ। ଆଉ ଅଦାଲତରେ ମାମଲା ଲଢ଼ିବେ। କଥାଟି ଅତି କୌତୁହଳ ଓ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମମତା ଆଜି ତାଙ୍କ ମୁହଁରେ ଏହା କହିଛନ୍ତି। ସେ କହିଛନ୍ତି ଯେ,  ମୁଁ ଜଣେ ଓକିଲ। ମୁଁ […]

କଳାକୋର୍ଟ ପିନ୍ଧିବେ, ହାଇକୋର୍ଟରେ ଓକିଲାତି କରିବେ ମମତା

Mamata

Advertisment

କୋଲକାତା: ଶୀର୍ଶକ ପଢ଼ି ଚମକି ପଡ଼ିଥିବେ ନିଶ୍ଚିତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ମୁଖିଆ ମମତା ବାନାର୍ଜୀ ହଠାତ୍‌ କାହିଁକି ରାଜନୀତି ଛାଡ଼ି ଓକିଲାତି କରିବେ। ଏମିତି କଣ ଆବଶ୍ୟକ ପଡ଼ିଲା ଯେ, ନେତା ବେଶ ପୋଶାକ ଛାଡ଼ି କଳା କୋର୍ଟ ପିନ୍ଧିବେ। ଆଉ ଅଦାଲତରେ ମାମଲା ଲଢ଼ିବେ। କଥାଟି ଅତି କୌତୁହଳ ଓ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମମତା ଆଜି ତାଙ୍କ ମୁହଁରେ ଏହା କହିଛନ୍ତି। ସେ କହିଛନ୍ତି ଯେ,  ମୁଁ ଜଣେ ଓକିଲ। ମୁଁ ଯେକୌଣସି ସମୟରେ ହାଇକୋର୍ଟରେ ଓକିଲାତି ପ୍ରାକ୍ସିସ କରିପାରିବି। କାଲକାଟା ହାଇକୋର୍ଟର ସେକ୍ରେଟେରିଏଟର ନୂଆ ବିଲଡିଂ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମମତା। ମମତା କହିଛନ୍ତି ମୁଁ ବାରକାଉନସିଲରେ ମେମ୍ବର ଅଛି। ମୁଁ ବି କିଛି ମାନବିକ ଅଧିକାର ମାମଲା ଲଢ଼ିଛି ବୋଲି ମମତା କହିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଡିଆ ଟ୍ରଏଲକୁ ଅନୁମତି ନ ଦେବାକୁ ସେ କାଲକାଟା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ସେହିପରି ବିଚାର ବିଭାଗରେ ଅଧିକ ମହିଳାଙ୍କୁ ସୁଯୋଗ ଏବଂ ପଡ଼ିରହିଥିବା ମାମଲା ଗୁଡ଼ିକୁ ସମାଧାନ କରିବା ଦିଗରେ ସେ ଜୋର ଦେଇଥିଲେ। ବିଶେଷ କରି ବିବାରବିଭାଗରେ ପଡ଼ିରହିଥିବା ଶହ ଶହ ମାମଲାର ତ୍ୱରିତ ବିଚାର କରିବା ଦିଗରେ ସେ ଅନୁରୋଧ କରିଥିଲେ। ସେହିପରି ହାଇକୋର୍ଟରେ ଅଧିକ ମହିଳା ବିଚାରପତିଙ୍କୁ  ନିଯୁକ୍ତି ଦେବାକୁ ସେ ଗୁରୁତ୍ୱ ଦେଇଥିଲେ।  ମମତା କହିଛନ୍ତି ଆମ ପାଖରେ ଅଳ୍ପ କେତେକ ମହିଳା ବିଚାରପତି ଅଛନ୍ତି। ସେହିପରି ମିଡିଆ ଟ୍ରାଏଲ ଦେଶ ପାଇଁ ବିପଦ।

ଅନେକ ସମୟରେ ମିଡିଆ ବିଭ୍ରାନ୍ତି କରୁଛି। ତେଣୁ ଏହି ମିଡିଆ ଟ୍ରାଏଲକୁ ଅନୁମତି ନଦେବାକୁ ମମତା କହିଥିଲେ। ଗଣତନ୍ତ୍ରରେ ଯଦି ଗୋଟିଏ ସ୍ତମ୍ବ ବିଶ୍ୱସନୀୟତା ହରାଏ , ଅନ୍ୟମାନେ ମଧ୍ୟ ବିଶ୍ୱସନୀୟତା ହରାନ୍ତି।   ନ୍ୟାୟପାଳିକା ହେଉଛି ଗଣତନ୍ତ୍ରର ଏକ ସ୍ତମ୍ବ। ତେଣୁ ନ୍ୟାପ୍ରଦାନରେ ପକ୍ଷପାତ କରାଯାଏନି। ଯେତେବେଳେ ଲୋକେ ସମସଙ୍କ ଉପରେ ଭରଷା ତୁଟାଇ ଦିଅନ୍ତି ସେତେବେଳେ ସେମାନେ ନ୍ୟାୟଳୟକୁ ଦଉଡ଼ନ୍ତି ବୋଲି ମମତା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe