Advertisment

୩ ମାସରେ ଗଲାଣି ୧୦୬ ଜଣ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କୋଭିଡ୍ ରୋଗୀଙ୍କ ସେବା କରୁ କରୁ ଗଲାଣି ୧୦୬ ଡାକ୍ତରଙ୍କ ଜୀବନ। ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସଂକ୍ରମିତ ହେଉଛନ୍ତି ଆଗ ଧାଡ଼ିର କରୋନା ଯୋଦ୍ଧାମାନେ। ଏପ୍ରିଲ ୧୫ଠାରୁ ଆଜି ପର୍ଯ୍ୟନ୍ତ କରୋନା ସହ ଲଢ଼ୁ ଲଢ଼ୁ ୧୦୬ ଜଣ ଡାକ୍ତରଙ୍କ ଜୀବନ ଗଲାଣି। ଏପରିକି ୨୫ ଜଣ ନର୍ସ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସଂକ୍ରମଣଜନିତ ମାନସିକ ଓ ଶାରୀରିକ […]

author-image
Pragnya Choudhury
ଅଦ୍ୟତନ ହୋଇଛି
୩ ମାସରେ ଗଲାଣି ୧୦୬ ଜଣ ଡାକ୍ତରଙ୍କ ଜୀବନ

doc

ନୂଆଦିଲ୍ଲୀ: କୋଭିଡ୍ ରୋଗୀଙ୍କ ସେବା କରୁ କରୁ ଗଲାଣି ୧୦୬ ଡାକ୍ତରଙ୍କ ଜୀବନ। ବାରମ୍ବାର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ସଂକ୍ରମିତ ହେଉଛନ୍ତି ଆଗ ଧାଡ଼ିର କରୋନା ଯୋଦ୍ଧାମାନେ।

Advertisment

ଏପ୍ରିଲ ୧୫ଠାରୁ ଆଜି ପର୍ଯ୍ୟନ୍ତ କରୋନା ସହ ଲଢ଼ୁ ଲଢ଼ୁ ୧୦୬ ଜଣ ଡାକ୍ତରଙ୍କ ଜୀବନ ଗଲାଣି। ଏପରିକି ୨୫ ଜଣ ନର୍ସ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସଂକ୍ରମଣଜନିତ ମାନସିକ ଓ ଶାରୀରିକ କ୍ଲାନ୍ତି ଯୋଗୁ ୨ଜଣ ଡାକ୍ତର ଓ ୨ ଜଣ ନର୍ସ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅତ୍ୟଧିକ କାର‌୍ୟ୍ୟ ନେଇ ଅବସାଦଗ୍ରସ୍ତ ତଥା କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଯୋଗୁ ୫ଜଣ ନର୍ସ ଏବଂ ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି।

ମୃତ ଡାକ୍ତରମାନଙ୍କ ମଧ୍ୟରେ ୨୧ ପ୍ରତିଶତ ୪୦ ବର୍ଷରୁ କମ ବୟସର ହୋଇଥିବା ବେଳେ ୨୯.୬ ପ୍ରତିଶତ ୫୦ ବର୍ଷରୁ କମ୍ ଏବଂ ୫୫.୫ ପ୍ରତିଶତ ୬୦ ବର୍ଷରୁ କମ୍ ବୟସର ରହିଛନ୍ତି।

Advertisment

ଆଇଏମଏ ଅର୍ଥାତ୍ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ତଦ୍ଦନୁଯାୟୀ, ଏପ୍ରିଲ ୨୯ ସୁଦ୍ଧା ୯୨୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୫୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆଇଏମଏର ଏହି ତଥ୍ୟରେ ଛୋଟ ଛୋଟ ଘରୋଇ ହସ୍ପିଟାଲ ଏବଂ ନର୍ସିଂ ହୋମ୍, ଜେନେରାଲ ଫିଜିସିଆନ୍ ତଥା ସହରଗୁଡ଼ିକର ପାରିପାର୍ଶ୍ୱିକ ହସ୍ପିଟାଲର ଡାକ୍ତରମାନଙ୍କୁ ସାମିଲ କରାଯାଇନାହିଁ।

COVID-19 IMA