Advertisment

ରାଜ୍ୟ ସଭା ଲଡ଼ୁ: ପ୍ରତାପଗଡ଼ିଙ୍କୁ ହଜମ କରିପାରୁ ନାହାନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ: କବିରୁ ରାଜନେତା ପାଲଟିଥିବା ଇମ୍ରାନ ପ୍ରତାପଗଡ଼ିଙ୍କୁ ନେଇ ଏବେ ଜୋଦାର ଚର୍ଚ୍ଚା। ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରତାପଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଠିଛି ଅନେକ ପ୍ରଶ୍ନ। ବିଶେଷକରି ପ୍ରତାପଙ୍କ ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ନେତାମାନେ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ କଂଗ୍ରେସ ମଧ୍ୟରେ ଚାପାଗୁଞ୍ଜରଣ ସୃଷ୍ଟି ହୋଇଛି। ପ୍ରତାପଗଡ଼ିଙ୍କ ଯୋଗ୍ୟତା ଏବଂ ଦଳପ୍ରତି ତାଙ୍କ ସେବା ଓ ଆନୁଗତ୍ୟକୁ  ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର କିଛି […]

author-image
Tapas Behera
ଅଦ୍ୟତନ ହୋଇଛି
ରାଜ୍ୟ ସଭା ଲଡ଼ୁ: ପ୍ରତାପଗଡ଼ିଙ୍କୁ ହଜମ କରିପାରୁ ନାହାନ୍ତି କଂଗ୍ରେସ ନେତା

pratap

ନୂଆଦିଲ୍ଲୀ: କବିରୁ ରାଜନେତା ପାଲଟିଥିବା ଇମ୍ରାନ ପ୍ରତାପଗଡ଼ିଙ୍କୁ ନେଇ ଏବେ ଜୋଦାର ଚର୍ଚ୍ଚା। ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ କଂଗ୍ରେସ ପକ୍ଷରୁ ପ୍ରତାପଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଠିଛି ଅନେକ ପ୍ରଶ୍ନ। ବିଶେଷକରି ପ୍ରତାପଙ୍କ ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ନେତାମାନେ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଫଳରେ କଂଗ୍ରେସ ମଧ୍ୟରେ ଚାପାଗୁଞ୍ଜରଣ ସୃଷ୍ଟି ହୋଇଛି। ପ୍ରତାପଗଡ଼ିଙ୍କ ଯୋଗ୍ୟତା ଏବଂ ଦଳପ୍ରତି ତାଙ୍କ ସେବା ଓ ଆନୁଗତ୍ୟକୁ  ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର କିଛି ନେତା। ଏହି ୩୪ ବର୍ଷୀୟ ରାଜନେତା ପ୍ରତାପ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ।

Advertisment

ବର୍ତ୍ତମାନ ତାଙ୍କୁ ରାଜ୍ୟସଭାକୁ ପଠାଯାଇଛି। ତାଙ୍କର ଯୋଗ୍ୟତା ଓ ଦଳ ପ୍ରତି ସେବା ଓ ଆନ୍ତରିକତାକୁ ନେଇ ଦଳୀୟ ନେତାମାନେ ନାଖୁସ ଅଛନ୍ତି। ଉନ୍ନାଉରେ ସେ ସାମ୍ରଦାୟିକ ପ୍ରଚାର କରିବା ପାଇଁ ଘାତକ ହୋଇଥିବା କଂଗ୍ରେସ ନେତାମାନେ କହିଛନ୍ତି। ଏଭଳି ପ୍ରଚାର ପାଇଁ ସେଠାରେ କଂଗ୍ରେସ ନେତା ପରାଜିତ ହୋଇଥିବା ଦଳୀୟ ନେତାମାନେ  ଅନୁଭବ କରୁଛନ୍ତି। ଯଦି ଦଳ ଜଣେ ମୁସଲମାନ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ପଠାଇବାକୁ ଚାହୁଁଥିଲା ତେବେ ଦଳରେ ଅନେକ ଭେଟେରାନ ନେତା ଅଛନ୍ତି। ଗୁଲାମ ନବି ଆଜାଦ, ସଲମାନ ଖୁର୍ସିଦ, ରସିଦ ଅଲଭି ଏବଂ ତାରିକ ଅଲଭିଙ୍କ ପରି ଅନେକ ଭେଟେରାନ ନେତା ଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ହେଲେ ଦଳର ଭେଟେରାନ ନେତାଙ୍କୁ ଅଣଦେଖା କରି ଜଣେ ଅନଭିଜ୍ଞ ଓ ଦଳ ପାଇଁ ଅପରିଚିତ  ବ୍ୟକ୍ତିକୁ ସେଭଳି ଉଚ୍ଚ ଆସନ ଦେବା ନିଷ୍ପତିକୁ କଂଗ୍ରେସ ନେତା ଗ୍ରହଣ କରିପାରୁନାହାନ୍ତି।  ଉତ୍ତରପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି ଯେ, ଇମ୍ରାନ ପ୍ରତାପଗଡ଼ି କିଏ ସେ ଜାଣନ୍ତି ନାହିଁ। ଦଳକୁ ଆହୁରି ନିମ୍ନଗାମି କରିବା ପାଇଁ କିଏ ଏଭଳି ନିଷ୍ପତ୍ତି ନେଉଛନ୍ତି ସେ ଜାଣି ନଥିବା କହିଛଛନ୍ତି। ଅନ୍ୟ ଜଣେ ନେତା ଏକ ଭିଡିଓ କ୍ଲିପ୍ ଛାଡ଼ିଛନ୍ତି। ସେଥିରେ ପ୍ରତାପ ଜଣେ ମାଫିଆ ଡନ୍‌କୁ ସମର୍ଥନ କରି ଗୀତ ବୋଲୁଥିବା ଜଣାପଡ଼ିଛି।

ସେ କହିଛନ୍ତି, " ସେ ଜଣେ ବିକ୍ରି ହେଉଥିବା କବି। ସେ ଅଖିଳେଶ ଯାଦବଙ୍କ ପ୍ରଶଂସା ଗାନ କରୁଥିଲେ।  ସେଥି ପାଇଁ ସେ ୨୦୧୬ରେ ୟଶ ଭାରତୀ ପୁରସ୍କାର ପାଥିଲେ।  ଏପରି ବ୍ୟକ୍ତି ବର୍ତ୍ତମାନ ଉପର ଗୃହକୁ ଯିବେ। ଯାହାକୁ ନେଇ ଦଳର ଅଧିକାଂଶ ନେତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

Advertisment
Rajya Sabha Election